ଏହି ବାସ୍ତୁ ଦୋଷ ଥିବା ଘରେ ସହଜରେ ମା ହୋଇ ପାରନ୍ତିନି ମହିଳା, ଜାଣନ୍ତୁ ପ୍ରତିକାର...

Published By : Prameya-News7 Bureau | July 20, 2019 IST

କୌଣସି ମହିଳା ତାଙ୍କ ଜୀବନରେ ସେତେବେଳେ ପୂର୍ଣ୍ଣତା ଅନୁଭବ କରନ୍ତି, ଯେତେବେଳେ ସେ ଏକ ସନ୍ତାନକୁ ଜନ୍ମ ଦେବାର ଗୌରବ ପ୍ରାପ୍ତ କରନ୍ତି। ତେବେ କେବେ କେବେ ଲୋକେ ରହୁଥିବା ଘର ମହିଳାଙ୍କୁ ମାତୃତ୍ୱର ସୁଖ ଦେଇପାରିନଥାଏ। ହୁଏତ ଏହି ସୁଖ ବହୁ ବିଳମ୍ବରେ ମିଳିଥାଏ ନଚେତ ମିଳିବି ପାରିନଥାଏ। ଏଥିପାଇଁ ଘର ନୁହେଁ ଘରର ଥିବା ଦୋଷ ତ୍ରୁଟି ହିଁ ମୁଖ୍ୟତଃ ଦାୟି ବୋଲି କୁହନ୍ତି ବାସ୍ତୁବିଦ୍। ଏଣୁ ଘରେ ଥିବା ଛୋଟ ଛୋଟ ସମସ୍ୟାର ସୁଧାର କରିଦେଲେ ଘରର ମହିଳା ଠିକ୍ ସମୟରେ ମାତୃତ୍ୱର ଅଧିକାରିଣୀ ହୋଇପାରନ୍ତି। ତେବେ ଘରେ ହେଉଥିବା ଦୋଷତ୍ରୁଟି ସବୁ କ’ଣ ଆସନ୍ତୁ ଜାଣିବା।

{"id":135697}

ଉତ୍ତର-ପୂର୍ବ ଦିଗରେ ଯଦି ବେଡ ରୁମ ଥାଏ ଓ ନବ ବିବାହିତ ଦମ୍ପତ୍ତି ଯଦି ସେହି ଘରକୁ ଶୟନ କକ୍ଷ ଭାବେ ବ୍ୟବହାର କରନ୍ତି ତେବେ ଏହି ଦିଗରେ ଶୟନ କକ୍ଷ ରହିବା ଯୋଗୁ ସୃଷ୍ଟି ହେଉଥିବା ବାସ୍ତୁ ଦୋଷର ସେମାନେ ଶିକାର ହୋଇଥାନ୍ତି। ହୁଏତ ସେମାନଙ୍କ ସନ୍ତାନ ହେବାରେ ବିଳମ୍ବ ହୋଇପାରେ। ସେହିପରି ଯଦି ମହିଳା ଗର୍ଭବତୀ ହୋଇ ବି ପାରନ୍ତି ତେବେ ଘରର ଦକ୍ଷିଣ-ପୂର୍ବ ଦିଗରେ ଥିବା ଶୟନ କକ୍ଷ ବ୍ୟବହାର ନ କରିବା ଉଚିତ। କାରଣ ଏହି ଦିଗରେ ଥିବା ଶୟନ କକ୍ଷ ବ୍ୟବହାର କଲେ ଗର୍ଭପାତର ଅନେକ ଆଶଙ୍କା ଥାଏ।

{"id":135698}

ସେହିପରି ଘରର କେନ୍ଦ୍ର ସ୍ଥଳରେ ସିଡି ଅଥବା ଭାରି ଆସବାବପତ୍ର ରହିଲେ ମହିଳାଙ୍କୁ ମା ହେବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏଣୁ ଘରର କେନ୍ଦ୍ର ସ୍ଥଳକୁ ମୁକ୍ତ ରଖିବା ଆବଶ୍ୟକ। ସେହିପରି ମହିଳା ଗର୍ଭବତୀ ହୋଇଥିଲେ ତାଙ୍କୁ ଏଭଳି କକ୍ଷରେ ରହିବାକୁ ଦିଅନ୍ତୁନି ଯେଉଁ କକ୍ଷରେ ଆଲୋକର ମାତ୍ରା କମ ରହୁଥାଏ ବା ଆଦୌ ଘରକୁ ବାହାରର ଆଲୋକ ପ୍ରବେଶ କରୁନଥାଏ। ଗର୍ଭବତୀ ମହିଳାଙ୍କୁ ମୁକ୍ତ ବାତାବରଣରେ ପ୍ରଚୁର ଆଲୋକ ଓ ପବନ ଆସୁଥିବା କକ୍ଷରେ ରଖିବାର ପ୍ରବନ୍ଧ କରାଯିବା ଆବଶ୍ୟକ। ନଚେତ ଘରେ ଶିଶୁଙ୍କ କଳରବ ଶୁଣିବା ବିଳମ୍ବ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.