ଫୋନି ଯୋଗୁଁ ଅଟୋମୋବାଇଲ୍ସ ଓ ରିଅଲଇଷ୍ଟେଟ ସେକ୍ଟରରୁ ଆରମ୍ଭ କରି ହସ୍ପିଟାଲ ଓ ହୋଟେଲ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ କ୍ଷତିର ପରିମାଣ ଶହ ଶହ କୋଟି

Published By : Prameya-News7 Bureau | May 11, 2019 IST

ଭୁବନେଶ୍ବର (ରୁଦ୍ରନାରାୟଣ ଦାସ) ୧୧|୫: ଫନିର ବିପର୍ଯ୍ୟୟ  ପ୍ରଭାବ ପଡ଼ିଛି ବଜାର ଉପରେ। ବାତ୍ୟା ଯୋଗୁ ଭିତ୍ତିଭୂମି କ୍ଷତିଗ୍ରସ୍ତ, ବଡ଼ ପ୍ରଭାବ ପଡ଼ିଛି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଅଟୋମୋବାଇଲ୍‌ସ, ହସ୍‌ପିଟାଲିଟି ଓ ରିଅଲ ଇଷ୍ଟେଟ ସେକ୍ଟର ବ୍ୟବସାୟ ଉପରେ। ଫନି ଯୋଗୁଁ ଭିତିଭୂମି ଯାହା ବିପର୍ଯ୍ୟସ୍ତ ହୋଇଛି, ବ୍ୟବସାୟୀଙ୍କୁ ଚିନ୍ତା ଆଗାମୀ ଦିନରେ ସେମାନେ ସମ୍ନା କରିବାକୁ ଯାଉଥିବା ବିଜନେସ୍ ଲସ୍‌କୁ।

{"id":110927}

ଫନିର ବଡ଼ ପ୍ରଭାବ ପଡ଼ିଛି ମାର୍କେଟ ସେଣ୍ଟିମେଣ୍ଟ ଉପରେ। ବାତ୍ୟା ଯୋଗୁଁ ବିଶେଷ ଭାବେ ପ୍ରଭାବିତ ଭୁବନେଶ୍ବରରେ ଅଟୋମୋବଇଲ୍‌ସ ସେକ୍ଟର। ସୋରୁମ ଭାଙ୍ଗିଋଜି ଯାଇଛି ଓ ଗାଡ଼ି ମଧ୍ୟ। ପବ୍ଲିକ ସେଣ୍ଟିମେଣ୍ଟ ଦେଖିଲେ ବ୍ୟବସାୟକୁ ଟ୍ରାକକୁ ଆସିବାକୁ ସମୟ ଲାଗିବ। ଏକାକି ଭୁବନେଶ୍ବରରେ ଅଟୋମୋବାଇଲ୍ସ କ୍ଷେତ୍ରରେ କ୍ଷତିର ଆକଳନ ପ୍ରାୟ ୧୦୦ କୋଟିର ହେବ।

{"id":110928}

ହାଇରାଇଜ ରିଆଲ ଇଷ୍ଟେଟ ସେକ୍ଟର କ୍ଷତିଗ୍ରସ୍ତ ହୋଇଛି ଫନି ବାତ୍ୟାରେ। କାମ ଚାଲୁଥିବା ପ୍ରକଳ୍ପଗୁଡିକର ସେଡ ଉଡିଛି, କ୍ରେନ ଭାଙ୍ଗିଛି, ସିମେଣ୍ଟ, ରଡ୍ ନଷ୍ଟ। ବିଜୁଳି ନାହିଁ, ଶ୍ରମିକ ନାହାନ୍ତି। ନୂଆ ରେରା ନିୟମ ଅନୁଯାୟୀ  ଥରେ ବୁକିଂ ହୋଇଥିବା ଘରର ମୂଲ୍ୟ ବଢାଇ ପାରିବେନି ବିଲ୍‌ଡର୍‌ସ ମାନେ, ତେଣୁ ଯାହା କ୍ଷତି ସେମାନେ ନିଜେ ଭରଣା କରିବେ। ପ୍ରାଥମିକ ଆକଳନ ଅନୁଯାୟୀ ରିଅଲ ଇଷ୍ଟେଟ ସେକ୍ଟରେ କ୍ଷତି ପ୍ରାୟ ୧୦୦ କୋଟିର କ୍ଷତି ହେବ। ତେବେ ଏଭଳି ଅବସ୍ଥାରେ ଅନ୍ ଗୋଇଙ୍ଗ ପ୍ରୋସେକ୍ଟକୁ  ଶେଷ କରିବାକୁ ରେରାକୁ ଅଧିକ ସମୟ ମାଗିବାକୁ ନିଷ୍ପତି ନେଉଛନ୍ତି ରିଅଲ ଇଷ୍ଟେଟ କପ୍ମାନିମାନେ।

