ଜାନୁଆରୀ ୨୪ରେ ପଡିବ ହାତଗଣ୍ଠି: ପଞ୍ଜାବୀ ରୀତିନୀତିରେ ବାହା ହେବେ ବରୁଣ-ନତାଶା

Published By : Prameya-News7 Bureau | January 15, 2021 IST

ନୂଆଦିଲ୍ଲୀ ୧୫/୦୧ : ବଲିଉଡ୍ ଅଭିନେତା ବରୁଣ ଧୱନ ଏବଂ ନତାଶା ଦଲାଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି  ତାଙ୍କ ବିବାହର ନିମନ୍ତ୍ରଣ ପତ୍ର  ପରିବାର ଏବଂ ବନ୍ଧୁମାନଙ୍କୁ ଦିଆସରିଛି। କିଛି ଦିନ ପୂର୍ବରୁ ସୂଚନା ମିଳିଥିଲା, ବରୁଣ ଧୱନ ଅଲିବାଗରେ ୨୦୦ ଲୋକଙ୍କ ପାଇଁ ହୋଟେଲ ବୁକ୍ କରିଥିଲେ, ଯେଉଁଠାରେ ପଞ୍ଜାବୀ ରୀତିନୀତି ଅନୁଯାୟୀ ବିବାହ ହେବ। ଦୁଇଜଣ ଜାନୁଆରୀ ୨୪ରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି ଏବଂ ଜାନୁଆରୀ ୨୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ବିବାହର ସମସ୍ତ ରୀତିନୀତି ହେବ।

{"id":392687,"sizeSlug":"large","linkDestination":"none"}

ବରୁଣଙ୍କ ବନ୍ଧୁମାନେ କହିଛନ୍ତି ସେମାନଙ୍କୁ ନିମନ୍ତ୍ରଣ ପତ୍ର ମିଳିସାରିଛି ଏବଂ ତାଙ୍କ ବିବାହକୁ ନେଇ ସେମାନେ ବହୁତ ଖୁସି ଶେଷରେ ଏହି ବିବାହ ହେବାକୁ ଯାଉଛି। ଡେବିଟ୍ ଧୱନଙ୍କ ପୁଅ ବରୁଣ  ଧୱନଙ୍କ ବିବାହ ଧୁମଧାମରେ ହେବାକୁ ଯାଉଛି। ଏହି ବିବାହ ପଞ୍ଜାବ ରୀତିନୀତିରେ କରାଯିବ। 

{"id":392685,"sizeSlug":"large","linkDestination":"none"}

ଡେବିଟ୍ ଧୱନଙ୍କୁ ଯେତେବେଳେ ବରୁଣଙ୍କ ବିବାହ ସମ୍ପର୍କରେ ପଚରା ଯାଇଥିଲା ତାଙ୍କ ପାଖରୁ କିଛି ଉତ୍ତର ମିଳି ନଥିଲା। ତାଙ୍କ ପରେ ବରୁଣଙ୍କ ଅଙ୍କଲ ଅନିଲ ଧୱନଙ୍କୁ ପଚରାଯିବାରୁ ସେ କହିଥିଲେ, ‘ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଦୁଇଜଣ ଏଇ ମାସରେ ବିବାହ କରୁଛନ୍ତି ? ମତେ ଏ ପର୍ଯ୍ୟନ୍ତ ଜଣା ନାହିଁ। କ'ଣ ସେ ମୋତେ ଶେଷ ସମୟରେ ନିମନ୍ତ୍ରଣ ଦେବେ ? ଏହାକୁ  ଗୁପ୍ତ ରଖିଛନ୍ତି।’ 

{"id":392688,"sizeSlug":"large","linkDestination":"none"}

ଅନିଲ ଧୱନ କହିଛନ୍ତି , 'ଏହି କାହାଣୀ ଅନେକ ଦିନ ଧରି ହେଡଲାଇନ୍ ରେ ରହିଛି। ପୂର୍ବ ବର୍ଷ କୁହାଯାଉଥିଲା ଦୁଇଜଣ ମେ ମାସରେ ବିବାହ କରୁଛନ୍ତି। ଯାହାବି ହେଉ, ପରିବାରର ସମସ୍ତ ସଦସ୍ୟ ତାଙ୍କୁ ବିବାହ କରିବାକୁ କହୁଛନ୍ତି। ମୋ  ମତରେ ବିବାହ ଏକ ଏମିତି ନୀତି ଯାହାକୁ ଉପଯୁକ୍ତ  ସମୟରେ କରିବା ଉଚିତ୍। ଏହାକୁ ଅଟକାଇବା ରଖିବା କିଛି ଜରୁରୀ ନୁହେଁ। ଉଚିତ୍ ସମୟରେ କର ନଚେତ୍ କର ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.