ଧୂମଧାମରେ ବାହାଘର ପ୍ରସ୍ତୁତି ଚାଲିଥିବା ବେଳେ ବରୁଣ ଧୱନଙ୍କ କାର ଦୁର୍ଘଟଣାଗ୍ରସ୍ତ

Published By : Prameya-News7 Bureau | January 24, 2021 IST

ଅଲୀବାଗ ୨୪/୦୧ : ଆଜି ବଲିଉଡ୍ ଅଭିନେତା ବରୁଣ ଧବନ ଘୋଡା ଚଢ଼ିବେ। ଅଲୀବାଗର 'ଦ ମେନସନ୍ ହାଉସ୍' ରିଜର୍ଟ ରେ ବରୁଣ, ଗର୍ଲଫ୍ରେଣ୍ଡ ନତାସା ଦଲାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବେ। କିନ୍ତୁ ବିବାହର କିଛି ସମୟ ପୂର୍ବରୁ ସାମ୍ନାକୁ ଆସିଛି ଏକ ଏମିତି ଖବର ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ସୂଚନା ଅନୁସାରେ, ବରୁଣଙ୍କର କାର ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ତାଙ୍କର ବିଶେଷ କିଛି କ୍ଷତି ହୋଇନି ସତ କିନ୍ତୁ ଏହି ଖବର ତାଙ୍କର ଫ୍ୟାନ୍ସ ମାନଙ୍କ ଚିନ୍ତାର ବିଷୟ ପାଲଟିଛି


ବରୁଣ ନତାସାଙ୍କ ପରିବାର ର ଲୋକେ ୨୨ ଜାନୁଆରୀରେ ଅଲୀବାଗରେ ପହଞ୍ଚି ଯାଇଥିଲେ। ଯେଉଁଠାରେ ବରୁଣ ତାଙ୍କ ବନ୍ଧୁ ମାନଙ୍କ ପାଇଁ ଏକ ବ୍ୟାଚଲର୍ ପାର୍ଟି ରଖିଥିଲେ। ବ୍ୟାଚଲର୍ ପାର୍ଟି ପରେ ବରୁଣ ପରଦିନ ଅର୍ଥାତ ୨୩ ଜାନୁଆରୀରେ ଅଲୀବାଗ ର 'ଦ ମେନସନ୍ ହାଉସ୍' ରିଜର୍ଟ କୁ ଫେରୁଥିବା ସମୟରେ ରାସ୍ତାରେ ସେ ଦୁର୍ଘଟଣା ର ଶିକାର ହୋଇଥିଲେ। ଦୁର୍ଘଟଣା ସମୟରେ ବରୁଣ କାର ମଧ୍ୟରେ ଥିଲେ କିନ୍ତୁ ତାଙ୍କର କିଛି କ୍ଷତି ହୋଇନଥିଲା।


ବରୁଣ ଏବଂ ନତାସାଙ୍କର ବିବାହରେ ଜାହ୍ନବୀ କପୁର, ଖୁସି କପୁର, ସଲମାନ ଖାନ, କ୍ୟାଟ୍ରିନା କୈଫ୍, ଅର୍ଜୁନ କପୁର, ମଲାଇକା ଅରୋଡା, ଜ୍ୟାକି ଭଗନାନୀ , ଅନିଲ କପୁର , ରିୟା କପୁରଙ୍କ ସମେତ ଅନେକ ଷ୍ଟାର୍ସ ଉପସ୍ଥିତ ରହିବେ।
ସୂଚନା ମୁତାବିକ, ସୋନମ କପୁର ସ୍କଟଲ୍ୟାଣ୍ଡ ରେ ଏକ ଫିଲ୍ମ ସୁଟିଂରେ ବେସ୍ତ ଥିବାରୁ ସେ ଏହି ବିବାହରେ ଉପସ୍ଥିତ ରହି ପାରିବେ ନାହିଁ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.