ଅବ୍ୟବସ୍ଥା ଘେରରେ ଅଙ୍ଗନଓ୍ବାଡି କେନ୍ଦ୍ର ; କେଉଁଠି ରାସ୍ତାକଡେ ତ କେଉଁଠି ଭଙ୍ଗା ଘରେ ପାଠ ପଢୁଛନ୍ତି ପିଲା

Published By : Prameya-News7 Bureau | May 19, 2019 IST

ନୟାଗଡ ୧୯|୫: କୋମଳମତି ଶିଶୁମାନଙ୍କ ମାନସିକ ଓ ଶାରିରୀକ ବିକାଶ ସହ ସେମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇଦେବାପାଇଁ ପ୍ରତି ଗଁ।ରେ ସରକାରଙ୍କ ତରଫରୁ ଅଙ୍ଗନଓ୍ବାଡି କେନ୍ଦ୍ରମାନ ଖୋଲାଯାଇଛି । ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ରେ କିନ୍ତୁ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକର ଯେଉଁଭଳି ଅବସ୍ଥା ସେଠାକୁ ପିଲାମାନଙ୍କୁ ଛାଡିବାକୁ ଅଭଭାବକମାନେ ଭୟ କରୁଛନ୍ତି । ଅର୍ଦ୍ଧାଧିକ କେନ୍ଦ୍ରର ନିଜସ୍ବ ଗୃହ ନଥିବାରୁ କେଉଁଠି ରାସ୍ତାକଡ ତ କେଉଁଠି ଭଙ୍ଗା ଘରେ ପିଲାମାନେ ପାଠ ପଢୁଥିବା ଦେଖିବାକୁ ମିଳିଛି । 

{"id":113603}

ଗାଁ ଦାଣ୍ଡରେ ଖୋଲାମେଲା ଜାଗାରେ ଏବଂ ଭଙ୍ଗାଦଦରା କୁଡିଆ ଘରେ କୋମଳମତି ଶିଶୁମାନଙ୍କ ଭବିଷ୍ୟତ ଗଠନ ପାଇଁ ଚାଲିଛି ପ୍ରୟାସ । ପ୍ରତ୍ୟେକ ଦିନ ଏଭଳି ସ୍ଥାନରେ ଏହି ଶିଶୁମାନଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ଉଦ୍ୟମ କରାଯିବା ସହ ସେମାନଙ୍କୁ କୁଆଡେ ଦିଆଯାଉଛି ପୃଷ୍ଟିକର ଖାଦ୍ୟ ।  

{"id":113607}

ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ର ନୂଆସାହି, ନୂଆଗଁ। ଏବଂ କୁସୁମଗାଡିଆ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦେଖିବାକୁ ମିଳିଛି ଅବ୍ୟବସ୍ଥା । କେବଳ ଏହି ତିନୋଟି ନୁହେଁ ଏହି ବ୍ଲକ୍‌ର ଅଧିକାଂଶ ସେଣ୍ଟରର ଏହିଭଳି ଅବସ୍ଥା । ଛୋଟଛୋଟ ପିଲାମାନଙ୍କର ଏଠାରେ କିଭଳି ଶାରୀରିକ ଓ ମାନସିକ ବିକାଶ ହେବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

{"id":113604}

ରାଜ୍ୟର ଅଧିକାଂଶ ଅଙ୍ଗନଓ୍ବାଡି କେନ୍ଦ୍ରକୁ ନିଜସ୍ବ ଗୃହ ଯୋଗାଇଦିଆଯାଇଥିବା ସରକାର ଦାବି କରୁଥିବାବେଳେ ଦଶପଲ୍ଲା ବ୍ଲକ୍‌ର ଆଧାରୁ ଅଧିକ କେନ୍ଦ୍ରର ନିଜସ୍ବ ଗୃହ ନାହିଁ । ତଥ୍ୟ ଅନୁଯାୟୀ ଏଠାରେ ଥିବା ୨୨୯ଟି କେନ୍ଦ୍ର ମଧ୍ୟରୁ ମାତ୍ର ୮୯ଟି କେନ୍ଦ୍ରର ନିଜସ୍ବ ଗୃହ ଅଛି । କେଉଁଠି ଗାଁ ଦାଣ୍ଡରେ କେନ୍ଦ୍ର ଚାଲୁଛି ତ ଅନ୍ୟ କେଉଁଠି ଛପର ଉଡିଯାଇଥିବା ତାଟି ବୁଜା ଘରେ ଚାଲିଛି । କେଉଁଠି କୋଠାଘରେ କେନ୍ଦ୍ର ଚାଲିଛି ତ ପୁଣି କେଉଁଠି ଅଙ୍ଗନଓ୍ବାଡି କର୍ମୀଙ୍କ ଘର ବାରଣ୍ଡାରେ ଚାଲିଛି । ଖରା ବର୍ଷା ହେଲେ ଅଧାଦିନ କେନ୍ଦ୍ର ବନ୍ଦ ରହୁଥିବା ନିଜେ ଅଙ୍ଗନଓ୍ବାଡି କର୍ମୀମାନେ ସ୍ବୀକାର କରିଛନ୍ତି । ଏ ସମ୍ପର୍କରେ ବାରମ୍ବାର ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି ।

{"id":113605}

ଏହି ବ୍ଲକ୍‌ର କିଛି କେନ୍ଦ୍ରର ଘର ନିର୍ମ।ଣ ପାଇଁ ଟଙ୍କା ଆସିଥିଲେ ମଧ୍ୟ ପ୍ରଶାସନର ଆନ୍ତରିକତା ଅଭାବରୁ ସରକାରୀ ଯାଗା ଚିହ୍ନଟ ହୋଇପାରୁନଥିବାବଳେ ଅନ୍ୟ କେଉଁଠି ଅଧିକାରୀମାନଙ୍କ ନିକଟରେ ବାରମ୍ବାର ଅନୁରୋଧ ପରେ ମଧ୍ୟ ଅନୁଦାନ ଆସୁନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ସେପଟେ ତାଙ୍କ ନିକଟରେ ଏଭଳି କିଛି ଅଭିଯୋଗ ନଥିବା କହିଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ । ତେବେ ତଥ୍ୟ ପାଇବା ପରେ ଏହାର ତଦନ୍ତ କରାଯିବ ବୋଲି ଚିରାଚରିତ ଢଙ୍ଗରେ ସେ କହିଛନ୍ତି ।  

{"id":113606}

ଏହି ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକରେ କୌଣସି ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.