ସ୍ଵାମୀ-ସ୍ତ୍ରୀ ମଧ୍ୟରେ ସଂପର୍କ ଦୃଢ଼ ରଖିବାକୁ ଚାହୁଁଛନ୍ତି କି ? ତାହେଲେ ଜାଣିରଖନ୍ତୁ କଣ କରିବାକୁ ପଡ଼ିବ...

Published By : Prameya-News7 Bureau | March 14, 2019 IST

ଦୁନିଆରେ ସବୁଠୁଁ ଗୁରୁତ୍ଵ କଥାହେଲା ସ୍ବାମୀ-ସ୍ତ୍ରୀଙ୍କ ଭିତରେ ସଂପର୍କ ମଜବୁତ କରି ବୈବାହିକ ଜୀବନକୁ ଖୁସିରେ ରଖିବା । ଅନେକକ୍ଷେତ୍ରରେ ଦେଖାଯାଇଥାଏ, ସ୍ବାମୀ-ସ୍ତ୍ରୀଙ୍କ କ୍ଷେତ୍ରରେ ଝଗଡ଼ା ଲାଗିରୁହେ । ଏହି ଝଗଡ଼ା ଶେଷରେ ଏମିତି ଭୟଙ୍କର ହୁଏ, ଛାଡ଼ପତ୍ର ଦେବାକୁ ବି କେହିକାହାକୁ ପଛାନ୍ତି ନାହିଁ ।

ତାହେଲେ ଜାଣିରଖନ୍ତୁ କଣ କଲେ ଆଉ ଝଗଡ଼ା ଦେଖାଯିବ ନାହିଁ । ବାସ୍ତୁ ବିଚାରରେ କଣ ରହିଛି ପ୍ରତିକାର...

ଶୋଇବା ଘରେ ଡ଼୍ରେସିଂ ଟେବୁଲକୁ ଝରକା ସାମନାରେ ରଖନ୍ତୁ ନାହିଁ । ଡ଼େସିଂ ଟେବୁଲରୁ ପ୍ରତିଫଳିତ ଆଲୋକ ମାନସିକଭାବେ ଅଶାନ୍ତି ତିଆରି କରିବ ।

{"id":93703}

ପଲଙ୍କର ସାମାନାରେ ଆଇନା ମଧ୍ୟ ରଖିବା ଅନୁଚିତ ।  ମାନସିକ ସ୍ଥିତି ଠିକ ରହିବ ନାହିଁ ।

ବେଡ଼ରୁମରେ ଆସବାବ ଜିନିଷ ବକ୍ରାକାର, ଅର୍ଦ୍ଧଚନ୍ଦ୍ରାକାର କିମ୍ବା ଧନୁଷାକାର ହେବା ଉଚିତ ନୁହେଁ, ଘରେ କାହାର ନା କାହାର ସ୍ଵାସ୍ଥ୍ୟ ହାନିର ଆଶଙ୍କା ରହିଛି ।

ବେଡ଼ରୁମରେ ଝରକା ଜରୁରୀ ରହିବା ଦରକାର, କାରଣ ସକାଳେ ଘର ଭିତରକୁ ସୂର୍ଯ୍ୟକିରଣ ପଡ଼ୁଥିଲେ ସ୍ଵାସ୍ଥ୍ୟ ଭଲ ରହିବ ।

{"id":93705}

ପଲଙ୍କକୁ ଦୁଆର ପାଖରେ ରଖନ୍ତୁ ନାହିଁ, ଏହାଦ୍ଵାରା ଘରେ ଅଶାନ୍ତି ଦେଖାହେବାର ସମ୍ଭାବନା ରହିଛି ।

ଏହିସବୁ ବାସ୍ତୁ ନିୟମ ମାନିଲେ ନିଶ୍ଚୟ ଶୁଭଫଳ ମିଳିବା ସହିତ ସ୍ଵାମୀ-ସ୍ତ୍ରୀ ଭିତରେ କୌଣସି ଅଶାନ୍ତି ରହିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.