ବିବାହ ବନ୍ଧନରେ ବାନ୍ଧିହେଲେ ବରୁଣ-ନତାଶା: ପିନ୍ଧିଥିଲେ ଅଫ୍ ହ୍ୱାଇଟ୍ ଆଉଟଫିଟ୍, ନତାଶା ନିଜେ କରିଥିଲେ ଡିଜାଇନ୍
25/01/2021 at 12:05 PM

ମୁମ୍ବାଇ ୨୫/୦୧ : ଜାନୁଆରୀ ୨୪ ତାରିଖରେ ବଲିଉଡ ଅଭିନେତା ବରୁଣ ଧୱନ ଓ ନତାଶା ଦଲାଲଙ୍କ ବିବାହ ସମ୍ପନ୍ନ ହୋଇଛି। ହିନ୍ଦୁ ରୀତିନୀତି ଅନୁସାରେ ଦୁହେଁ ଆଜୀବନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବରୁଣ ନିଜ ପିଲାଦିନ ସାଙ୍ଗ ନତାଶାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମହାରାଷ୍ଟ୍ର ଆଲିବଗର ‘ଦ ମେନସନ୍ ହାଉସ୍’ ହୋଟେଲରେ ବାହାଘର ସମ୍ପନ୍ନ ହୋଇଛି। ବାହାଘର ବେଳେ ଉଭୟ ବହୁତ ଖୁସି ଥିବା ନଜର ଆସିଥିଲେ।

ବରୁଣ ଓ ନତାଶା ବାହାଘର ପାଇଁ ପାରମ୍ପରିକ ତଥା ସମାନ ଭଳି ରିଗଲ୍ ଆଉଟଫିଟ୍ ପିନ୍ଧିଥିଲେ। ଉଭୟ ସମାନ ରଙ୍ଗର ଆଉଟଫିଟ ପିନ୍ଧିଥିଲେ। ଦମ୍ପତ୍ତି ଅଫ୍ ହ୍ୱାଇଟ୍ ରଙ୍ଗର ଆଉଟଫିଟ ପିନ୍ଧିଥିଲେ ଯେଉଁଥିରେ ବହୁତ ସୁକ୍ଷ୍ମ ଓ ସୁନ୍ଦର କାମ ହୋଇଥିଲା। ଏହି ଆଉଟଫିଟ୍ ବରୁଣ ଓ ନତାଶା ଖୁବ ସୁନ୍ଦର ଲାଗୁଥିଲେ।

ବରୁଣଙ୍କ ସେରବାନିରେ ସୁନାର ଫୁଲ ଡିଜାଇନ୍ ହୋଇଥିଲା। ଏହି ସେରବାନିକୁ ତାଙ୍କ ମାମୁଁ ତଥା ପ୍ରସିଦ୍ଧ ଫ୍ୟାସନ୍ ଡିଜାଇନର୍ ମନୀଷ ମଲହୋତ୍ରା ଡିଜାଇନ୍ କରିଥିଲେ।

ନତାଶା ଦଲାଲ ମଧ୍ୟ ଅଫ୍ ହ୍ୱାଇଟ୍ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ଲେହେଙ୍ଗା ଓ ବ୍ଲାଉଜରେ ଅତି ସୁକ୍ଷ୍ମ ଓ ସୁନ୍ଦର କାମ ହୋଇଥିଲା। ନତାଶାଙ୍କ ଆଉଟଫିଟ୍ ସେ ନିଜେ ଡିଜାଇନ କରିଥିଲେ। ନତାଶାଙ୍କ ଲେହେଙ୍ଗାରେ ଅନେକ ଲେୟାର ଘେର ଥିଲା ଓ ସିକ୍ୱିନ୍ ପାଟର୍ନ ଥିଲା। ଲେହେଙ୍ଗା ସହ ସେ ଏକ ଜରି ଵାଲା ଓଢଣୀ ପିନ୍ଧିଥିଲେ।