Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ବାୟୋ ବବଲକୁ ଭେଦି IPLରେ ପଶିଲା କରୋନା, କୋଲକାତାର ଏହି ୨ ଖେଳାଳି କୋଭିଡ୍‌ ପଜିଟିଭ

3/05/2021 at 3:24 PM

ନୂଆଦିଲ୍ଲୀ ୦୩/୦୫ : କରୋନାର ଭୟାବହତା ଏବେ ଇଣ୍ଡିଆନ ପ୍ରମିୟର ଲିଗ୍‌ (IPL)କୁ ଗ୍ରାସ କରିଛି । କୋଲକାତା ନାଇଟ୍‌ ରାଇଡର୍ସର ୨ ଜଣ ଖେଳାଳୀ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଚିନ୍ତା ବଢିଛି । ସୋମବାର କୋଲକାତା ଏବଂ ବେଙ୍ଗାଲୁରୁ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ବାତିଲ କରାଯାଇଛି । ଏହି ମ୍ୟାଚ ସ୍ଥଗିତ ରଖାଯାଇଛି ଏବଂ ପୁନଶ୍ଚ କେବେ ଖେଳାଯିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ସୂଚନା ଅନୁସାରେ, କୋଲକାତା ନାଇଟ ରାଇଡର୍ସର ୨ ଜଣ ଖେଳାଳୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । IPL ଜାରି କରିଥିବା ବୟାନ ଅନୁଯାୟୀ ବରୁଣ ଚକ୍ରବର୍ତ୍ତୀ ଏବଂ ସନ୍ଦୀପ ଓ୍ବାରିୟରଙ୍କୁ କରୋନା ହୋଇଛି । ଉଭୟ ଖେଳାଳୀଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି । ମେଡିକାଲ ଟିମ ଲଗାତାର ଭାବେ ସେମାନଙ୍କ ଉପରେ ନଜର ରଖିଛନ୍ତି । ତେବେ ଆଶ୍ବସ୍ତିକର କଥା​‌ ହେଉଛି ଟିମର ବାକି ସମସ୍ତ ଖେଳାଳୀଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ମ୍ୟାଚ କଥା​‌ କହିବାକୁ ଗଲେ କେକେଆର ପାଇଁ ଆଜିର ମ୍ୟାଚ ବେଶ ମହତ୍ତ୍ବପୂର୍ଣ୍ଣ ଥିଲା । ମ୍ୟାଚ୍‌ ରଦ୍ଦ ହେବା ଏବଂ ୨ ଜଣ ଖେଳାଳୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କୋଲକାତାକୁ ଡବଲ ଝଟ୍‌କା ଲାଗିଛି । ତେବେ ପ୍ରଶ୍ନ ଉଠୁଛି କଡା ବାୟୋ ବବଲରେ ଥାଇ ମଧ୍ୟ ଖେଳାଳୀଙ୍କୁ କିଭଳି ଭାବେ କରୋନା ହେଲା । ତେବେ ସୂଚନା ମଧ୍ୟ ମିଳିଛି ଯେ, କାନ୍ଧରେ ଆଘାତ ଲାଗିଥିବାରୁ ବରୁଣ ଚକ୍ରବର୍ତ୍ତୀ ବାୟୋ ବବଲରୁ ବାହାରକୁ ଯାଇ ସ୍କାନ୍‌ କରାଇଥିଲେ । ସେଠାରୁ ହିଁ ସେ ସଂକ୍ରମିତ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ଉଭୟ ଖେଳାଳୀ ପଜିଟିଭ ଚିହ୍ନଟ ହେବାପରେ ନିଜକୁ ଆଇସୋଲେଟ୍‌ କରିଛନ୍ତି ।

   Related Posts