Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ହାପି ବର୍ଥ ଡେ’ ବରୁଣ : ଅଭିନେତା ନୁହେଁ କୁସ୍ତିଯୋଦ୍ଧା ହେବାକୁ ଥିଲା ଇଚ୍ଛା

24/04/2021 at 1:14 PM

ମୁମ୍ବାଇ ୨୪/୦୪: ବଲିଉଡ ଅଭିନେତା ବରୁଣ ଧାୱନ ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ୨୪ ଏପ୍ରିଲ ୧୯୮୭ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ବରୁଣ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଛନ୍ତି । ତେବେ ବରୁଣଙ୍କ ଜନ୍ମଦିନ ଅବସରରେ ଚାଲନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡିତ କିଛି କଥା…

वरुण धवन

ଆଜିର ସମୟରେ ବରୁଣ ଧାୱନ ବଲିଉଡର ଏକ ଏପରି ଷ୍ଟାର ହୋଇଛନ୍ତି ଯିଏକି ଗୋଟିଏ ପରେ ଗୋଟିଏ ଅନେକ ହିଟ୍ ଫିଲ୍ମ ଦେଇ ଚାଲିଛନ୍ତି । କିନ୍ତୁ ବରୁଣଙ୍କୁ ପିଲାବେଳେ କୁସ୍ତି ଖୁବ୍ ପସନ୍ଦ ଥିଲା ଏବଂ ସେ ଜଣେ କୁସ୍ତିଯୋଦ୍ଧା ହେବାକୁ ଚାହୁଁଥିଲେ । ପରେ, ସେ ଅଭିନୟ ଦୁନିଆରେ ପାଦ ରଖିଥିଲେ ଏବଂ ଆଜି ସେ ଆଉ କୌଣସି ପରିଚୟ ପ୍ରତି ଆଗ୍ରହୀ ନୁହଁନ୍ତି ।

ବରୁଣ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ସେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।  ବରୁଣ ଅଭିନେତା ଭାବରେ ପ୍ରଥମ ଥର ପାଇଁ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଫିଲ୍ମରେ ଅଭିନୟ କରିଥିଲେ, କିନ୍ତୁ ବାସ୍ତବରେ ତାଙ୍କର ପ୍ରଥମ ଫିଲ୍ମ ଥିଲା ମାଇଁ ନେମ୍ ଇଜ୍ ଖାନ ଯେଉଁଥିରେ ସେ କରନ ଜୋହରଙ୍କ ସହ ସହକାରୀ ଭାବରେ କାର୍ଯ୍ୟ କରିଥିଲେ ।

वरुण धवन

ଫିଲ୍ମ ‘ମାଇଁ ନେମ୍ ଇଜ୍ ଖାନ’ରେ ଡେବ୍ୟୁ କରିବା ପରେ ସେ ଗୋଟିଏ ପରେ ଗୋଟିଏ ଅନେକ ଫିଲ୍ମରେ ଅଭିନୟ କରିଥିଲେ । ABCD 2 ରେ ତାଙ୍କର ଦମଦାର ଡ୍ୟାନ୍ସ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରିଥିଲେ । ନିକଟରେ ବରୁଣ ଅରୁଣାଚଳ ପ୍ରଦେଶରେ ଫିଲ୍ମ ‘ଭେଡିଆର’ ସୁଟିଂ ପୁରା କରିଛନ୍ତି । ବରୁଣ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଲେଖି କହିଛନ୍ତି ଯେ ପାନଡେମିକ୍ ରେ ଫିଲ୍ମ ସୁଟିଂ କରିବା ଅତ୍ୟନ୍ତ ଚ୍ୟାଲେଞ୍ଜିଂ।

   Related Posts