Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ମଣ୍ଡପକୁ ବାଇକରେ ଦମଦାର୍ ଏଣ୍ଟ୍ରି ମାରିଲେ ବରୁଣ: ଭାଇରାଲ୍ ହେଉଛି ଫଟୋ

28/01/2021 at 12:17 PM

ମୁମ୍ବାଇ ୨୮/୦୧ : ବଲିଉଡ ଅଭିନେତା ବରୁଣ ଧୱନ ଓ ନତାଶା ଦଲାଲ ଜାନୁଆରୀ ୨୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମହାରାଷ୍ଟ୍ର ଆଲିବଗର ଏକ ହୋଟେଲରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ବଲିଉଡର ଏହି ବିବାହ ସମାରୋହରେ ଉଭୟ ପରିବାର ଓ ନିକଟ ସମ୍ପର୍କୀୟ ସାମିଲ ହୋଇଥିଲେ। କରୋନା ମହାମାରୀ ଯୋଗୁଁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ପରିବାର ଓ ନିକଟ ସମ୍ପର୍କୀୟଙ୍କ ଛଡା ବଲିଉଡର କିଛି ଜଣାଶୁଣା ସେଲିବ୍ରିଟି ବିବାହ ସମାରୋହରେ ସାମିଲ ହୋଇଥିଲେ। କରଣ ଜୋହର, ମନୀଷ ମଲହୋତ୍ରା, ଅର୍ଜୁନ କପୁର, ସିଦ୍ଧାର୍ଥ ମଲହୋତ୍ରା ଆଦି ବିବାହରେ ସାମିଲ ହୋଇଥିଲେ। ବର୍ତ୍ତମାନ ବରୁଣ ନତାଶାଙ୍କ ବାହାଘର ଫଟୋ ଓ ଭିଡିଓ ଭାଇରାଲ ହେଉଛି।

ବରୁଣ ଧୱନଙ୍କ ବାହାଘରର ଏକ ଫଟୋ ବର୍ତ୍ତମାନ ଖୁବ ଭାଇରାଲ ହେଉଛି। ବାହାଘର ପାଇଁ ବରୁଣଙ୍କ ଦମଦାର ଏଣ୍ଟ୍ରି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ଯେଉଁଥିରେ ସେ ବାହାଘର ପାଇଁ ବାଇକରେ ଏଣ୍ଟ୍ରି କରିଥିଲେ। ବରୁଣଙ୍କ ପ୍ରଶଂସକ ତାଙ୍କର ଏହି ଅନ୍ଦାଜକୁ ଖୁବ ପସନ୍ଦ କରିଛନ୍ତି। ଫଟୋରେ ବରୁଣ ବର ବେଶରେ ବାଇକରେ ବିବାହ ମଣ୍ଡପକୁ ଆସୁଥିବା ଦେଖିବାକୁ ମିଳିଛି। ବରୁଣଙ୍କ ସହ ବାଇକ ପଛପଟେ ଏକ ଶିଶୁ ବି ବସିଛି। ବରୁଣଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି।

ବରୁଣ ଧୱନ ନିଜେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ବାହାଘରର କିଛି ଫଟୋ ସେୟାର କରିଛନ୍ତି। ବାହାଘର ସାରିବା ପରେ ବରୁଣ ଧୱନ ପତ୍ନୀ ନତାଶା ଦଲାଲଙ୍କୁ ନେଇ ମୁମ୍ବାଇ ଫେରି ଆସିଛନ୍ତି। ମୁମ୍ବାଇ ଫେରି ସେ ସୁଟିଂ ବି ଆରମ୍ଭ କରିଦେଇଛନ୍ତି। ଫେବୃଆରୀ ୨ ତାରିଖରେ ମୁମ୍ବାଇରେ ବରୁଣ-ନତାଶାଙ୍କ ବାହାଘର ରିସେପ୍ସନ ଅଛି। ଏହି ରୟାଲ ରିସେପ୍ସନ ପାର୍ଟିରେ ବଲିଉଡ ସେଲିବ୍ରିଟି ସାମିଲ ହେବେ ବୋଲି ଜଣାପଡିଛି।

   Related Posts