Wednesday, September 18, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ, ସୁଧାଂଶୁ ଷଢଙ୍ଗୀ ହେଲେ ଟ୍ୱିନସିଟି ପୋଲିସ କମିଶନର, ଆଉ କିଏ କେଉଁଠିକୁ ଗଲେ ଜାଣନ୍ତୁ

ଭୁବନେଶ୍ୱର ୧୯।୮:  ଆଜି ମୁଖ୍ୟ ଶାସନ ସଚିବ ଓ ଗୃହସଚିବ ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ବରିଷ୍ଠ ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଏଥିରେ କଟକ-ଭୁବନେଶ୍ୱର ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ଜେଲ ବିଭାଗ ଏଡିଜି ଭାବେ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ  ବରିଷ୍ଠ ଆଇପିଏସ୍ ଅଫିସର ସୁଧାଂଶୁ ଷଢଙ୍ଗୀଙ୍କୁ ପୋଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ସତ୍ୟଜିତ ମହାନ୍ତିଙ୍କୁ ଜେଲ ବିଭାଗର ଏଡିଜି ଦାୟିତ୍ୱ ସହ କରେକ୍ସନାଲ ସର୍ଭିସର ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି ।

ସେହିଭଳି ଜେଲ ବିଭାଗ ଆଇଜି ମହେନ୍ଦ୍ର ପ୍ରତାପଙ୍କୁ କଟକ ପ୍ରିଣ୍ଟିଂ ପ୍ରେସ୍ ଏବଂ ଷ୍ଟେସନାରୀ ସଂସ୍ଥାର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା ଏଡିଜି ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିଶନର ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଏଡିଜି ଅପରେସନ ଆର.ପି. କୋଚ୍ଚେ ଆଇନ ଶୃଙ୍ଖଳା ଏଡିଜି ଭାବେ ଅବସ୍ଥାପିତ ହୋଇଛନ୍ତି । ଅଗ୍ନିଶମ ଓ ଗୃହରକ୍ଷୀ ବିଭାଗର ଆଇଜି ରାଜେଶ କୁମାରଙ୍କୁ ଏସସିଆରଡିର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଆଶିଷ କୁମାର ସିଂହଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ବଦଳି କରାଯାଇଛି। ଆଶିଷ ସିଂହ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଦାୟିତ୍ୱରେ ଥିଲେ। ଏଚଆରପିସିର ଡିଆଇଜି ଦୀପ୍ତେଶ ପଟ୍ଟନାୟକଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନୋତୀ ଦିଆଯିବା ସହ ତାଙ୍କୁ ପୂର୍ବାଞ୍ଚଳ ରେଞ୍ଜ ଆଇଜି ଭାବେ ଅବସ୍ଥାପିତ କରାଯାଇଛି।

ଉତ୍ତରାଞ୍ଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ କୋରାପୁଟ ଡିଆଇଜି ହିମାଂଶୁ ଲାଲଙ୍କୁ ସମ୍ବଲପୁର ଡିଆଇଜି ଭାବେ ବଦଳି କରାଯାଇଛି। ପୋଲିସ ମୁଖ୍ୟାଳୟ ଡିଆଇଜି ଅବସ୍ଥାପିତ ସଫିନ ଅହମ୍ମଦ.କେ ଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ (କୋରାପୁଟ) ଡିଆଇଜି ଭାବେ ବଦଳି କରାଯାଇଛି।ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନା କ୍ରାଇମବ୍ରାଞ୍ଚ ଡିଆଇଜି ଭାବେ ବଦଳି ହୋଇଛନ୍ତି। ପୋଲିସ ଆଇଜି ସୌମେନ୍ଦ୍ର ପ୍ରୀୟଦର୍ଶୀଙ୍କୁ ଆଇଜି ପୋଲିସ ପର୍ସନେଲ ଭାବେ ବଦଳି କରାଯାଇଛି। ଏସଆଇଡବ୍ଲୁ ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କୁ ଅର୍ଥନୈତିକ ଅପରାଧ ଶାଖାର ଆଇଜି ଭାବେ ବଦଳି କରାଯାଇଛି। ଛୁଟିରୁ ଫେରିବା ପରେ ଏନ.ବି.ଭାରତୀ ଏଚଆରପିସି ଆଇଜି ଭାବେ ଅବସ୍ଥାପିତ ହୋଇଛନ୍ତି। ଏସଏପି ଆଇଜି ଅମିତାଭ ଠାକୁରଙ୍କୁ ଆଇଜି ପୋଲିସ ଅପରେସନ ଭାବେ ଅବସ୍ଥାପିତ କରାଯାଇଛି।

ଆଇଜି ପର୍ସନେଲ ପି.ଏସ୍.ରଣପିସେଙ୍କୁ ଭିଜିଲାନ୍ସ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଆଇଜି ରେଖା ଲୋହାନୀଙ୍କୁ ପୋଲିସ ଆଧୁନିକିକରଣ ବିଭାଗର ଆଇଜି ଭାବେ ବଦଳି କରାଯାଇଛି। ପୋଲିସ ମୁଖ୍ୟାଳୟ ଆଇଜି ଅସୀତ କୁମାର ପାଣିଗ୍ରାହୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଦକ୍ଷିଣାଞ୍ଚଳ ଆଇଜି ଜତିନ୍ଦ୍ର କୋୟଲଙ୍କୁ ଏସଏପି ଆଇଜି ଭାବେ ବଦଳି କରାଯାଇଛି। ଏସଓଜି ଚନ୍ଦକାର କମାଣ୍ଡାଣ୍ଟ ଅନିରୁଦ୍ଧ କୁମାର ସିଂହଙ୍କୁ ଏସଆଇଡବ୍ଲୁ ଡିଆଇଜି ଭାବେ ବଦଳି କରାଯାଇଛି।

