ମିସ୍ ୟୁନିଭର୍ସ ୨୦୧୯ରେ ଭାରତର ପ୍ରତିନିଧିତ୍ବ କରିବେ ବର୍ତିକା ସିଂହ, ସେ କିଏ ଜାଣନ୍ତୁ

Published By : Prameya-News7 Bureau | September 28, 2019 IST

ମୁମ୍ବାଇ୨୮|୯: ମିସ୍‌ ୟୁନିଭର୍ସ ୨୦୧୯ରେ ଭାରତର ପ୍ରତିନିଧିତ୍ବ କରିବେ ବର୍ତିକା ସିଂହ। ଏଥିଲାଗି ଚୟନ ପ୍ରକ୍ରିୟା ସରିଛି।  ମିସ୍ ୟୁନିଭର୍ସ ୨୦୧୯ରେ ଭାରତର ପ୍ରତିନିଧିତ୍ବ କରିବା ଲାଗି ଗୁରୁବାର ବର୍ତିକା ସିଂହଙ୍କୁ ଚୟନ କରାଯାଇଛି। ମୁମ୍ବାଇର ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ନଜର ଆସିଥିଲେ।

ସୂଚନାଯୋଗ୍ୟ ଯେ, ବ୍ରଜନାଥ ସିଂହ ଓ ମଞ୍ଜୁଲତାଙ୍କ ସିଂହଙ୍କ ଝିଅ ହେଉଛନ୍ତି ବର୍ତିକା ସିଂହ। ଗତ ବର୍ଷj ବିଜେତା ନେହଲ ଚୁଡାସମା ବର୍ତିକାଙ୍କୁ କ୍ରାଉନ ପିନ୍ଧାଇଥିଲେ। ବର୍ତିକାଙ୍କ ଜନ୍ମ ଲକ୍ଷ୍ମୌରେ ହୋଇଥିଲେ ବି ସେ ମଧ୍ୟପ୍ରଦେଶରେ ବଡ଼ ହୋଇଛନ୍ତି। ଲକ୍ଷ୍ମୌର ଆଇଟି କଲେଜରେ ତାଙ୍କର ପାଠ ପଢ଼ା ଶେଷ ହେବାପରେ ୨୦୧୫ ମସିହାରେ ସେ ଫେମିନା ମିସ୍ ଗ୍ରାଣ୍ଡ ଇଣ୍ଡିଆ ଆଓ୍ବାର୍ଡ ହାସଲ କରିଥିଲେ। ସ୍ବାସ୍ଥ୍ୟ ଓ ପୌଷ୍ଟିକତା ଉପରେ ସେ ଅଭିଯାନ ଆରମ୍ଭ କରିଥିଲେ। ୨୦୧୬ ମସିହାରେ ସବୁଠାରୁ ହଟ ମହିଳାଙ୍କ ତାଲିକାରେ ତାଙ୍କ ନାଁ ସାମିଲ ହୋଇଥିଲା।

ମୁମ୍ବାଇରେ ଆୟୋଜିତ କାର୍ଯ୍ୟକ୍ରମରେ ଅଭିନେତ୍ରୀରେ କଙ୍ଗନା ରାନୌତ ମଧ୍ୟ ଉପସ୍ଥିତ ଥିଲେ। କ୍ଲିନିକଲ ନ୍ୟୁଟ୍ରିସନ ଓ ଡାଇଟେଟିସରେ ବର୍ତିକା ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏହାସହ ରାଜ୍ୟ ସରକାର ଏବଂ ଓ୍ବାର୍ଲଡ ବ୍ୟାଙ୍କର ହେଲଥ କେୟାର ପ୍ରୋଜେକ୍ଟରେ ସେ ଅଂଶ ଗ୍ରହଣ କରିଛନ୍ତି। କେଉଁ ବୟସରେ ଲୋକ ବୃଦ୍ଧ ହୋଇଥାନ୍ତି ଓ ଯୁବା ଅବସ୍ଥା ବଜାଇ ରଖିବା ଲାଗି କଣ କରିବାକୁ ପଡ଼ିବ ବୋଲି ପ୍ରତିଯୋଗୀତା ଶେଷରେ ବର୍ତିକାଙ୍କୁ ପ୍ରଶ୍ନ ପଚରା ଯାଇଥିଲା। ସେ ଉତ୍ତରରେ କହିଥିଲେ, ମଣିଷର ଭାବନା ତାଙ୍କୁ ବୃଦ୍ଧ କରି ଦେଇଥାଏ। ତେଣୁ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ କରିବା ଲାଗି ଚେଷ୍ଟା କଲେ ଆପଣ ଯୁବା ଅବସ୍ଥାରେ ଅଛନ୍ତି ବୋଲି ଅନୁଭବ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.