ସୁଶାନ୍ତ ସିଂହ ରାଜପୁତ,ବରୁଣ ଶର୍ମାଙ୍କ ଭଳି ସେଲିବ୍ରିଟିଙ୍କ ମ୍ୟାନେଜର ରହିଥିବା ଦିଶା ସାଲିୟନଙ୍କ ୧୪ମହଲା ବିଲଡିଂରୁ ଖସିପଡ଼ି ମୃତ୍ୟୁ : ବଲିଉଡରେ ଶୋକର ଛାୟା

Published By : Prameya-News7 Bureau | June 10, 2020 IST

ମୁମ୍ବାଇ ୧୦/୬: କେତେକ ବଲିଉଡ ସେଲେବଙ୍କ ମ୍ୟାନେଜର ରହିଥିବା ଦିଶା ସଲିୟାନଙ୍କ ଆତ୍ମହତ୍ୟାରେ ଇଣ୍ଡଷ୍ଟ୍ରିର କିଛି ଷ୍ଟାର ସ୍ତବ୍ଧ ଅଛନ୍ତି। ଦିଶା ସୋମବାର ରାତିରେ ମୁମ୍ବାଇର ଏକ ବିଲଡିଂର ୧୪ମହଲାରେ ରହିଥିଲେ। ଦିଶା ଘଟଣାର ଠିକ୍ ପୂର୍ବରୁ ମଲାଡ ପଶ୍ଚିମ ଅଞ୍ଚଳର ଏକ କୋଠାର ୧୪ମହଲାରେ ତାଙ୍କ ଭାବିସ୍ବାମୀଙ୍କ ସହ ଥିଲେ। ତାଙ୍କୁ ନିକଟସ୍ଥ ବୋରିବଲି ହସ୍ପିଟାଲ୍ ନିଆଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଦିଶାଙ୍କ ମୃତ୍ୟୁକୁ ନେଇ ଅଭିନେତା ବରୁଣ ଶର୍ମା ଟ୍ବିଟ୍ କରିଛନ୍ତି।

wp:core-embed/twitter {"url":"https://twitter.com/varunsharma90/status/1270346077565186048","type":"rich","providerNameSlug":"twitter","className":""}
https://twitter.com/varunsharma90/status/1270346077565186048
/wp:core-embed/twitter

ସେ ଦିଶାଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି,‘ ତାଙ୍କ ପାଖରେ ଶବ୍ଦ ନାହିଁ। ଏହା ବିଲକୁଲ ସତ ଲାଗୁନାହିଁ। ଅନେକ ସ୍ବୃତି ରହିଛି। ଜଣେ ଚମତ୍କାର ମଣିଷ ଏବଂ ଭଲ ବନ୍ଧୁ। ସେ ସବୁବେଳେ ନିଜ ହସ ଏବଂ ବିନମ୍ରତାରେ ସବୁ ଜିନିଷକୁ ଡିଲ୍ କରନ୍ତି। ତାଙ୍କ ଅଭାବ ଅନୁଭବ ହେବ। ଭଗବାନ ଏପରି ସଙ୍କଟ ସମୟରେ ତାଙ୍କ ପରିବାରକୁ ସାହସ ଦିଅନ୍ତୁ। ତାଙ୍କୁ ଏବେ ବି ବିଶ୍ବାସ ହେଉନାହିଁ ଯେ ଦିଶା ଚାଲିଯାଇଛନ୍ତି’।

{"id":283905,"sizeSlug":"large"}

ଦିଶା,ସୁଶାନ୍ତ ସିଂହ ରାଜପୁତ,ଭାରତୀ ସିଂହ,ରିୟା ଚକ୍ରବର୍ତ୍ତୀ ଏବଂ ବରୁଣ ଶର୍ମା ଭଳି କଳାକାରଙ୍କ ମ୍ୟାନେଜର ରହି ସାରିଥିଲେ। ଦିଶା ପବ୍ଲିକ୍ ରିଲେସନ୍ସ ମ୍ୟାନେଜର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପୋଲିସ୍ ଏହି ଘଟଣାର ତଦନ୍ତ କରୁଛି ଏବଂ ଏବେ ସୁଦ୍ଧା ମୃତ୍ୟୁର କାରଣର କୌଣସି ଫଳାଫଳ ପହଞ୍ଚିନାହିଁ। ପୋଲିସ୍ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ମଧ୍ୟ ରୁଜୁ କରୁଛି। ପୋଲିସ୍ ଦିଶାଙ୍କ ବାପା-ମାଆଙ୍କ ବୟାନ ରେକର୍ଡ଼ କରିଛି ଏବଂ ଏହି ମାମଲାରେ ତାଙ୍କ ଭାବିସ୍ବାମୀଙ୍କ ବୟାନ ନିଆଯିବା ବାକି ରହିଛି।

{"id":283906,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.