{"id":110929}

ଫନିରେ ବିଶେଷ ଭାବେ ପ୍ରଭାବିତ ହୋଇଛି ହସ୍‌ପିଟାଲିଟି ସେକ୍ଟର – ହୋଟେଲ ଇଣ୍ଡଷ୍ଟ୍ରି। ଭୁବନେଶ୍ବରରେ ଷ୍ଟାର ହୋଟେଲଗୁଡ଼ିକ ଖୋଲିବା ଆରମ୍ଭ କରିଛି କିନ୍ତୁ ପୁରୀରେ ପ୍ରାୟ ୩୦୦ ଶହରୁ ଅଧିକ ହୋଟେଲରେ ୧୦ ହଜାରରୁ ଅଧିକ ରୁମ୍‌ ବନ୍ଦ ପଡ଼ିଛି। ପର୍ଯ୍ୟଟନ କ୍ଷେତ୍ରରେ ବିପର୍ଯ୍ୟସ୍ତ ଭିତିଭୂମି ଓ ହେଟେଲର ମାନ୍ଦାବସ୍ଥା, ଭୁବନେଶ୍ବରେ ହୋଟେଲ ଇଣ୍ଡଷ୍ଟ୍ରି ଟ୍ରାକକୁ ଆସିବାକୁ ଅତି କମ୍‌ରେ ଏକମାସ ସମୟ ନେବ।

{"id":110930}

ଆଉ ପୁରୀରେ ସ୍ଥିତି ସୁଧାରିବାକୁ ଲାଗିବ ଅତିକମ୍‌ରେ ତିନିମାସ। ହସ୍‌ପିଟାଲ ଇଣ୍ଡଷ୍ଟ୍ରି ଭିତ୍ତିଭୂମି ଓ ବିଜନେସ ଲସର ଯଦି ପ୍ରାଥମିକ ଆକଳନ କରାଯାଏ ଏହା ୧୫୦ କୋଟିରୁ ଅଧିକ ହେବ। ଇଣ୍ଡଷ୍ଟ୍ରି ପକ୍ଷରୁ ସ୍ଥିତି ସୁଧାରିବାକୁ ସରକାରଙ୍କ ସହାୟତା ମଗାଯାଇଛି, କେରଳ ପରି ଇଣ୍ଟରନ୍ୟାସନାଲ ଟୁ୍ର ଅପରେଟର୍, ହୋଟେଲ ଆସୋସିଏନ୍‌ ଗୁଡିକୁ ଓଡ଼ିଶା ଟ୍ୟୁରିଜିମ୍ ପ୍ରମୋସନ୍ ପାଇଁ ଅନୁରୋଧ କରାଯାଉଛି। କାରଣ ଆଜିର ଦିନରେ ବୁକିଂ ବନ୍ଦ ହେଲେ ଆଗାମୀ ଦିନରେ ଏହାର ବଡ଼ ପ୍ରଭାବ ବ୍ୟବସାୟ ଉପରେ ପଡ଼ିବ।

{"id":110931}

ଫନିରେ ପ୍ରଭାବ ପଡ଼ିଛି ରାଜ୍ୟ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ଉପରେ। ଡିଜି ସେଟ୍ରେ ଉତ୍ପାଦନ କରିବା ୩ଗୁଣ ଖର୍ଚ୍ଚ ବଢାଉଥିବା ବେଳେ, ଓଭର ହେଡ଼, ମ୍ୟାନପାୱାର ଖର୍ଚ୍ଚ କ୍ଷତିର ପରିମାଣକୁ ବଢାଇବ ଆଗାମୀ ଦିନରେ। ବିଶେଷକରି କ୍ଷୁଦ୍ର ଶିଳ୍ପ ଏବେ ବିଶେଷ ଭାବେ ପ୍ରଭାବିତ ହେବେ। ନିଯୁକ୍ତି ପ୍ରଦାନ କରୁଥିବା ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ଏଭଲି ପରିସ୍ଥିତିରୁ ମୁକୁଳାଇବା ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ଇଣ୍ଟ୍ରେଷ୍ଟ ସଭେସନ୍, ୩ରୁ ୪ ମାସ ପାଇଁ ବିଦ୍ୟୁତ ଦେୟ କମ୍ ବା ଛାଡ଼ କରିବା, ଗ୍ରାଣ୍ଟ ଓ ସପ୍ଟ ଲୋନ୍ ।

{"id":110932}

ବଜାରରେ କନ୍‌ଜ୍ୟୁମରଙ୍କ ସେଣ୍ଟିମେଣ୍ଟ ଡାଉନ୍। ପ୍ରଭାବିତ ଅଞ୍ଚଳରେ ବ୍ୟବସାୟ କ୍ଷତିଗ୍ରସ୍ତ।  ବ୍ୟବସାୟୀ ଓ ବଜାର ଆଗରେ  ବଡ଼ ଚାଲେଞ୍ଜ ଆଗାମୀ ଦିନରେ କିଭରି ମୁକାବିଲା ବ୍ୟବସାୟରେ ହେବାକୁ ଥିବା କ୍ଷତିକୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.