ଶଙ୍ଖ ସହିତ ରହିଛି ଦେବୀ ଲକ୍ଷ୍ମୀଙ୍କର ଗଭୀର ସମ୍ପର୍କ : ପୂଜା ଘରେ ରଖିବା ଦ୍ୱାରା ମିଳିଥାଏ ଅନେକ ଲାଭ

Published By : Prameya-News7 Bureau | July 13, 2021 IST

ନୂଆଦିଲ୍ଲୀ ୧୩/୦୭: ହିନ୍ଦୁ ଧର୍ମରେ ଶଙ୍ଖର ବିଶେଷ ମହତ୍ତ୍ୱ ରହିଛି । କୁହାଯାଏ ପୂଜା ପରେ ଶଙ୍ଖ ବଜାଇବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ଉତ୍ପନ ହୋଇଥାଏ। ଏହାକୁ ଶ୍ରୀହରି ଧାରଣ କରିଛନ୍ତି । ପୁରାଣ ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ୧୪ ଟି ରତ୍ନ ସହିତ ଏକ ଦକ୍ଷିଣାବର୍ତ୍ତୀ ଶଙ୍ଖ ମଧ୍ୟ ବାହାରିଥିଲା । ସମୁଦ୍ର ମନ୍ଥନ ସମୟରେ ଦେବୀ ଲକ୍ଷ୍ମୀ ମଧ୍ୟ ପୁନର୍ବାର ଆବିର୍ଭାବ ହୋଇଥିଲେ। ତେଣୁ ଶଙ୍ଖକୁ ତାଙ୍କ ଭାଇ ବୋଲି କୁହାଯାଏ । ଏହା ଭଗବାନ ବିଷ୍ଣୁଙ୍କ ସହିତ, ଦେବୀ ଲକ୍ଷ୍ମୀଙ୍କର ମଧ୍ୟ ଅତ୍ୟନ୍ତ ପ୍ରିୟ । ଏହା ସହିତ, ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ଘରେ ରଖିବା ଦ୍ୱାରା ସୁଖ-ଶାନ୍ତି, ସମୃଦ୍ଧି ବୃଦ୍ଧି ପାଇଥାଏ । ତେବେ ଚାଲନ୍ତୁ ଜାଣିବା ଏହା ବିଷୟରେ...

{"width":624,"height":467}
PunjabKesari

ସୁଖ-ସମୃଦ୍ଧି ପାଇଁ:

ଦେବୀ ଲକ୍ଷ୍ମୀଙ୍କର ଶଙ୍ଖ ଅତ୍ୟନ୍ତ ପ୍ରିୟ ହୋଇଥିବାରୁ ଏହାକୁ ପୂଜା ଘରେ ସ୍ଥାପନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । କୁହାଯାଏ ଘରେ ଶଙ୍ଖ ରଖିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏଥିପାଇଁ ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ବିଧି-ବିଧାନ ସହିତ ପୂଜା ଘରେ ସ୍ଥାପନ କରନ୍ତୁ । ଏହା ସହିତ, ଦେବୀ ଲକ୍ଷ୍ମୀଙ୍କୁ ଏବଂ ଶଙ୍ଖକୁ ପ୍ରତିଦିନ ପୂଜା କରନ୍ତୁ । ଏହା  ଦ୍ୱାରା ଘରେ ଅନ୍ନ ଏବଂ ଧନର କୌଣସି ଅଭାବ ରହିନଥାଏ ।

ସକରାତ୍ମକତା ପାଇଁ:

ଶଙ୍ଖର ଶବ୍ଦ ନକାରାତ୍ମକ ଶକ୍ତିକୁ ସକରାତ୍ମକ ରୂପରେ ପରିଣତ କରିଥାଏ । ଏହା ସହିତ ଜୀବନର ସମସ୍ତ ଅସୁବିଧା ଏବଂ ଦୁଃଖ ଦୁର ହୋଇଥାଏ । ତେଣୁ ଦୈନନ୍ଦିନ ପୂଜା ପରେ ଶଙ୍ଖ ବଜାନ୍ତୁ ।

ଦାମ୍ପତ୍ୟ ଜୀବନରେ ମଧୁରତା ପାଇଁ:

କାଚ ପାତ୍ରରେ ଏକ ଛୋଟ ଶଙ୍ଖ ରଖି ବେଡ୍ ପାଖରେ ରଖନ୍ତୁ । ଏହାଦ୍ୱାରା କୋଠରୀରେ ଉପସ୍ଥିତ ଥିବା ନକାରାତ୍ମକତା ଦୂର ହେବ । ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟା ଦୁର ହୋଇ, ଜୀବନରେ ମଧୁରତା ଏବଂ ପ୍ରେମ ବୃଦ୍ଧି ପାଇବ ।

{"width":623,"height":577}
PunjabKesari

ବ୍ୟବସାୟରେ ଥିବା ସମସ୍ୟା ଦୁର କରିବା ପାଇଁ:

କର୍ମକ୍ଷେତ୍ରରେ ଭଗବାନ ଶ୍ରୀହରିଙ୍କ ଫଟୋ କିମ୍ବା ପ୍ରତିମା ତଳେ ଶଙ୍ଖ ସ୍ଥାପନା କରନ୍ତୁ । ଦୈନନ୍ଦିନ ପୂଜା ପରେ, ଶଙ୍ଖରେ ଗଙ୍ଗାଜଳ ଭରି ଏହାକୁ ସମସ୍ତ କାର୍ଯ୍ୟକ୍ଷେତ୍ରରେ ଛିଞ୍ଚନ୍ତୁ । ଏହା ବ୍ୟବସାୟରେ ଥିବା ସମସ୍ୟାରୁ ମୁକ୍ତି ଦେବ ।

ରୋଗରୁ ମୁକ୍ତି ପାଇବା ପାଇଁ:

ପ୍ରତିଦିନ ତୁଳସୀ ସହିତ ଶଙ୍ଖକୁ ପୂଜା କରନ୍ତୁ । ଏହା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବ । ଏଥି ସହିତ ରୋଗ, ଦୁଃଖ ଇତ୍ୟାଦିରୁ ସୁରକ୍ଷା ମିଳିବ। ବାସ୍ତବରେ, ଶଙ୍ଖ ଫୁଙ୍କିବା ଦ୍ୱାରା ଶାରୀରିକ ତଥା ଧାର୍ମିକ ଲାଭ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.