ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ : ପୂର୍ଣ୍ଣମୀ ଚନ୍ଦ୍ରର ବିଭିନ୍ନ ଦେଶରେ ରହିଛି ଭିନ୍ନ ଭିନ୍ନ ନାଁ
5/07/2020 at 1:02 PM

ନୂଆଦିଲ୍ଲୀ ୦୫/୦୭ : ଜୁଲାଇ ୫ ତାରିଖ, ଗୁରୁ ପୂର୍ଣ୍ଣିମା ରାତିରେ ପୁର୍ନମି ଚନ୍ଦ୍ର ଦେଖାଦେବ | ଏହାକୁ ସୁପରମୁନ କୁହାଯାଉଛି | ଅନେକ ଦେଶରେ ଏହି ପୁର୍ନମି ଚନ୍ଦ୍ରର ଭିନ୍ନ ଭିନ୍ନ ନାଁ ପ୍ରଚଳିତ ରହିଛି | ସନାତନ ଧର୍ମରେ ଏହାର ବିଶେଷ ମହତ୍ୱ ରହିଛି ଏବଂ ଏହାକୁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ | ଗୁରୁ ପୂର୍ଣ୍ଣିମାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ | ବିଶ୍ୱର ଅଲଗା ଅଲଗା ଦେଶରେ ଏହାର ଅଲଗା ଅଲଗା ନାଁ ରହିଛି | ଏହା ପଛରେ କଣ କାରଣ ରହିଛି ଜାଣନ୍ତୁ:
ଥଣ୍ଡର୍ ମୁନ୍ – ଗ୍ରୀଷ୍ମ ଋତୁରେ ଅନେକ ସମୟରେ ବର୍ଷା ଓ ବଜ୍ରପାତ ହୋଇଥାଏ | ସେଥିପାଇଁ ଜୁଲାଇ ମାସରେ ଦୃଷ୍ଟି ଗୋଚର ହେଉଥିବା ପୁର୍ଣ ଚନ୍ଦ୍ରକୁ ଥଣ୍ଡର ମୁନ କୁହାଯାଏ |
ବକ୍ ମୁନ୍ – ଆମେରିକା ଓ ୟୁରୋପରେ ଏହାକୁ ବକ୍ ମୁନ୍ କୁହାଯାଏ | ଏହା ପଛରେ ମଧ୍ୟ ଏକ କାରଣ ରହିଛି | ସେଠାରେ କ୍ଷେତରେ କାମ କରୁଥିବା ଲୋକେ ପୁର୍ଣ ଚନ୍ଦ୍ରର ଅନେକ ନାଁ ରଖିଥାନ୍ତି | ନାସା ଏକ ବ୍ଲଗରେ ଲେଖିଛି ଯେ ଗ୍ରୀଷ୍ମ ଋତୁ ଆରମ୍ଭରେ ବକ ହରିଣଙ୍କ ନୂଆ ସିଂଘ ଏଣ୍ଟିଲର୍ସ ମୁଣ୍ଡରୁ ବାହାରିଥାଏ | ସେଥିପାଇଁ ଏହି ପୂର୍ଣ୍ଣମୀକୁ ବକ୍ ମୁନ୍ କୁହାଯାଇଥାଏ |
ହେ ମୁନ୍ – ଜୁଲାଇ ମାସର ପୂର୍ଣ୍ଣିମାକୁ ହେ ମୁନ୍ ମଧ୍ୟ କୁହାଯାଇଥାଏ | ୟୁରୋପୀୟ ଦେଶମାନଙ୍କରେ ଚାଷୀମାନେ ଜୁନ୍ ଓ ଜୁଲାଇ ମାସରେ ପଶୁଙ୍କ ଚାରା କରିଥାନ୍ତି | ସେଥିପାଇଁ ଜୁଲାଇ ମାସର ପୂର୍ଣ୍ଣିମାକୁ ହେ ମୁନ୍ ମଧ୍ୟ କହିଥାନ୍ତି |
ମିଡ୍ ମୁନ୍ – ୟୁରୋପର ଅନେକ ଦେଶରେ ଚାଷୀମାନେ ଜୁଲାଇ ମାସରେ ମହୁକୁ ପଚାଇ ମଦ ତିଆରି କରିଥାନ୍ତି | ଏହି ମଦକୁ ସେମାନେ ମେଡ଼ କୁହନ୍ତି | ସେଥିପାଇଁ ଜୁଲାଇର ପୁର୍ଣ ଚନ୍ଦ୍ରକୁ ମେଡ୍ ମୁନ୍ ମଧ୍ୟ କୁହାଯାଇଥାଏ | ପ୍ରାଚୀନ ୟୁନାନି ସଭ୍ୟତାରେ ଏହି ମଦକୁ ଦେବତାଙ୍କ ଅମୃତ କୁହାଯାଉଥିଲା |
ରୋଜ୍ ମୁନ୍ – ପୂର୍ଣ୍ଣମୀର ଏହି ଚନ୍ଦ୍ରକୁ ରୋଜ୍ ମୁନ୍ ମଧ୍ୟ କୁହାଯାଇଥାଏ | ସାଧାରଣତଃଅ ଜୁଲାଇ ମାସରେ ଅଧିକ ସଂଖ୍ୟାରେ ଗୋଲାପ ଫୁଲ ଫୁଟିଥାଏ | ସେଥିପାଇଁ ମଧ୍ୟ ଏହି ପୂର୍ଣ୍ଣମୀକୁ ରୋଜ୍ ମୁନ୍ କୁହାଯାଇଥାଏ | ଆଉ କିଛି ଲୋକଙ୍କ କହିବାନୁଯାୟୀ, ଏହି ପୂର୍ଣ୍ଣମୀ ଚନ୍ଦ୍ରର ରଙ୍ଗ ଗୋଲାପୀ ହୋଇଥିବାରୁ ମଧ୍ୟ ଏହାକୁ ରୋଜ୍ ମୁନ୍ କୁହାଯାଏ |
ରିପ୍ କର୍ନ ମୁନ୍ – ଆମେରିକାରେ ଜୁଲାଇ ମାସର ପୂର୍ଣ୍ଣମୀକୁ ରିପ୍ କର୍ନ ମୁନ୍ ମଧ୍ୟ କୁହାଯାଇଥାଏ କାରଣ ଜୁଲାଇ ମାସରେ ହିଁ ଅନେକ ରାଜ୍ୟର ଚାଷୀ ନିଜ କ୍ଷେତରେ କରିଥିବା ମକା ଚାଷ କାଟିଥାନ୍ତି |