ବରୁଣ ଧୱନଙ୍କ ଖୁଲାସା - 'ଆଉ ଲୁଚେଇ ପାରିବିନି, କାଲି ଆପଣମାନଙ୍କୁ ଆପଣଙ୍କ ଭାଉଜ ସହ ପରିଚୟ କରାଇବି'

Published By : Prameya-News7 Bureau | December 02, 2020 IST

ମୁମ୍ବାଇ ୦୨/୧୨ : ବଲିଉଡ ଅଭିନେତା ବରୁଣ ଧୱନ ନିଜର ଅପକମିଙ୍ଗ ଫିଲ୍ମ 'କୁଲି ନମ୍ବର-୧' କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ନିଜ ବ୍ୟକ୍ତିଗତ ଜୀବନ ସହ ଜଡିତ କିଛି ଖୁଲାସା କରିବାକୁ ଯାଉଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ସେୟାର କରି ହିଣ୍ଟ ଦେଇଛନ୍ତି। ଇନଷ୍ଟାଗ୍ରାମ ଷ୍ଟୋରୀରେ ସେ ଯେଉଁ ଭିଡିଓ  ସେୟାର କରିଛନ୍ତି ସେଥିରେ କହିଛନ୍ତି, 'ଲୁଚାଛପା ବହୁତ ହେଇଗଲା, ମୁଁ ଏବେ ଏସବୁ ଆଉ ଅଧିକ ଦିନ ଲୁଚେଇ ପାରିବିନି। ଆପଣ ସବୁବେଳେ ମିଛ ଅପପ୍ରଚାରକୁ ନେଇ ସ୍ପଷ୍ଟୀକରଣ ରଖି ପାରିବେନି। ସେଥିପାଇଁ ମୁଁ ନିଷ୍ପତ୍ତି ନେଇଛି ଯେ ଆସନ୍ତକାଲି ଆପଣ ସମସ୍ତଙ୍କୁ ଆପଣଙ୍କ ଭାଉଜ ସହ ପରିଚୟ କରାଇବି।'

{"id":371370,"sizeSlug":"large"}

ବରୁଣଙ୍କ ଏହି ଭିଡିଓ ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଭିଡିଓକୁ ଦେଖି ଅନୁମାନ କରାଯାଉଛି ଯେ ବରୁଣ ନିଜ ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ନେଇ କିଛି ଘୋଷଣା କରିପାରନ୍ତି। ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି ଯେ କଣ ବରୁଣ ବାହା ହେବାକୁ ଯାଉଛନ୍ତି ନା ନିଜର କୋଉ ଫିଲ୍ମର ପ୍ରମୋସନ କରିବେ ?

{"id":371378,"sizeSlug":"large"}

ସୂଚନାଯୋଗ୍ୟ ଯେ, ବରୁଣ ଧୱନ ଓ ନତାଶା ଦଲାଲ ବହୁ ସମୟ ଧରି ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ସମ୍ପର୍କ ପୁରା ଓପନ। ଦୁହିଁଙ୍କୁ ଅଧିକାଂଶ ସମୟରେ ଏକସଙ୍ଗେ ଦେଖିବାକୁ ମିଳେ।

{"id":371376,"sizeSlug":"large"}

ଫିଲ୍ମ କଥା ଯଦି କୁହାଯାଏ ତାହେଲେ ଫିଲ୍ମ କୁଲି ନମ୍ବର-୧ ରେ ବରୁଣଙ୍କ ବିପକ୍ଷରେ ସାରା ଅଲି ଖାନ ନଜର ଆସିବେ। ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଫିଲ୍ମ ଡିସେମ୍ବର ୨୫ ତାରିଖରେ ଆମାଜନ ପ୍ରାଇମରେ ରିଲିଜ ହେବ। ଫିଲ୍ମର ନିର୍ଦେଶନା ଡେଭିଡ ଧୱନ କରିଛନ୍ତି। ଏହା ୧୯୯୫ ରେ ଗୋବିନ୍ଦ ଓ କରିସ୍ମା କପୁରଙ୍କ ଫିଲ୍ମ କୁଲି ନମ୍ବର-୧ ର ରିମେକ। ଏହି ଫିଲ୍ମରେ ପରେସ ରାୱଲ, ଜନି ଲିବର, ରାଜପାଲ ୟାଦବଙ୍କ ସହ ଅନ୍ୟ କଳାକାର ମଧ୍ୟ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.