ପ୍ରଧାନମନ୍ତ୍ରୀ ମୋଦିଙ୍କ ହତ୍ୟା ଷଡଯନ୍ତ୍ର କରିଥିବା ଅଭିଯୁକ୍ତ ବରବର ରାଓ ନକ୍ସଲଙ୍କ ସହ ସମ୍ପୃକ୍ତି ଥିବା ନେଇ ଗିରଫ

Published By : Prameya-News7 Bureau | November 18, 2018 IST

ହାଇଦ୍ରାବାଦ ୧୮/୧୧ : ଭିମା-କୋରେଗାଁଓ ମାମଲାରେ ଜଡିତ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଷଡଯନ୍ତ୍ର କରିଥିବା ଅଭିଯୁକ୍ତ ବରବର ରାଓକୁ ମହାରାଷ୍ଟ୍ର ପୋଲିସ ଗିରଫ କରିଛି | ଗତ ଅଗଷ୍ଟ ୨୯ ତାରିଖରୁ ବରବର ରାଓର ହାଇଦ୍ରାବାଦ ସ୍ଥିତ ଘର ଉପରେ ପୋଲିସ ନଜର ରଖିଥିଲା | ଗତ ଶୁକ୍ରବାର ଦିନ ହାଇଦ୍ରାବାଦ ହାଇକୋର୍ଟ ବରବର ରାଓର ଜାମିନ ଆବେଦନ ଖାରଜ କରିଦେଇଥିଲେ | ବରବର ରାଓକୁ ପୋଲିସ ହାଇଦ୍ରାବାଦରୁ ତାଙ୍କ ବାସଭବନରୁ ଗିରଫ କରିବା ପରେ ପୁଣେ ନେଇଯାଇଛି | ଭୀମା-କୋରେଗାଁଓ ହିଂସା ମାମଲା ଏବଂ ନକ୍ସଲଙ୍କ ସହିତ ସମ୍ପୃକ୍ତ ଥିବା ନେଇ ବରବର ରାଓ ଉପରେ ଅଭିଯୋଗ ହୋଇଛି | ଗତ ଅଗଷ୍ଟ ମାସରେ ଭୀମା-କୋରେଗାଁଓ ହିଂସା ମାମଲାରେ ପୁଣେ ପୋଲିସ ସାରା ଦେଶରେ ଚଢ଼ାଉ କରିଥିଲା | ବରବର ରାଓକୁ ମଧ୍ୟ ପୋଲିସ ଗିରଫ କରିଥିଲା | କିନ୍ତୁ ସୁପ୍ରିମକୋର୍ଟ ବରବର ରାଓର ଗିରଫ ଆଦେଶ ଉପରେ ରୋକ ଲଗେଇଥିଲେ | ଏହାପରେ ହାଇଦ୍ରାବାଦରେ ତା' ଉପରେ ନଜର ରଖାଯାଉଥିଲା | ଭୀମା-କୋରେଗାଁଓ ହିଂସା ମାମଲାରେ ବରବର ରାଓ ସମେତ ୫ଜଣ ନକ୍ସଲ ସମର୍ଥକଙ୍କୁ ପୋଲିସ ଗିରଫ କରିଥିଲା | ଅନ୍ୟ ୪ଜଣ ହେଲେ ସୁଧା ଭରଦ୍ୱାଜ, ଗୌତମ ନବଲଖା, ଅରୁଣ ଫରେରା ଏବଂ ଵର୍ଣ୍ଣନ ଗୋଂଜାଲବିଷ | ଏ ସମସ୍ତଙ୍କୁ ପୋଲିସ ଭିନ୍ନ ଭିନ୍ନ ସ୍ଥାନରୁ ଗିରଫ କରିଥିଲେ | ଏହି ବର୍ଷ ଆରମ୍ଭରୁ ନକ୍ସଲ ନେତା ସ୍ୱର ଲେଖା ହୋଇଥିବା ଏକ ଚିଠି ପୁଣେ ପୋଲିସ ଜବତ କରିଥିଲା | ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରାଯିବା ନେଇ ଏହାହିଁ ଚିଠିରେ ଲେଖାଥିଲା | ନକ୍ସଲ ଗତିବିଧି ଉପରେ ପ୍ରତିଷ୍ଠିତ ତେଲୁଗୁ କବି ବରବର ରାଓ ଦ୍ୱାରା ଲିଖିତ ମାର୍ଗ ଦର୍ଶନର ଏହି ଚିଠିରେ ବହୁତ ପ୍ରଶଂସା କରାଯାଇଥିଲା | ବରବର ରାଓ ଜଣେ ତେଲୁଗୁ କବି ତଥା ଲେଖକ | ସେ କ୍ରାନ୍ତିକାରୀ ଲେଖକ ସଂଗଠନର ସଂସ୍ଥାପକ ସଦସ୍ୟ ଥିଲେ | ସେ ନକ୍ସଲମାନଙ୍କୁ ସମର୍ଥନ କରୁଥିବା ବିଶ୍ୱାସ କରାଯାଏ | ଭିନ୍ନ ଭିନ୍ନ ମାମଲାରେ ସେ ଅନେକ ଥର ଜେଲ ମଧ୍ୟ ଯାଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.