ଅଭିଭାବକ ସାବଧାନ, ହୁଏତ ଏଥିପାଇଁ ସ୍କୁଲରେ ପଛଉଛି ଆପଣଙ୍କ ପିଲା, ଜାଣନ୍ତୁ କାରଣ

Published By : Prameya-News7 Bureau | June 08, 2019 IST

ପିଲାଙ୍କ ପାଠ ପଢାକୁ ନେଇ ପ୍ରାୟତଃ ଅଭିଭାବକ  ଚିନ୍ତିତ। ସେମାନଙ୍କ ପିଲେ ପାଠପଢାରେ ମନ ଦେଉ ନାହାନ୍ତି। କେଉଁଠି ପିଲା ଅବସାଦ ଗ୍ରସ୍ତ ରହୁଥିବା ଅଭିଭାବକ ଅଭିଯୋଗ କରୁଛନ୍ତି। ତେବେ ପିଲା ଯଦି ଖେଳକୁଦ ପାଇଁ ବି ଆଗ୍ରହୀ ହେଉନି ତେବେ ସମୟ ପୂର୍ବରୁ ଅଭିଭାବକ ସାବଧାନ ହୋଇ ଯାଆନ୍ତୁ । ହୁଏତ ଏହି କାରଣ ଯୋଗୁ ଆପଣଙ୍କ ପିଲା ପାଠପଢା ଓ ଖେଳକୁଦ ପ୍ରତି ଆଗ୍ରହୀ ହେଉ ନଥାଇ ପାରେ। ତେବେ ବ୍ୟସ୍ତ ହେବାର କିଛି ନାହିଁ । ଏହି କିଛି ସରଳ ଟିପ୍ସ ଅନୁସରଣ କଲେ ହୁଏତ ପିଲା ପୁଣି ସ୍ବଭାବିକ ଜୀବନକୁ ନିଶ୍ଟିତ ଫେରି ଆସିପାରିବ।

{"id":121052}

ପିଲାମାନେ ପାଠପଢାରେ ଅମନଯୋଗୀ ହେବା, ଉଦାସ ରହିବା ଅଥବା ଖେଳକୁଦ ପାଇଁ ଆଗ୍ରହୀ ନ ହେବା ପଛରେ  ରହିଛି ଗୋଟିଏ କାରଣ। ତାହା ହେଉଛି ବାସ୍ତୁଦୋଷ, ଯାହା ପିଲାର ବିକାଶରେ ସହାୟକ ହେଉ ନାହିଁ । ପିଲା ଘରେ ଯେଉଁପରି ବଢିବା କଥା ସେହିପରି ବଢିପାରୁ ନାହିଁ । ଏଣୁ ଆପଣ ପିଲାଠାରୁ ଆଶା କରୁଥିବା ବହୁମୁଖୀ ବିକାଶ ତା ପାଇଁ ସମ୍ଭବ ହେଉ ନାହିଁ । ଏଣୁ ପିଲାଙ୍କ କକ୍ଷର ସାଜ ସଜ୍ଜା ପ୍ରତି ବାସ୍ତୁ ଅନୁସାରେ ଧ୍ୟାନ ଦିଅନ୍ତୁ। ସେମାନଙ୍କ ବଖରାକୁ ଯେପରି ପ୍ରଚୁର ପ୍ରାକୃତିକ ଆଲୋକ ଓ ବାୟୁ ପ୍ରବାହିତ ହୋଇ ପାରିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

{"id":121053,"width":584,"height":487}

ପିଲାଙ୍କ ପାଠପଢା ଟେବୁଲକୁ ସର୍ବଦା ସଫାସୁତରା ରଖନ୍ତୁ। ସେମାନଙ୍କ ରୁମରେ ଦଉଡୁଥିବା ଘୋଡ ପୋଷ୍ଟର ଲଗାଇବା ସହ ଉତ୍ତର ଦିଗରେ ସବୁଜ ରଙ୍ଗର ଶୁଆ ଫଟୋ ଲଗାନ୍ତୁ। ଏହା ଦ୍ବାର ପିଲାଙ୍କ ମଧ୍ୟରେ ପାଠପଢା ଓ ଖେଳକୁଦର ଋଚି ବଢିବ। ପାଠ ପଢିବା ବେଳେ ପିଲାଙ୍କ ମୁହଁ ପୂର୍ବଦିଗକୁ ଓ ପିଠି ପଶ୍ଟିମ ଦିଗକୁ ୟେପରି ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ତେବେ ପିଲାଙ୍କ କକ୍ଷରେ ଗଣେଶ ଓ ସରସ୍ବତୀଙ୍କ ଫଟୋ ନିଶ୍ଚିତ ରଖନ୍ତୁ ଦେଖିବେ ପିଲାଙ୍କ ପାଠପଢା ପୁଣି ଗତି ଧରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.