Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

କଟକରେ ଖୋଲିଲା ବିଭିନ୍ନ ଧର୍ମାନୁଷ୍ଠାନ, ଟୋକନ ବ୍ୟବସ୍ଥାରେ ଦର୍ଶନ : କିନ୍ତୁ ଚଣ୍ଡୀ ମନ୍ଦିର ଖୋଲିବାକୁ ପ୍ରସ୍ତୁତ ନାହିଁ କର୍ତ୍ତୃପକ୍ଷ

7/01/2021 at 11:27 AM

କଟକ ୭।୧: କଟକରେ ଆଜିଠୁ ଖୋଲିଲା ବିଭିନ୍ନ ଧର୍ମାନୁଷ୍ଠାନ । ଟୋକନ୍ ବ୍ୟବସ୍ଥାରେ ଧର୍ମାନୁଷ୍ଠାନରେ ପ୍ରବେଶ କରି ଦର୍ଶନ କରୁଛନ୍ତି ଭକ୍ତ । କୋଭିଡ୍‌ ଗାଇଡ୍ ଲାଇନ୍ ମୁତାବକ ଦର୍ଶନ ଚାଲିଛି । ତେବେ ଚଣ୍ଡୀ ମନ୍ଦିର ଖୋଲିନାହିଁ । ମନ୍ଦିର ଖୋଲିବାକୁ ପ୍ରସ୍ତୁତ ନଥିବା ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି । ଜିଲ୍ଲା ପ୍ରଶାସନ ହଠାତ୍ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ତେଣୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ପରେ ଚଣ୍ଡୀ ମନ୍ଦିର ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ, ଆଜିଠାରୁ କଟକରେ ସମସ୍ତ  ଧର୍ମାନୁଷ୍ଠାନ କୋଭିଡ୍ ଗାଇଡ୍ ଲାଇନ୍ ଅନିଯାୟୀ ଖୋଲିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାସହ ଏସଓପି ଜାରି କରିଥିଲା ସିଏମସି ପ୍ରଶାସନ । ନୂତନ ବ୍ୟବସ୍ଥା ମୁତାବକ ଟୋକନ୍ ବ୍ୟବସ୍ଥାରେ ଧର୍ମାନୁଷ୍ଠାନରେ ପ୍ରବେଶ କରିବେ ଭକ୍ତ । ଅନ୍ୟ କୌଣସି ରୋଗରେ ଆକ୍ରାନ୍ତଥିଲେ ଧର୍ମାନୁଷ୍ଠାନ ନଆସିବାକୁ ପରାମର୍ଶ ଦିଆଯାଇଥିଲା ।

ସେହିପରି ୬୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଧର୍ମାନୁଷ୍ଠାନ ନଆସିବାକୁ ମଧ୍ୟ ପରାମର୍ଶ ଦେଇଥିଲା ସିଏମସି ପ୍ରଶାସନ । ତେବେ ସିଏମସି ଦ୍ଵାରା ଜାରି ହୋଇଥିବା ଏସଓପି କିପରି କଡାକଡି ଭାବେ ପାଳନ କରାଯିବ, ସେ ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ଧ୍ୟାନ ଦେବ । ସେହିପରି ମନ୍ଦିର ଭିତରକୁ ଏକକାଳୀନ ୨ ଜଣ ଭକ୍ତ ପ୍ରବେଶ କରିବେ । ଭକ୍ତ ଓ ସେବାୟତଙ୍କ ଭିତରେ ମଧ୍ୟ ଦୂରତା ବଜାୟ ରଖିବାକୁ ସିଏମସି ପକ୍ଷରୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିଲା ।

   Related Posts