ନୂଆପଡା ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କୁ ମୟୁରଭଞ୍ଜ ଏସପି ଭାବେ ବଦଳି କରାଯାଇଛି। ବରଗଡ ଏସପି ମୁକେଶ କୁମାର ଧାମୁଙ୍କୁ କୋରାପୁଟ ଏସପି ଭାବେ ବଦଳି କରାଯାଇଛି। ବାଲିଗୁଡା ଏସଡିପିଓ ବିନିତ ଅଗ୍ରୱାଲଙ୍କୁ ନୂଆପଡା ଇନଚାର୍ଜ ଏସପି ଭାବେ ଦାୟିତ୍ୱ ଦିଆଯାଇଛି। ଜୟପୁର ଏସଡିପିଓ ସାଗରିକା ନାଥଙ୍କୁ କଟକ-ଭୁବନେଶ୍ୱର କମିଶନରେଟ ପୋଲିସର ଇନଚାର୍ଜ ଟ୍ରାଫିକ ଡିସିପି ଭାବେ ଦାୟିତ୍ୱ ଦିଆଯାଇଛି। କୋରାପୁଟ ଏସପି କନୱର ବିଶାଲ ସିଂହଙ୍କୁ ସମ୍ବଲପୁର ଏସପି ଭାବେ ବଦଳି କରାଯାଇଛି।

ମୟୁରଭଞ୍ଜ ଏସପି ଅବିନାଶ କୁମାରଙ୍କୁ ଅର୍ଥନୈତିକ ଅପରାଧ ଶାଖାର ଏସପି ଭାବେ ବଦଳି କରାଯାଇଛି। ଏସଡିପିଓ ଖିଲାରୀ ଋଷିକେଶଙ୍କୁ ମାଲକାନଗିରିର ଇନଚାର୍ଜ ଏସପି ଦାୟିତ୍ୱ ଦିଆଯାଇଥିବା ବେଳେ ପୋଲିସ କମିଶନରେଟ ମୁଖ୍ୟାଳୟ ଡିସିପି ପଦ୍ମିନୀ ସାହୁଙ୍କୁ ବରଗଡ ଏସପି ଭାବେ ବଦଳି କରାଯାଇଛି। ରାଉରକେଲା ଏସଆରପି ଇନଚାର୍ଜ ଓପିଏସ୍ ଅଧିକାରୀ ଅଜୟ ପ୍ରତାପ ସ୍ୱାଇଁଙ୍କୁ ଖୋର୍ଦ୍ଧା ଏସପି ଭାବେ ପଦୋନ୍ନତି ଦିଆଯାଇଛି। ସେହିପରି କଟକ-ଭୁବନେଶ୍ୱର ପୋଲିସ କମିଶନରେଟର ଅତିରିକ୍ତ ଡିସିପି ତ୍ରିନାଥ ପଟେଲଙ୍କୁ ରାଉରକେଲା ଏସଆରପି ଭାବେ ବଦଳି କରାଯାଇଛି। ବୌଦ୍ଧ ଏସପି ସୁଧାଂସୁ ଶେଖର ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ଏସପି ଭାବେ ବଦଳି କରାଯାଇଛି।

ଭିଜିଲାନ୍ସ ଏସପି ଆର.ପ୍ରକାଶଙ୍କୁ ଜଗତସିଂହପୁର ଏସପି ଭାବେ ବଦଳି କରାଯାଇଛି। ରାୟଗଡାର ଅତିରିକ୍ତ ଏସପି ୱାଇ.ରଘୁନାଥ ରାଓଙ୍କୁ ବୌଦ୍ଧ ଏସପି ଭାବେ ବଦଳି କରାଯାଇଛି। ମାଲକାନଗିରି ଏସପି ଜଗମୋହନ ମିଣାଙ୍କୁ ଅନୁଗୁଳ ଏସପି ଭାବେ ବଦଳି କରାଯାଇଛି। ବଲାଙ୍ଗିର ଏସପି ଶିବ ସୁବ୍ରମଣୀଙ୍କୁ ରାଉରକେଲା ଏସପି ଭାବେ ବଦଳି କରାଯାଇଛି। ଅନୁଗୁଳ ଏସପି ମିତ୍ରଭାନୁ ମହାପାତ୍ରଙ୍କୁ କେନ୍ଦୁଝର ଏସପି ଭାବେ ବଦଳି କରାଯାଇଛି। ରାଉରକେଲା ଏସପି ସାର୍ଥକ ଷଢଙ୍ଗୀଙ୍କୁ ଭିଜିଲାନ୍ସ ଏସପି ଭାବେ ବଦଳି କରାଯାଇଛି। କ୍ରାଇମବ୍ରାଞ୍ଚ ଏସପି ମାଡକର ସନ୍ଦିପ ସମ୍ପତଙ୍କୁ ବଲାଙ୍ଗିର ଏସପି ଭାବେ ବଦଳି କରାଯାଇଛି।

323 Views

   ସମ୍ବନ୍ଧିତ ଖବର