ରାଜ ଠାକରେଙ୍କୁ ଫେବୃଆରୀ ୬ରେ ଅଦାଲତରେ ହାଜର ହେବାକୁ କୋର୍ଟଙ୍କ ଆଦେଶ

Published By : Prameya-News7 Bureau | January 28, 2021 IST

ମୁମ୍ବାଇ ୨୮/୦୧ : ମହାରାଷ୍ଟ୍ର ନବ ନିର୍ମାଣ ସେନା (MNS) ଅଧ୍ୟକ୍ଷ ରାଜ ଠାକରେଙ୍କୁ ନବୀ ମୁମ୍ବାଇର ଭାସି କୋର୍ଟ ଫେବୃଆରୀ ୬ ତାରିଖରେ ଅଦାଲତରେ ହାଜର ହେବାକୁ ଆଦେଶ ଜାରି କରିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ ଠାକରେ ୨୦୧୪ ମସିହା ଜାନୁଆରୀ ୨୬ ତାରିଖରେ ଦଳର ସମ୍ମିଳନୀରେ ନିଜ ଅଭିଭାଷଣରେ ଟୋଲ ଗେଟ ବନ୍ଦ କରିବାକୁ କହିଥିଲେ। ଏହି ଭାଷଣ ପରେ ମନସେ ସହର ଅଧ୍ୟକ୍ଷ ଗଜାନନ କାଲେ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଭାସି ଟୋଲ ଗେଟରେ ଭଙ୍ଗାରୁଜା କରିଥିଲେ। ଏହି ମାମଲାରେ ପୋଲିସ ରାଜ ଠାକରେ ଓ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲା। ଫେବୃଆରୀ ୬ ତାରିଖରେ କୋର୍ଟରେ ହାଜର ହେବାକୁ ଆଦେଶ ଦେଇଛନ୍ତି।

ନିକଟରେ ମହାରାଷ୍ଟ୍ର ସରକାର ଉଦ୍ଧବ ଠାକରେ ରାଜ ଠାକରେଙ୍କ ସୁରକ୍ଷା ବ୍ୟବସ୍ଥା ହଟାଇ ଦେଇଥିଲେ। ରାଜ ଠାକରେଙ୍କୁ ଦିଆଯାଇଥିବା ଜେଡ (Z) ସୁରକ୍ଷା ହଟାଇ ୱାଇ (Y) ସୁରକ୍ଷା ଦେଇଛି। ଏହି ନିଷ୍ପତ୍ତି ପରେ ରାଜ୍ୟ ସରକାର ଉପରେ ଆରୋପ ଲଗାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.