ଭୁବନେଶ୍ୱର ୨୮/୧ : ବାସ୍ତୁଶାସ୍ତ୍ର ଅନୁସାରେ, ଘରେ କୌଣସି ସଦସ୍ୟଙ୍କ ଆତ୍ମହତ୍ୟା ବା ଅକାଳ ମୃତ୍ୟୁ ପଛରେ ବାସ୍ତୁଦୋଷ ରହିଥାଏ | ବାସ୍ତୁଶାସ୍ତ୍ର ପଣ୍ଡିତ ଗୌରବ ବଶିଷ୍ଠଙ୍କ କହିବାନୁଯାୟୀ, ଯେଉଁ ଘରେ ଆତ୍ମହତ୍ୟା ହୋଇଥାଏ ସେହି ଘରେ ଦୁଇ କିମ୍ବା ଦୁଇରୁ ଅଧିକ ବାସ୍ତୁଦୋଷ ରହିଥାଏ |
{"id":79086}୧. ପ୍ରଥମତଃ ଘରର ଐଶାନ୍ୟ କୋଣ (ଉତ୍ତର-ପୂର୍ବ)କୁ ନେଇ ବାସ୍ତୁଦୋଷ ରହିଥାଏ | ଦ୍ୱିତୀୟତଃ ନୈଋତ୍ତ କୋଣ (ଦକ୍ଷିଣ-ପଶ୍ଚିମ)ରେ ମଧ୍ୟ ବାସ୍ତୁ ଦୋଷ ରହିଥାଇପାରେ | ଏହି ସବୁ ଦିଗରେ ପାଣି ଟାଙ୍କି, କୂଅ, ବୋରିଂ, ବେସମେଣ୍ଟ ରହିବା କିମ୍ବା କୌଣସି ପ୍ରକାରେ ଘରର ଭୂମି ଯଦି ତଳିଆ ଥିବ, ଘରର ଦକ୍ଷିଣ ଦିଗର ଦକ୍ଷିଣ କୋଣ କିମ୍ବା ଦକ୍ଷିଣ-ପଶ୍ଚିମର ଦକ୍ଷିଣ ଭାଗ ବଢିଥିବ ତାହେଲେ ବସ୍ତୁର ଖରାପ ପ୍ରଭାବ ପଡିଥାଏ |
{"id":79087,"width":576,"height":553}
୨. ଯଦି ଘରର ପଶ୍ଚିମ ନୈରୁତ୍ତ କୋଣରେ ମୁଖ୍ୟଦ୍ଵାର ଥିବା ତାହେଲେ ଘରର ପୁରୁଷ ସଦସ୍ୟ ଆତ୍ମହତ୍ୟା କରିବାର ସମ୍ଭାବନା ଥାଏ | ଯଦି ଘରର ମୁଖ୍ୟଦ୍ଵାର ଦକ୍ଷିଣ ନିରୁତ୍ତ କୋଣରେ ଥାଏ ତାହେଲେ ଘରର ମହିଳା ସଦସ୍ୟ ଆତ୍ମହତ୍ୟା କରିବାର ସମ୍ଭାବନା ଥାଏ |
୩. ବାସ୍ତୁଦୋଷ ଘରର ଐଶାନ୍ୟ କୋଣରେ ମଧ୍ୟ ରହିଥାଏ | ଏହି କୋଣ ଯଦି ଭିତରକୁ ଦବି ହୋଇ ରହିଥିବ କିମ୍ବା କଟିଯାଇଥିବ କିମ୍ବା କୌଣସି କାରଣବଶତଃ ଦକ୍ଷିଣ ପୂର୍ବ କାନ୍ଥ ପୂର୍ବ ଆଡକୁ ଆଗକୁ ଢଳିଥାଏ ତାହେଲେ ଘରର ପୁରୁଷ ସଦସ୍ୟ ଆତ୍ମହତ୍ୟା କରିବା ସମ୍ଭାବନା ରହିଥାଏ | ଉତ୍ତର ପଶ୍ଚିମ କାନ୍ଥର ଉତ୍ତର ଭାଗ ଆଗକୁ ବଢିଥାଏ ତାହେଲେ ଘରର ମହିଳା ଆତ୍ମହତ୍ୟା କରିବା ସମ୍ଭାବନା ରହିଥାଏ |
୪. ଘରର ଦକ୍ଷିଣ ନୈରୁତ୍ତ ଦିଗରେ କୌଣସି ରାସ୍ତା ଆସି ଘରଠାରେ ମିଶୁଥିବ ବା ସରିଯାଇଥିବ ତେବେ ମହିଳା ଆତ୍ମହତ୍ୟା କରିବା ସମ୍ଭାବନା ରହିଥାଏ | ପଶ୍ଚିମ ନୈରୁତ୍ତ ଦିଗରେ ଯଦି ସମାନ କଥା ହୋଇଥାଏ, ବା କୌଣସି ରାସ୍ତା ଆସି ଘରର ମୁଖ୍ୟଦ୍ଵାର ସହ ମିଶିଥାଏ ତେବେ ପୁରୁଷ ଆତ୍ମହତ୍ୟା କରିବା ସମ୍ଭାବନା ରହିଥାଏ |
୫. ଭୂମିର ପୂର୍ବ ଆଗ୍ନେୟ କୋଣକୁ କୌଣସି ପଦାର୍ଥରେ ଢାଙ୍କିବା ଉଚିତ ନୁହେଁ | ଏହାଦ୍ୱାରା ପୁରୁଷଙ୍କ ମଧ୍ୟରେ ନିରାଶ ଏବଂ ଆତ୍ମହତ୍ୟା ମନୋବୃତି ବୃଦ୍ଧି ପାଇଥାଏ | ଵାୟଵ୍ୟ କୋଣ ଢଙ୍କା ହୋଇଥିଲେ ମହିଳାଙ୍କ ମଧ୍ୟରେ ନିରାଶ ବଢିଥାଏ ଏବଂ ଆତ୍ମହତ୍ୟା କରିବା ସମ୍ଭାବନା ରହିଥାଏ |
ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଘର ତିଆରି କରିବା ପୂର୍ବରୁ ବସ୍ତୁ ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ଅନୁକରଣ କରି ଘର ତିଆରି କରିବା ଉଚିତ | ଯଦି ଘର ଭଡାରେ ନେଇ ରହୁଛନ୍ତି ତାହେଲେ ମଧ୍ୟ ଏସବୁ ଦିଗ ପ୍ରତି ଧ୍ୟାନ ଦେଇ ଘର ନିଅନ୍ତୁ |