ପ୍ରଶଂସକଙ୍କୁ ଅପିଲ୍ କଲେ ବରୁଣ ଧାଓ୍ଵନ, କହିଲେ- ଆଗ ଧାଡିର ଯୋଦ୍ଧାଙ୍କ ସାହାଯ୍ୟ ପାଇଁ ଆଗକୁ ଆସନ୍ତୁ

Published By : Prameya-News7 Bureau | June 10, 2020 IST

ନୂଆଦିଲ୍ଲୀ ୧୦।୦୬: ମହାମାରୀ କରୋନା କାରଣରୁ ଦେଶରେ ନାହିଁ ନଥିବା ସ୍ଥିତି ଉପୁଜିଛି। ଏହି ସଙ୍କଟଜନକ ସ୍ଥିତିର ମୁକାବିଲା ଲାଗି ସରକାରୀସ୍ତରଠୁ ନେଇ ଜନତା ପର୍ଯ୍ୟନ୍ତ ସହାୟତାର ହାତ ବଢାଉଛନ୍ତି। ଏହି ଅଭିଯାନରେ ସେଲିବ୍ରିଟି ମଧ୍ୟ ସାମିଲ ହୋଇଛନ୍ତି। ଏହି କ୍ରମରେ ବଲିଉଡ ଅଭିନେତା ବରୁଣ ଧାଓ୍ଵନ କୋଭିଡ୍-୧୯ ମହାମାରୀ ମଧ୍ୟରେ ଡାକ୍ତର, ପୋଲିସ ଓ ଆଗଧାଡିର କର୍ମୀଙ୍କୁ ସାହାଯ୍ୟ କରିବାକୁ ସମସ୍ତଙ୍କୁ ଅପିଲ୍ କରିଛନ୍ତି। ସ୍ପେନିଶ ଫ୍ଲୁ ମହାମାରୀର ଉଦାହରଣ ଦେଇ ଅଭିନେତା କହିଛନ୍ତି ଆମ ସମସ୍ତଙ୍କୁ ଏହି ସଙ୍କଟଜନକ ସ୍ଥିତିରେ ଦାୟିତ୍ଵ ନେବାର ଅଛି।

wp:core-embed/instagram {"url":"https://www.instagram.com/p/CBNIcsCB2ia/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/CBNIcsCB2ia/?utm_source=ig_web_copy_link
/wp:core-embed/instagram

ବରୁଣ ଧାଓ୍ଵନ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ବର୍ଷ ୧୯୨୦ ଓ ୨୦୨୦। ଦୁନିଆ ଆଗକୁ ବଢି ଚାଲିଛି। ଆମେ ନିଜର ଡାକ୍ତର, ପୋଲିସ ବଳ ଓ ଆଗ ଧାଡିର ଯୋଦ୍ଧାଙ୍କ ସାହାଯ୍ୟ କରିବା ଉଚିତ୍। ମିଳିତ ଜାତିସଂଘର ସଦ୍ୟତମ ତଥ୍ୟକୁ ଆଧାର କରି ଓ୍ଵାର୍ଲ୍ଡ ମିଟରର ତଥ୍ୟ ଅନୁଯାୟୀ ୨୦୨୦ରେ ଭାରତର ଜନସଂଖ୍ୟା ଆନୁମାନିକ ୧୩୮,୦୦,୦୪୩,୩୮୫ କୋଟି ହେବ। ଭାରତର ଜନସଂଖ୍ୟା ବିଶ୍ଵର ମୋଟ୍ ଜନସଂଖ୍ୟାର ୧୭.୭ ପ୍ରତିଶତ ସହ ସମାନ। ଆମ ସମସ୍ତଙ୍କୁ ଦାୟିତ୍ଵ ନେବାକୁ ପଡିବ।

ଅଭିନେତା ବରୁଣ ଧାଓ୍ଵନ ସ୍ପେନିଶ ଫ୍ଲୁ ସମୟର ଫଟୋ ମଧ୍ୟ ସେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳୁଛି ଯେ, ମେୟରଙ୍କ ଆଦେଶକ୍ରମେ ସିନେମା ଥିଏଟର ବନ୍ଦ ରହିଛି। ଅନ୍ୟ ଏକ ଫଟୋରେ ଲେଖା ହୋଇଛି ଯେ, ଥୁକିବା ମୃତ୍ୟୁକୁ ଆମନ୍ତ୍ରଣ କରିବା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.