Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ମଙ୍ଗଳ ଗ୍ରହରୁ ପୃଥିବୀ ପୃଷ୍ଠକୁ ଆସୁଛି ଭୟଙ୍କର ମହାମାରୀ, କରୋନା ଭାଇରସଠୁ ଲକ୍ଷାଧିକ ଗୁଣରେ ସୃଷ୍ଟି କରିବ ବିପର୍ଯ୍ୟୟ !

14/06/2020 at 6:24 PM

ନୂଆଦିଲ୍ଲୀ, ୧୪|୦୬ :    ସାରା ବିଶ୍ୱ ଏବେ କରୋନା ମହାମାରୀର ମୁକାବିଲା କରୁଛି । ମାରାତ୍ମକ କରୋନା ଭାଇରସ ଏବେସୁଦ୍ଧା ୪ ଲକ୍ଷରୁ ଅଧିକ ଜୀବନ ନେଇସାରିଲାଣି । ୭୦ ଲକ୍ଷରୁ ଅଧିକ ବ୍ୟକ୍ତି ଏହା ଭାଇରସ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି । ଏହାର ପ୍ରତିଷେଧକ ନଥିବାରୁ ପ୍ରତିଦିନ ହଜାର ହଜାର ଜୀବନ ଚାଲିଯାଉଛି । ତେବେ ଏହାଠାରୁ ମଧ୍ୟ ଏକ ଖରାପ ଖବର ଏବେ ସାମ୍ନାକୁ ଆସିଛି ।

ପଞ୍ଜାବ କେଶରୀରର ରିପୋର୍ଟ ଅନୁସାରେ, ମଙ୍ଗଳ ଗ୍ରହରୁ ପୃଥିବୀ ଆଡକୁ କରୋନାଠୁ ମଧ୍ୟ ଭୟଙ୍କର ରୋଗ ମାଡି ଆସୁଛି । ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରୁ କିଛି ନମୂନା ଆଣିଛନ୍ତି, ଯେଉଁଥିରୁ ମାରାତ୍ମକ ଭାଇରସ ଜନ୍ମ ନେବ । ଯାହା ଫଳରେ ଆଉ ଏକ ମହାମାରୀ ବ୍ୟାପିବ ।

ଡେଲି ଷ୍ଟାରକୁ ନାସା ଦେଇଥିବା ଏକ ସାକ୍ଷାତକାରରରୁ  ଏହା ସ୍ପଷ୍ଟ ହୋଇଛି ।,ସେମାନଙ୍କ ବୈଜ୍ଞାନିକ ମଙ୍ଗଳ ଗ୍ରହରୁ କିଛି ନମୂନା ଆଣୁଛନ୍ତି । ଏହି ନମୂନା ପୃଥିବୀ ପୃଷ୍ଠରେ ଭୟଙ୍କର ରୋଗ ସୃଷ୍ଟି କରିବ । ଏହି ମହାମାରୀ କରୋନାଠୁ ମଧ୍ୟ ଅଧିକ ସାଙ୍ଘାତିକ ହେବ । କାରଣ ନାସା ଆଣୁଥିବା ଏହି ନମୂନାରେ ପେଥାଗୁନସ୍ ହୋଇପାରନ୍ତି । ଏହି ପେଥାଗୁନସ୍ ଦ୍ୱାରା ପୃଥିବୀ ପୃଷ୍ଠରେ ମହାମାରୀ ବ୍ୟାପିବାର ସମ୍ଭାବନା ରହିଛି ।

ନାସା ଦ୍ୱାରା ଦିଆଯାଇଥିବା ଏହି ସାକ୍ଷାତକାର ପରେ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଛି । ଏହାପରେ ୟୁନିଭର୍ସିଟି ଅପ୍ ବଙ୍କିଂହାମର ଡାକ୍ତର ବେରୀ ଡିଗ୍ରୀଗୋରୀଓ ନାସାକୁ କହିଛନ୍ତି ଯେ, ନାସା ଲୋକଙ୍କୁ ବହୁତ କିଛି ଲୁଚାଉଛି । ମଙ୍ଗଳ ଗ୍ରହରେ ଜୀବନ ଥିବା ବାବଦରେ ନାସା ବହୁ ପୂର୍ବରୁ ଜାଣିଛି । ମଙ୍ଗଳରୁ ଆଣୁଥିବା ନମୂନାର ପରୀକ୍ଷଣ ଚନ୍ଦ୍ର ପୃଷ୍ଠରେ କରାଯାଉ । ଯଦି ଏହି ପେଥାଗୁନସ୍ ପୃଥିବୀକୁ ଆସନ୍ତି ତେବେ ମହାମାରୀ ବ୍ୟାପିବ । ଏହି ନମୂନାକୁ ଯେତେ ସୁରକ୍ଷିତ କରି ରଖିଲେ ମଧ୍ୟ କୌଣସି କାରଣରୁ ଏହାର କିଛି ଅଂଶ ବାହାରିଲେ ଭୂତାଣୁ ଅଧିକ ମାତ୍ରାରେ ବ୍ୟାପିବ । ଯାହାକୁ ରୋକିବା ଅସମ୍ଭବ । ଯାହା କରୋନାଠୁ ଏକ ଲକ୍ଷ ଗୁଣା ଶକ୍ତିଶାଳୀ ।

ତେବେ ଆମେରିକୀୟ ଏଜେନ୍ସି ନାସା ବେରୀଙ୍କ ପରାମର୍ଶକୁ ବେଖାତିର କରିଦେଇଛି । ନାସା ସ୍ପଷ୍ଟ ଭାବେ କହିଛି ଯେ ମଙ୍ଗଳ ଗ୍ରହର ନମୂନା ପୃଥିବୀ ପୃଷ୍ଠକୁ ହିଁ ଆସିବ । ଏହାକୁ ଆଣିବା ସମୟରେ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବ । ଏହି ନମୂନାକୁ ଷ୍ଟେଟ୍ ଅଫ୍ ଆର୍ଟ ଲାବୋରାଟାରୀରେ କରାଯିବ । ୨୦୩୦ରେ ନାସା ମଙ୍ଗଳ ଗ୍ରହକୁ ମାନବ ମିଶନ ପଠାଇବ । ସେଠାରୁ ବୈଜ୍ଞାନିକ ନମୂନା ଆଣିବେ ।

   Related Posts