Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଧଳା ନୁହେଁ ଅନ୍ୟ ରଙ୍ଗର ଚାଉଳ ମଧ୍ୟ ରହିଛି: ଜାଣନ୍ତୁ ଏହାର ଉପକାରିତା…

25/10/2021 at 5:55 PM

ଭୁବନେଶ୍ୱର ୨୫/୧୦ : ସାଧାରଣତ ଆମେ ଘରେ କେବଳ ଧଳା ଚାଉଳ ଖାଉ। ବାଦାମି ଚାଉଳ ବିଷୟରେ ଆପଣ ଶୁଣିଥିବେ କିମ୍ବା ପରୀକ୍ଷା କରିଥିବେ? କିନ୍ତୁ ଆପଣ କେବେ ନାଲି ଓ କଳା ଚାଉଳ କଥା ଶୁଣିଛନ୍ତି କି? ଆପଣ ଜାଣନ୍ତି କି ଚାଉଳ କେବଳ ଗୋଟିଏ ନୁହେଁ ଚାରିଟି ରଙ୍ଗରେ ଉପଲବ୍ଧ ଅଛି । ଆଜି ଆମେ ଚାରିଟି ରଙ୍ଗର ଚାଉଳ ବିଷୟରେ ଜାଣିବା ଓ ଏହି ଚାଉଳ ସ୍ୱାସ୍ଥ୍ୟ ପାଇଁ କେମିତି ଲାଭଦାୟକ ତାହା ବି ଜାଣିବା।

କଳା ଚାଉଳ – ଏହି ଚାଉଳର ରଙ୍ଗ କଳା। ଏହା ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର ହେବା ସହ ଏଥିରେ ପ୍ରୋଟିନ୍, ଫାଇବର ଓ ଭିଟାମିନ୍-ଇ ମଧ୍ୟ ପ୍ରଚୁର ପରିମାଣରେ ଥାଏ। ଧଳା ଚାଉଳ ଯେଉଁଭଳି ବିଭିନ୍ନ ପ୍ରକାରରେ ଆସେ । ସେହିଭଳି, ଅନେକ ପ୍ରକାର କଳା ଚାଉଳ ମଧ୍ୟ ମିଳିଥାଏ। ସବୁ ପ୍ରକାରର କଳା ଚାଉଳ ଅନେକ ଆଣ୍ଟି-ଅକ୍ସିଡାଣ୍ଟ ମିଳିଥାଏ । କଳା ଚାଉଳ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ସହ ଶରୀରର ଓଜନ ମଧ୍ୟ ହ୍ରାସ ପାଇଥାଏ।

ଲାଲ ଚାଉଳ – ନାଲି ଚାଉଳ ବାଦାମୀ ରଙ୍ଗର ଚାଉଳଠାରୁ ସାମାନ୍ୟ ଅଲଗା ଅର୍ଥାତ୍ ନାଲି ରଙ୍ଗ। ଏଥିରେ ଫାଇବର ଓ ଆଇରନ ଭରପୂର ରହିଛି। ଏହି ଚାଉଳର ଭାତ ଖାଇବା ପରେ ବାରମ୍ବାର ଭୋକ ଲାଗେ ନାହିଁ। ରକ୍ତଚାପ ନିୟନ୍ତ୍ରଣ କରିବାରେ ଏହାର ବିଶେଷ ଭୂମିକା ରହିଛି। ଏହି ଚାଉଳ ଶରୀରର ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ।

ବାଦାମି ଚାଉଳ – ବ୍ରାଉନ୍ ଚାଉଳ ଯାହାକୁ ସାଧାରଣ ଭାଷାରେ ବାଦାମି ଚାଉଳ କୁହାଯାଏ। ଏହି ଚାଉଳକୁ ଆପଣ କେବେ ନା କେବେ ନିଶ୍ଚୟ ଖାଇଥିବେ । କିନ୍ତୁ ଏହାର ଉପକାରିତା ବିଷୟରେ ଜାଣନ୍ତୁ । ଧଳା ଚାଉଳ ଅପେକ୍ଷା ବାଦାମି ଚାଉଳ ଅଧିକ ପୁଷ୍ଟିକର। ଏଥିରେ ଫାଇବର ଓ ପ୍ରୋଟିନର ପରିମାଣ ଅଧିକ ଥାଏ। କିନ୍ତୁ ଏହାର କ୍ୟାଲୋରୀ ଧଳା ଚାଉଳ ସହ ସମାନ ହୋଇଥାଏ। ଏହା ଖାଇବା ଦ୍ୱାରା ଆପଣ ଶୀଘ୍ର ଭୋକିଲା ଅନୁଭବ କରିବେ ନାହିଁ ।

ଧଳା ଚାଉଳ – ଧଳା ଚାଉଳ ବିଷୟରେ ଆପଣ ପୂର୍ବରୁ ଜାଣିଛନ୍ତି ଓ ଏହାକୁ ପ୍ରାୟ ଆପଣ ପ୍ରତିଦିନ ଖାଉଛନ୍ତି। ଏଥିରେ ପ୍ରୋଟିନ୍, ଆଣ୍ଟି-ଅକ୍ସିଡାଣ୍ଟ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମଧ୍ୟ ରହିଛି। କିନ୍ତୁ ଅନ୍ୟ ଚାଉଳ ତୁଳନାରେ ଏଥିରେ ଅଳ୍ପ ପରିମାଣରେ ଥାଏ। ଏଥିରେ ଥିବା କ୍ୟାଲସିୟମ ଓ ଫୋଲେଟର ପରିମାଣ ବହୁତ ଭଲ ଅଟେ ।

   Related Posts