Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଆସନ୍ତା ମେ’ ମାସ ଗୋଆରେ ବିବାହ କରିବେ ବରୁଣ-ନତାଶା…

17/01/2020 at 2:36 PM

ମୁମ୍ବାଇ୧୭|୧: ବଲିଉଡ ଅଭିନେତା ବରୁଣ ଧବନ ଏବେ ଫିଲ୍ମ ବ୍ୟତୀତ ନିଜ ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହୁଛନ୍ତି। ବରୁଣ ଓ ତାଙ୍କ ଗାର୍ଲଫ୍ରେଣ୍ଡ ନତାଶା ଦଲାଲ ପରସ୍ପରକୁ ଲମ୍ୱା ସମୟ ଧରି ଡେଟ୍‌ କରୁଛନ୍ତି। ପୂର୍ବରୁ ବରୁଣ ଓ ନତାଶାଙ୍କୁ ଏକା ସହ ଖୁବ୍ କମ୍ ଦେଖିବାକୁ ମିଳୁଥିଲେ। ହେଲେ ଏବେ ସେମାନଙ୍କୁ ଅଧିକାଂଶ ସମୟରେ ଏକାଠି ସ୍ପଟ୍‌ କରାଯାଉଛି। ସୋସିଆଲ ମିଡିଆରେ ମଧ୍ୟ ଉଭୟ ବୋଶ ଚର୍ଚ୍ଚାରେ ରୁହନ୍ତି।

କଫି ଓ୍ବିଥ କରଣ ଶୋ ରେ ବରୁଣ ନିଜ ସହ ନତାଶାଙ୍କ ସମ୍ପର୍କ ବିଷୟରେ ଖୋଲି କହିଥିଲେ। ବି-ଟାଉନ୍‌ରେ ଦୁହିଁଙ୍କର ବିବାହକୁ ନେଇ ଚର୍ଚ୍ଚା ମଧ୍ୟ ହେଉଛି। ଅନେକ ଇଣ୍ଟରଭ୍ୟୁରେ ମଧ୍ୟ ବରୁଣ ତାଙ୍କ ଗାର୍ଲଫ୍ରେଣ୍ଡକୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମେ’ ମାସରେ ଉଭୟେ ବିବାହ କରିବାକୁ ଯୋଜନା କରୁଛନ୍ତି। ଦୁହେଁ ଏକ ଗ୍ରାଣ୍ଡ ୱେଡିଙ୍ଗର ପ୍ଲାନ୍‌ କରୁଛନ୍ତି। ତାଙ୍କ ୱେଡିଂ ଗୋଟେ ସପ୍ତାହ ଯାଏଁ ଚାଲିବ ବୋଲି ସେ କହିଛନ୍ତି। ଏଥିରେ ମେହେନ୍ଦୀ, ସଙ୍ଗୀତ ଓ ରିସେପସନ୍‌ ରହିବ।

ରିପୋର୍ଟ ଅନୁସାରେ, ଗୋଆର କୌଣସି ବିଚ୍‌ କିମ୍ୱା ବଡ଼ ହୋଟେଲ୍‌ରେ ବିବାହ ହେବ। ବଡ଼ ବଡ଼ ଅଭିନେତା ବିବାହରେ ସାମିଲ ହେବେ। ମେ’୧ରେ ବରୁଣଙ୍କ ଅପକମିଂ ଫିଲ୍ମ ‘କୁଲି ନମ୍ୱର ୧’ ରିଲିଜ୍‌ ହେବ। ଏହା ପରେ ସେ ବିବାହ କରିବେ ବୋଲି କହିଛନ୍ତି। ଏପ୍ରିଲ ମାସ ୨୪ ତାରିଖରେ ବରୁଣଙ୍କ ଜନ୍ମଦିନ। ସେହିଦିନ ହିଁ ତାଙ୍କ ପରିବାର ଲୋକେ ବିବାହର ତାରିଖ ଘୋଷଣା କରିବେ।

   Related Posts