ଶାସକ ଦଳର ନେତାଙ୍କ ସହ ଗୋଲଡେନ୍ ବାବାର ଭଳିକି ଭଳି ଫଟୋ, ପ୍ରଶ୍ନ ଉଠିଛି ଗୋଟେ ଦିନ ପଚାରା ଉଚରା ପରେ କାହିଁକି ଛାଡିଦେଲା ପୋଲିସ

Published By : Prameya-News7 Bureau | January 05, 2019 IST

ଭୁବନେଶ୍ବର ୫|୧: ଗୋଲଡେନ୍‌ ବାବା ଓରଫ ଜ୍ୟୋତି ରଂଜନ ବେଉରାଙ୍କ ସମସ୍ତ ଆର୍ଥିକ କାରବାରର ଖୋଳତାଡ଼ କରିବ କ୍ରାଇମବ୍ରାଂଚ ଇଓଡବ୍ଲୁ । ପରେ ଜ୍ୟୋତି ରଂଜନ ବିରୋଧରେ ଥିବା ୩ଟି ମାମଲାରେ ଅଧିକ ଛାନଭିନ୍‌ ପାଇଁ ତାକୁ ରିମାଣ୍ଡରେ ନେଇପାରେ କମିଶନରେଟ୍‌ ପୋଲିସ । ଶନିବାର ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି । ତେବେ ରାଜଧାନୀ ରାଜନୀତିରେ ହଠାତ୍‌ ଗୋଲଡେନ୍‌ବାବାର ଆବିର୍ଭାବ ଆଉ ନାଟକୀୟ ଗିରଫଦାରିକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ଲାଗି ରହିଛି । ଶାସକ ଦଳର ବଡ଼ ନେତା ମନ୍ତ୍ରୀଙ୍କ ସହ ଜ୍ୟୋତି ରଂଜନର ଫଟୋ ମଧ୍ୟ ଆଲୋଚନାକୁ ଖୋରାକ୍‌ ଯୋଗାଇଛି ।

{"id":70702}

ଗୋଲଡେନ୍‌ ବାବାଙ୍କ ସୁନାଖଣିର ରାଜ୍‌ ଖୋଲିବ କ୍ରାଇମବ୍ରାଂଚ ଇଓଡବ୍ଲୁ । ସାରାଦେହରେ ସୁନା ଅଳଙ୍କାର ଧାରଣ କରି ବୁଲୁଥିବା ଗୋଲଡେନ୍‌ ଜ୍ୟୋତି ଓରଫ ଜ୍ୟୋତି ରଂଜନ ବେଉରାର ଆଲିସାନ୍‌ ଲାଇଫ ଷ୍ଟାଇଲ ପଛର ଗୁମର ଖୋଲିବ ବୋଲି କୁହାଯାଉଛି । ତେବେ ଏହା ପୂର୍ବରୁ ଜ୍ୟୋତି ରଂଜନକୁ ୩ଦିନିଆ ରିମାଣ୍ଡରେ ନେଇଥିବା କମିଶନରେଟ୍‌ ପୋଲିସ ଗୋଟେ ଦିନ ଜେରା ପରେ କାହିଁକି ଜ୍ୟୋତି ରଂଜନକୁ ଜେଲ ହାଜତକୁ ପଠାଇଦେଇଥିଲା ତାକୁ ନେଇ ସୃଷ୍ଟି ହୋଇଛି ସଂଦେହ । ତେବେ କମିଶନରଙ୍କ କହିବା କଥା  ଅର୍ଥନୈତିକ କାରବାର ସମ୍ପର୍କରେ EOW ଖୋଳତାଡ଼ କରିବା ପରେ ପୁଣି ଥରେ ରିମାଣ୍ଡରେ ନେଇପାରେ ପୋଲିସ । ଜ୍ୟୋତି ରଂଜନ ନାଁରେ ଥାନାରେ ତିନିଟି ମାମଲା ରହିଥିବାରୁ ପୁଣି ଥରେ ତାକୁ ପଚରାଉଚରା କରିପାରେ ପୋଲିସ ।

