ଏହି ଦିଗରେ କରନ୍ତୁ ପିଲାଙ୍କ ପାଠପଢ଼ା ରୁମ୍ : ନଚେତ୍ ପିଲାମାନେ ହେବେ ବିଶୃଙ୍ଖଳ

Published By : Prameya-News7 Bureau | August 27, 2020 IST

ଘରେ ଖୁସିର କଥା ହେଉ କିମ୍ବା ଆମଦାନୀର କଥା,ବାସ୍ତୁ ଠିକ୍ ହେବା ଆବଶ୍ୟକ ହୋଇଥାଏ। ଏହା ସହିତ ଘରେ ପିଲାର ପାଠପଢ଼ା ସନ୍ଦର୍ଭରେ ମଧ୍ୟ ବାସ୍ତୁର ପ୍ରଭାବ ରହିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ପିଲାର ପାଠପଢ଼ା ଘରର ପୂର୍ବ,ଉତ୍ତର କିମ୍ବା ଉତ୍ତର-ପୂର୍ବରେ ହେବା ଉଚିତ୍। ଏହା ଧ୍ୟାନ ରଖିବା ଉଚିତ୍ ଯେ ଏଠାରେ କୌଣସି ନ ଖମ୍ବ ନ ରହୁ।

ପିଲାଙ୍କ ରୁମରେ ଷ୍ଟଡି ଟେବୁଲରେ କିମ୍ବା ସାମନାରେ ଦର୍ପଣ ଅର୍ଥାତ୍ କାଚ ଲଗାଇବା ଅନୁଚିତ୍। ଏହା ସହିତ ପାଠପଢ଼ା ଟେବୁଲରେ ଜରୁରୀ ଜିନିଷ ରଖିବା ଉଚିତ୍।

ପୁସ୍ତକ,ଖାତା ଆଦି ରୁମର ଦକ୍ଷିଣ,ପଶ୍ଚିମ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ରଖିବା ଉଚିତ୍ ଏବଂ ଏଗୁଡ଼ିକ ରଖାଯାଉଥିବା ଆଲମାରିର ଥାକ ଖୋଲା ରଖିବା ଅନୁଚିତ୍। ଏହା ଦ୍ବାରା ପିଲାଙ୍କ ଏକାଗ୍ରତା କମିଯାଇଥାଏ।

ପାଠପଢ଼ା ସମୟରେ ମୁହଁକୁ ପଶ୍ଚିମ ଏବଂ ଉତ୍ତର ଦିଗ ଆଡ଼କୁ ମଧ୍ୟ ରଖା ଯାଇ ପାରିବ। କିନ୍ତୁ ଏହି ଦିଗରେ ପାଠର ଫଳ ଏତେ ଭଲ ମିଳିନଥାଏ।

ପାଠପଢ଼ା ସମୟରେ ଦକ୍ଷିଣ ଆଡ଼କୁ ମୁହଁ କରନ୍ତୁ ନାହିଁ। କାରଣ ଏହା ଦ୍ବାରା ସେମାନଙ୍କଠାରେ ଅଗ୍ନି ତତ୍ତ୍ବର ପ୍ରଧାନତା ହୋଇ ଯାଇଥାଏ ଯାହା ଦ୍ବାରା ସେମାନେ ଉଦଣ୍ଡ ଏବଂ ଅନୁଶାସନହୀନ ହୋଇଯାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.