ଫିଟନେସ୍ ଟେଷ୍ଟରେ ପୁଣି ଫେଲ ହେଲେ ବରୁଣ ଚକ୍ରବର୍ତ୍ତୀ: ଖେଳିବେନି ଇଣ୍ଡିଆ-ଇଂଲଣ୍ଡ ଟି-୨୦ ସିରିଜ୍

Published By : Prameya-News7 Bureau | March 10, 2021 IST

ନୂଆଦିଲ୍ଲୀ ୧୦/୦୩ : ଇଂଲଣ୍ଡ ବିପକ୍ଷରେ ୫ ଟି-୨୦ ମ୍ୟାଚ୍ ସିରିଜ ପୂର୍ବରୁ ଭାରତୀୟ ଟିମକୁ ଦୁଇଟି ଝଟକା ଲାଗିଛି। ମିଷ୍ଟ୍ରି ସ୍ପିନର୍ ବରୁଣ ଚକ୍ରବର୍ତ୍ତୀ ଲଗାତାର ଦ୍ୱିତୀୟଥର ଫିଟନେସ୍ ଟେଷ୍ଟରେ ଫେଲ୍ ହୋଇଛନ୍ତି। ଲଗାତାର ଦୁଇଥର ଅସଫଳ ହେବାପରେ ସେ ସିରିଜରୁ ବାହାରି ଯାଇଛନ୍ତି। ଅପରପକ୍ଷରେ ୟର୍କର ବିଶେଷଜ୍ଞ ଟି ନଟରାଜନ ନ୍ୟାସନାଲ କ୍ରିକେଟ ଏକାଡେମୀରେ ପୁନଃ ଥଇଥାନ ପ୍ରକ୍ରିୟା ଦେଇ ଗତି କରୁଛନ୍ତି। ସେ ମ୍ୟାଚ୍ ଖେଳିବେ ନା ନାହିଁ କିଛି ଠିକ ହୋଇନାହିଁ। ଏହା ପୂର୍ବରୁ ବରୁଣ ଚକ୍ରବର୍ତ୍ତୀଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆରେ ଚୟନ କରାଯାଇଥିଲା କିନ୍ତୁ ଆହତ ହୋଇଥିବାରୁ ସେ ଟିମରୁ ବାହାରି ଯାଇଥିଲେ।

ବରୁଣ ଚକ୍ରବର୍ତ୍ତୀ ଗତ ସିଜନରେ କୋଲକାତା ନାଇଟରାଇଡ଼ର୍ସ ପାଇଁ ଦମଦାର ପ୍ରଦର୍ଶନ କରିଥିଲେ। ଏହାପରେ ତାଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଥିଲା। ଆହତ ହେବାପରେ ତାଙ୍କୁ ନ୍ୟାସନାଲ୍ କ୍ରିକେଟ୍ ଏକାଡେମୀରେ ରଖାଯାଇଥିଲା। ସେ ସେଠାରେ ୟୋ-ୟୋ ଟେଷ୍ଟ ପାସ୍ କରିବାରେ ଅସଫଳ ହୋଇଛନ୍ତି।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ରାହୁଲ ଚାହରଙ୍କୁ ଭାରତୀୟ ଟି-୨୦ ଟିମରେ ମଉକା ମିଳିପାରେ। ରାହୁଲ ଚାହରଙ୍କୁ ଏହା ପୂର୍ବରୁ ଚୟନକର୍ତ୍ତା ନଜର ଅନ୍ଦାଜ କରିଦେଇଥିଲେ। ରାହୁଲ ଚାହର ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ସହ ଷ୍ଟାଣ୍ଡବଏ ଖେଳାଳି ଭାବେ ଜଡିତ ଥିଲେ।

ଟିମ ଇଣ୍ଡିଆ - ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, କେ.ଏଲ୍ ରାହୁଲ, ଶିଖର ଧୱନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ଇଶାନ କିଶାନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ରାହୁଲ ତେୱତିଆ, ଭୁବନେଶ୍ୱର କୁମାର, ଦୀପକ ଚାହର, ନବନୀତ ସାଇନି, ଶାରଦୁଲ ଠାକୁର

ଇଂଲଣ୍ଡ ଟିମ - ଆୟନ୍ ମୋର୍ଗନ୍, ମୋଇନ୍ ଅଲି, ଜୋଫ୍ରା ଆର୍ଚର, ଜନି ବେୟାରଷ୍ଟୋ, ସାମ୍ ବିଲିଙ୍ଗସ୍, ଜୋସ୍ ବଟଲର, ସାମ୍ କୁରେନ୍, ଟମ୍ କୁରେନ୍, କ୍ରିସ୍ ଜୋର୍ଡାନ୍, ଲିୟମ୍ ଲିଭିଙ୍ଗଷ୍ଟୋନ୍, ଡେଭିଡ ମଲାନ, ଆଦିଲ ରଶିଦ, ଜେସନ ରୟ, ବେନ ଷ୍ଟକ୍ସ, ଟପ୍ଲେ ଏବଂ ମାର୍କ ୱୁଡ୍

ପ୍ରଥମ ଟି-୨୦ - ମାର୍ଚ୍ଚ ୧୨ ତାରିଖ, ମୋଟେରା ଷ୍ଟାଡିୟମ

ଦ୍ୱିତୀୟ ଟି-୨୦ - ମାର୍ଚ୍ଚ ୧୪, ମୋଟେରା ଷ୍ଟାଡିୟମ

ତୃତୀୟ ଟି-୨୦ - ମାର୍ଚ୍ଚ ୧୬, ମୋଟେରା ଷ୍ଟାଡିୟମ

ଚତୁର୍ଥ ଟି-୨୦ - ମାର୍ଚ୍ଚ ୧୮, ମୋଟେରା ଷ୍ଟାଡିୟମ

ଶେଷ ଟି-୨୦ - ମାର୍ଚ୍ଚ ୨୯, ମୋଟେରା ଷ୍ଟାଡିୟମ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.