{"id":70701}

ଶାସକ ବିଜେଡି ଦଳର ବିଭିନ୍ନ ନେତା ମନ୍ତ୍ରୀଙ୍କ ସହ ଜ୍ୟୋତି ରଂଜନର ଫଟୋକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିବାରେ ଲାଗିଛି । ନେତାଙ୍କ ସହ ଲିଙ୍କ୍‌ ପୋଲିସର କାର୍ଯ୍ୟାନୁଷ୍ଠାନରେ ବାଧକ ସାଜିଛି ବୋଲି ମଧ୍ୟ ଅନେକ ଆଶଙ୍କା କରୁଛନ୍ତି । ଏମିତିରେ ଆମେ ଯଦି ଦେଖିବା ତାହେଲେ କିଛି ଦିନ ପୂର୍ବରୁ ରାଜଧାନୀରେ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ନୂଆ ବର୍ଷ ଅଭିନନ୍ଦନ ପୋଷ୍ଟରରେ ମେୟର ଅନନ୍ତ ନାରାୟଣ ଜେନା ଏବଂ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ଜ୍ୟୋତି ରଂଜନର ଫଟୋ ଦେଖିବାକୁ ମିଳିଥିଲା । ଅର୍ଥାତ୍‌ ମେୟର ଓ ମନ୍ତ୍ରୀଙ୍କ ଜଣେ ଖାସ୍‌ ସମର୍ଥକ ଭାବେ ଜ୍ୟୋତି ରଂଜନ ନିଜର ଦାବେଦାରି ପେଶ୍‌ କରୁଥିଲା । ଏମିତିକି  ଆଗାମୀ ନିର୍ବାଚନରେ ଜ୍ୟୋତି ରଂଜନ ଉତ୍ତର ଭୁବନେଶ୍ବରରୁ ପ୍ରାର୍ଥୀ ହେବା ନେଇ ଆଶାବାଦୀ ଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ଯାହାକୁ ବରଦାସ୍ତ କରିବା ମୁଡ୍‌ରେ ନଥିଲେ ବର୍ତ୍ତମାନର ଉତ୍ତର ଭୁବନେଶ୍ବର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମର୍ଥକ । ତେଣୁ ମଉକା ଦେଖି ଗୋଲଡେନ୍‌ ବାବା ଓରଫ ଜ୍ୟୋତି ରଂଜନ ବେଉରାଙ୍କୁ ଆଇନର ଜାଲ ଭିତରେ ଫଶାଇ ଦିଆଯାଇଛି ବୋଲି ମଧ୍ୟ ଜୋର୍‌ ଧରିଛି ଚର୍ଚ୍ଚା । ଖୋଦ୍‌ ଗୋଲଡେନ୍‌ ବାବାର ଅଭିଯୋଗ ମଧ୍ୟ ଏଭଳି ଚର୍ଚ୍ଚାକୁ ଅଧିକ ବଳ ଦେଉଛି ।

{"id":70703}

ଜ୍ୟୋତି ରଂଜନ କେଉଁ ପଲିଟିକାଲ ଗେମ୍‌ କଥା କହୁଛନ୍ତି ?  ଏହି ପଲିଟିକାଲ ଗେମ୍‌ ପଛରେ ଉତ୍ତର ଭୁବନେଶ୍ବର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ରୋଲ୍‌ ନାହିଁ ତ ?  ସେପଟେ ଶାସକ ଦଳର ମାଳ ମାଳ ନେତାଙ୍କ ସହ ଗୋଲଡେନ୍‌ବାବାର ଯେଉଁ ଫଟୋ ପ୍ରତିଦିନ ଭାଇରାଲ ହେବାରେ ଲାଗିଛି ତାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.