Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡ ଘରେ ‘ଭିନେ’ କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ
  • ||
  • କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୯ କରୋନା ସଂକ୍ରମିତ, ୧୦୪୮୨୨୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଜନ୍ମହେଲା ୨ ମୁଣ୍ଡିଆ ଶିଶୁ, ହସ୍ପିଟାଲରେ ଛାଡି ଫେରାର ହୋଇଗଲେ ବାପା-ମାଆ
  • ||
  • ମାତିଲେ ଝାଡଖଣ୍ଡୀ ହାତୀପଲ, ନଷ୍ଟକଲେ ଧାନ ଫସଲ
  • ||
  • ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ||

ଉପହାରରେ ମିଳିଥିବା ଏହି ଜିନିଷ ଗୁଡ଼ିକୁ ରଖନ୍ତୁ ନାହିଁ ଘରେ : ପଡ଼ିବେ ଏହି ସବୁ ଅସୁବିଧାରେ

12/11/2019 at 11:54 AM

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ବାସ୍ତୁଶାସ୍ତ୍ରର ବିଶେଷ ମହତ୍ତ୍ବ ରହିଥାଏ। ସମସ୍ତଙ୍କ ଘରେ ସୁଖ,ଶାନ୍ତି ବଜାୟ ରହୁ ବୋଳି ସମସ୍ତେ ଚାହଁନ୍ତି। କିନ୍ତୁ ଏପରି କେତେକ ଜିନିଷ ରହିଥାଏ ଯାହା ଘରେ ଦୁର୍ଭାଗ୍ୟର କାରଣ ହୋଇଥାଏ। ଏହା ଆର୍ଥିକ ସମସ୍ୟା ଏବଂ କ୍ଷତିର ଖାସ୍ କାରଣ ମଧ୍ୟ ହୋଇଥାଏ। ଅଜାଣତରେ କିଛି ଏପରି ଜିନିଷ ଘରକୁ ଆସିଥାଏ ଯାହା କେବଳ ଦୁର୍ଭାଗ୍ୟ ନେଇ ଆସିଥାଏ।

କେତେକ ବ୍ୟକ୍ତି ଈର୍ଷା ପରାୟଣ ହୋଇ ଏପରି କାଣ୍ଡ ଭିଆଇଥାଆନ୍ତି ଯାହାଠୁ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ। ଏହି ସବୁ ଜିନିଷକୁ ଆପଣଙ୍କୁ ତୁରନ୍ତ ନିଜ ଘରୁ ବାହାର କରି ଦେବା ଆବଶ୍ୟକ। ଆପଣ ମଧ୍ୟ ଏସବୁ ଜିନିଷ କେବେ କାହାକୁ ଉପହାର ଦିଅନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା ଏହି ଜିନିଷ ବିଷୟରେ

ଉପହାରରେ ବାଘ,ସିଂହ,ଚିତାବାଘ ଭଳି ହିଂସ୍ର ପଶୁର ଫଟୋ କିମ୍ବା ମୂର୍ତ୍ତି ନେବା କିମ୍ବା ଦେବା ଅଶୁଭ ହୋଇଥାଏ। ସେହିପରି ଉପହାରରେ ବୁଡ଼ି ଯାଉଥିବା ନୌକାର ଫଟୋ କିମ୍ବା ମୂର୍ତ୍ତି ନେବା କିମ୍ବା ଦେବା ଅଶୁଭ ହୋଇଥାଏ। ଏହା ଦ୍ବାରା ଆର୍ଥିକ ସମସ୍ୟା ଲାଗି ରହିଥାଏ।

ଉପହାରରେ ଚାକୁ,ଛୁରୀ ଭଳି ଧାରୁଆ ଜିନିଷ ଦେବା ଅନୁଚିତ୍। ଏହା ଦ୍ବାରା ପାରିବାରିକ ସମସ୍ୟା ଦେଖା ଦେଇଥାଏ। କୌଣସି ବ୍ୟକ୍ତିଙ୍କୁ କଳା ପୋଷାକ ଉପହାରରେ ଦେବା କି ନେବା ଅନୁଚିତ୍।

ଏହାକୁ ପୀଡ଼ାଦାୟକ ଏବଂ ମୃତ୍ୟୁର କାରକ ବୋଲି କୁହାଯାଇଥାଏ। କାହାକୁ ଜୋତା ଦେବା କିମ୍ବା କାହାଠୁ ନେବା ମଧ୍ୟ ଅଶୁଭ ବୋଲି କୁହାଯାଇଛି। ଏହା ବିଚ୍ଛେଦର ପ୍ରତୀକ ହୋଇଥାଏ। କୌଣସି ପ୍ରେମିକ କିମ୍ବା ପ୍ରେମିକା ଯଦି ଏପରି ଉପହାର ଦେଇଥାଆନ୍ତି ତେବେ ତାଙ୍କ ରାସ୍ତା ଅଲଗା ହୋଇଯାଇଥାଏ।

   Related Posts