Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ପ୍ରତି ଶୁକ୍ରବାର ଲକ୍ଷ୍ମୀନାରାୟଣଙ୍କ ମନ୍ଦିରରେ ଚଢାନ୍ତୁ ଏହି ଦ୍ରବ୍ୟ, ଖୋଲିବ ଧନ ପ୍ରାପ୍ତିର ଯୋଗ

19/02/2021 at 4:48 PM

ଭୁବନେଶ୍ୱର ୧୯/୦୨ : ଜୀବନରେ ସୁଖ ଶାନ୍ତିରେ ରହିବା ପାଇଁ ଅର୍ଥ ନିହାତି ଆବଶ୍ୟକ ହୋଇଥାଏ । ଧନ ପ୍ରାପ୍ତି ପାଇଁ ମା ଲକ୍ଷ୍ମୀଙ୍କ କୃପା ଲାଭ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜ୍ୟୋତିଷ ଏବଂ ବାସ୍ତୁ  ଶାସ୍ତ୍ର ଅନୁଯାୟୀ, ଶୁକ୍ରବାର ଦେବୀ ମା ଙ୍କର ଦିନ ବୋଲି ଜଣା ଯାଇଥାଏ । ଏହି ଦିନ କିଛି ପ୍ରତିକାର ଦ୍ୱାରା  ଦେବୀଙ୍କୁ ପ୍ରସନ୍ନ କରି କୃପା ପାଇପାରିବେ ।

ଘରକୁ ସଫାସୁତରା ରଖନ୍ତୁ : 

ଦେବୀ ଲକ୍ଷ୍ମୀ  ସଫା, ଶାନ୍ତ ଏବଂ ଖୁସି ପରିବେଶରେ ରହିଥାନ୍ତି । ଏଥିପାଇଁ ପ୍ରତିଦିନ ଘରକୁ ସଫା ରଖିବା ସହିତ, ସୁଗନ୍ଧିତ ଅତରରେ ଘରକୁ ସୁଗନ୍ଧିତ କରନ୍ତୁ । ଆପଣ ଚାହିଁଲେ ଘରେ ସୁନ୍ଦର ଏବଂ ସୁଗନ୍ଧିତ ଫୁଲ ମଧ୍ୟ ରଖିପାରିବେ ।

ଲାଲ୍‌ ରଙ୍ଗର ଫୁଲ ଚଢାନ୍ତୁ :

ମା ଲକ୍ଷ୍ମୀଙ୍କର ଗୋଲାପ ଅତି ପ୍ରିୟ ଅଟେ । ତେଣୁ ପ୍ରତି ଶୁକ୍ରବାର ଦିନ ଲକ୍ଷ୍ମୀନାରାୟଣ ମନ୍ଦିରରେ ଗୋଲାପ ଏବଂ ଲାଲ ରଙ୍ଗର ଫୁଲ ଚଢାନ୍ତୁ । ଯଦି ଆପଣ ମନ୍ଦିର ଯାଇ ପାରୁନାହାଁନ୍ତି ତେବେ ଘରର ପୂଜା ସ୍ଥଳରେ ମଧ୍ୟ ଅର୍ପଣ କରିପାରିବେ ।

ଦକ୍ଷିଣାବର୍ତ୍ତୀ ଶଙ୍ଖରେ କରନ୍ତୁ ଏହି କାମ :

ଭଗବାନ ବିଷ୍ଣୁଙ୍କର ଦକ୍ଷିଣାବର୍ତ୍ତୀ ଶଙ୍ଖ ଅତି ପ୍ରିୟ । ତେଣୁ ଶୁକ୍ରବାର ଦିନ ଶଙ୍ଖରେ ଜଳ ଭରି ଶ୍ରୀହରିଙ୍କୁ ଚଢାନ୍ତୁ ।

ଭଗବାନଙ୍କର ଫଟୋ :

ପୂଜାଘରେ ଲକ୍ଷ୍ମୀନାରାୟଣଙ୍କର ଏକ ବଡ ଫଟୋ ରଖନ୍ତୁ । ପ୍ରତ୍ୟେକ ଦିନ ତାଙ୍କର ପୂଜା କରି ପ୍ରାର୍ଥନା କରନ୍ତୁ ।

୧୧ ଦିନ କରନ୍ତୁ ଏହି ଉପାୟ :

୧୧ ଦିନ ଧରି ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତୀ ଆଗରେ ଅଖଣ୍ଡ ଜ୍ୟୋତି ଜାଳନ୍ତୁ । ୧୧ ଦିନ ପରେ ୧୧ ଜଣ ଶିଶୁ କନ୍ୟାଙ୍କୁ ଆମନ୍ତ୍ରିତ କରି ତାଙ୍କୁ ଖାଇବାକୁ ଦିଅନ୍ତୁ । ଏଥିସହିତ ନିଜର ସାମର୍ଥ୍ୟ ଅନୁସାରେ ଦକ୍ଷିଣା ଦିଅନ୍ତୁ ।

ଖିରୀ ଭୋଗ ଲଗାନ୍ତୁ :

ଦେବୀ ଲକ୍ଷ୍ମୀଙ୍କର ଖିରୀ ଅତି ପ୍ରିୟ । ତେଣୁ ଏହି ଦିନ ଦେବୀ ମାଙ୍କୁ ପୂଜା କରି ଖିରୀ ଭୋଗ ଲଗାନ୍ତୁ । 

ପୂଜା ପରେ ଏହା କରନ୍ତୁ :

ଭଗବାନଙ୍କ ଆଗମନ ଘରର ମୂଖ୍ୟ ଦ୍ୱାରରୁ ହୋଇଥାଏ । ସେଥିଲାଗି ଏହାର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ ।

ପଦ୍ମ ମଞ୍ଜିର ମାଳା ଧାରଣ କରନ୍ତୁ :

ଶୁକ୍ରବାର ଦିନ ପଦ୍ମ ମଞ୍ଜିର ମାଳା ପ୍ରସ୍ତତ କରି ଦେବୀଙ୍କୁ ଚଢାନ୍ତୁ । ଏହାକୁ ପୂଜା କରିବା ପରେ ଧାରଣ କରନ୍ତୁ । 

ବିବାହିତା ନାରୀଙ୍କୁ ଶୁକ୍ରବାର ଦିନ ଶାଢୀ, ସିନ୍ଦୁର, ଚୂଡି, ବିନ୍ଦି ଆଦି ଜିନିଷ ପ୍ରଦାନ କରନ୍ତୁ । ଏହାଦ୍ୱାରା ଆପଣ ଦେବୀଙ୍କ କୃପା ପାଇପାରିବେ ।

   Related Posts