କ୍ଷୀରରେ ଘିଅ ମିଶାଇ ସେବନ କଲେ ଦୂର ହୋଇଥାଏ ଅନେକ ସମସ୍ୟା, ଜାଣନ୍ତୁ ଏହାର ଫାଇଦା

Published By : Prameya-News7 Bureau | October 22, 2020 IST

ଭୁବନେଶ୍ୱର ୨୨/୧୦ : କ୍ଷୀରରେ ଘିଅ ମିଶାଇ ସେବନ କଲେ ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ। କ୍ଷୀରରେ ଘିଅ ମିଶାଇ ପିଇବା ପ୍ରଚଳନ ବହୁତ ପୁରୁଣା। ବିଶେଷକରି ଗଣ୍ଠି ଯନ୍ତ୍ରଣା ଓ ପେଟ ଯନ୍ତ୍ରଣାରେ ପୀଡିତ ଲୋକଙ୍କ ସମସ୍ୟା ଦୂର ହୋଇଥାଏ। ଗୁଆ ଘିଅରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଛି। ଏହାସହ ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫଙ୍ଗଲ ଗୁଣ ମଧ୍ୟ ରହିଛି।

{"id":349123,"sizeSlug":"large"}

ଯଦି ସବୁବେଳେ ଥକାପଣ ଅନୁଭୂତ ହୁଏ କିମ୍ବା ଛୋଟରୁ ଛୋଟ କାମ କଲେ ବି ହାଲିଆ ହେଉଯାଉଥାନ୍ତି ତାହେଲେ କ୍ଷୀରରେ ଘିଅ ମିଶାଇ ସେବନ କଲେ ଥକାପଣ ଦୂର ହୋଇଥାଏ। ଏହାଦ୍ୱାରା ଶରୀରରେ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ସେଥିପାଇଁ ପ୍ରତିଦିନ କ୍ଷୀରରେ ଶୁଦ୍ଧ ଗୁଆ ଘିଅ ମିଶାଇ ସେବନ କରିବା ଉଚିତ। 

{"id":349114,"sizeSlug":"large"}

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କ୍ଷୀରରେ ଘିଅ ମିଶାଇ ସେବନ କଲେ ପାଚନ ଶକ୍ତି ମଧ୍ୟ ମଜବୁତ ହୋଇଥାଏ। ଏହାର ସେବନ ଦ୍ୱାରା ପାଚନ ସମ୍ବନ୍ଧିତ ସମସ୍ତ ଏଞ୍ଜାଇମରୁ ସ୍ରୋତ ବଢିଥାଏ ଯାହାଫଳରେ ପାଚନ ମଜବୁତ ହୋଇଥାଏ। କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ ଏହାଠାରୁ ଭଲ ଆୟୁର୍ବେଦିକ ଔଷଧ ଆଉ କିଛି ହୋଇପାରିବ ନାହିଁ। ଏହାଦ୍ୱାରା ଏସିଡ଼ିଟି ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଗଣ୍ଠି ସମସ୍ୟା ପାଇଁ କ୍ଷୀର ଓ ଘିଅ ସବୁଠାରୁ ଭଲ ଔଷଧ। ଏହାଦ୍ୱାରା ମାଂସପେଶୀ ଓ ହାଡ ମଧ୍ୟ ମଜବୁତ ହୋଇଥାଏ। ନିୟମିତ କ୍ଷୀରରେ ଘିଅ ମିଶାଇ ସେବନ କଲେ ଲାଭ ମିଳିଥାଏ। ଶୀତ ଋତୁରେ ଏହା ଗଣ୍ଠି ସମସ୍ୟାରୁ ମୁକ୍ତି ମିଳିଥାଏ।

{"id":349115,"sizeSlug":"large"}

କ୍ଷୀରରେ ଘିଅ ମିଶାଇ ସେବନ କଲେ ମେଟାବୋଲିଜିମ ମଧ୍ୟ ବୃଦ୍ଧି ପାଇଥାଏ। ଏହାଦ୍ୱାରା ଶରୀରରେ ଶକ୍ତି ସଞ୍ଚାର ହୋଇଥାଏ। ଏହାଦ୍ୱାରା ଶରୀର ଡିଟକ୍ସ ମଧ୍ୟ ହୋଇଥାଏ। ଏହାର ସେବନ ଦ୍ୱାରା ଶରୀରରେ ଥିବା ସମସ୍ତ ବିଷାକ୍ତ ପଦାର୍ଥ ମୂତ୍ର ଜରିଆରେ ବାହାରି ଯାଇଥାଏ। ରାତିରେ ଶୋଇବା ପୂର୍ବରୁ କ୍ଷୀର ଓ ଘିଅ ସେବନ କରିବା ଉଚିତ। 

ଘିଅରେ ଅନେକ ଆଣ୍ଟି ଅକ୍ସିଡେଣ୍ଟ ତତ୍ୱ ଥିବାରୁ ଏହାର ସେବନ ଦ୍ୱାରା ଶରୀର ହାଲୁକା ଅନୁଭୂତ ହୋଇଥାଏ। ଯାହାଫଳରେ ମାନସିକ ଥକାପଣ ଦୂର ହୋଇଥାଏ। ଏହା କ୍ୟାନସରରୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ। ଯେଉଁମାନେ ପ୍ରତିଦିନ ଏହା ସେବନ କରନ୍ତି ସେମାନଙ୍କୁ କ୍ୟାନସର ହେବା ଆଶଙ୍କା କମ ଥାଏ।

{"id":349116,"width":571,"height":387,"sizeSlug":"large"}

କ୍ଷୀରରେ ଘିଅ ମିଶାଇ ସେବନ କଲେ ତ୍ୱଚା ମଧ୍ୟ ସଫା ହୋଇଥାଏ। ଏହାର ନିୟମିତ ସେବନ ଦ୍ୱାରା ତ୍ୱଚାର କୁଞ୍ଚନ ଓ ଦାଗ ଦୂର ହୋଇଥାଏ। ତେବେ ଗାଈ କ୍ଷୀର ଓ ଗାଈ ଘିଅ ହିଁ ନିୟମିତ ସେବନ ଦ୍ୱାରା ଶାରୀରିକ ଲାଭ ମିଳିଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.