“କୁଲି ନମ୍ୱର-୧” ରିମେକରେ ବରୁଣ ଧୱନଙ୍କ ସହ ଅଭିନୟ କରିବେ ଏହି ଅଭିନେତ୍ରୀ

Published By : Prameya-News7 Bureau | March 10, 2019 IST

wp:heading {"level":5}
ମୁମ୍ୱାଇ୧୦|୩: ବଲିଉଡ ଅଭିନେତା ବରୁନ ଧୱନ ଓ ସାରା ଅଲ୍ଲୀ ଖାନଙ୍କୁ ପ୍ରଥମ ଥର ପାଇଁ ପରଦାରେ ଏକା ସହ ଦେଖିବାକୁ ମିଳିବ। ସୂଚନାଯୋଗ୍ୟ ଯେ, “କୁଲି ନମ୍ୱର-୧” ରିମେକରେ ଉଭୟ ଅଭିନୟ କରିବାକୁ ଯାଉଛନ୍ତି। କିଛି ଦିନ ତଳେ ଗୋଟେ ସାକ୍ଷାତକାରରେ ବରୁନ କହିଥିଲେ ଯେ, ସଲମାନଙ୍କ ଚଳଚ୍ଚିତ୍ର “ଯୁଡୱା” ରିମେକରେ ସେ ଅଭିନୟ କରିଲା ପରେ ଏବେ ଗୋବିନ୍ଦାଙ୍କ ଫିଲ୍ମ “କୁଲି ନମ୍ୱର-୧” ରିମେକରେ ସେ ଅଭିନୟ କରିବେ। ଏହି ସାକ୍ଷାତକାରରେ ବରୁଣଙ୍କ ସହ ମୁଖ୍ୟ ଅଭିନେତ୍ରୀ ଭାବେ କିଏ ଅଭିନୟ କରିବେ ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା। କିନ୍ତୁ ଏହି ବିଷୟରେ ସେ ବିଶେଷ କିଛି କହିନଥିଲେ।
/wp:heading {"id":92159,"width":599,"height":354}

ଯେତେବେଳେ ଆଲିୟା ଭଟ୍ଟ ଓ ସାରା ଅଲ୍ଲୀ ଖାନଙ୍କ ନାଁ ତାଙ୍କୁ ଅପସନରେ ଦିଆଗଲା ସେତେବେଳେ ସେ କହିଲେ ଯେ ଏବେ ତାଙ୍କର ଆଲିୟାଙ୍କ ସହ କିଛି ଶୁଟିଂ ନାହିଁ। ସେ ଆଲିୟାଙ୍କ ସହ ଅନେକ ଫିଲ୍ମ କରିସାରିଛନ୍ତି।  ତେବେ ପରଦାରେ ନୂଆ ଯୋଡି ସହ ତାଙ୍କ କ୍ୟେମେଷ୍ଟ୍ରି ଦର୍ଶକ ପସନ୍ଦ କରିବେ ବୋଲି କହିଥିଲେ ବରୁଣ। ବରୁଣ ଏହି ସାକ୍ଷାତକାରରେ ସାରାଙ୍କ ନାଁ ପ୍ରକାଶ କରିନଥିଲେ ।

{"id":92160,"width":593,"height":311}

ବରୁନ ଏବେ ଆଲିୟା ଭଟ୍ଟଙ୍କ ସହ ତାଙ୍କ ଆଗାମୀ ଚଳଚ୍ଚିତ୍ର “କଲଙ୍କ” ଶୁଟିଂରେ ବ୍ୟସ୍ଥ ଅଛନ୍ତି। ଏହି ଫିଲ୍ମରେ ଆଲିୟା ଓ ବରୁଣଙ୍କ ସହ ମୁଖ୍ୟ ଭୂମିକାରେ ସୋନାକ୍ଷୀ ସିହ୍ନା, ଆଦିତ୍ୟ ରୟ କପୁର, ମାଧୁରୀ ଦିକ୍ଷିତ, ସଂଜୟ ଦତ୍ତଙ୍କୁ ମଧ୍ୟ ଦେଖିବାକୁ ମିଳିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.