ଏକ ଦମଦାର ଫିଲ୍ମରେ ନଜର ଆସିଲେ ଶାକାହାରୀ ବଡି ବିଲିଡର ବରିନ୍ଦର ସିଂହ ଘୁମାନ, ତାଙ୍କ ଅଭିନୀତ ଗୋଟିଏ ଫିଲ୍ମକୁ ଦର୍ଶକେ ଏପର୍ଯ୍ୟନ୍ତ ରଖିଛନ୍ତି ମନେ

Published By : Prameya-News7 Bureau | November 15, 2019 IST

ମୁମ୍ବାଇ୧୫/୧୧: ପାଞ୍ଚ ବର୍ଷ ତଳେ ରୋର- ଦ ଟାଇଗର୍ସ ଅଫ୍‌ ସୁନ୍ଦରବନ ଫିଲ୍ମରେ ଚମତ୍କାର ଅଭିନୟ କରିଥିବା ବରିନ୍ଦର ସିଂହ ଘୁମାନଙ୍କ ନୂଆ ଫିଲ୍ମ ମରଜାଓ୍ବାନ ଏହି ସପ୍ତାହରେ ରିଲିଜ ହୋଇଛି। ବରିନ୍ଦରଙ୍କ ବ୍ୟତୀତ ଏହି ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରା, ରିତେଶ ଦେଶମୁ ଭଳି କଳାକାର ଏହି ଫିଲ୍ମରେ ଅଭିନୟ କରିଛନ୍ତି।

{"id":184702,"sizeSlug":"large"}

ଫିଲ୍ମ ସଂପର୍କରେ ବରିନ୍ଦରଙ୍କୁ ସାମ୍ବାଦିକ ମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ସେ କହିଥିଲେ ଯେ ଏ ଫିଲ୍ମର କାହାଣୀ ତାଙ୍କ ଶରୀର ସହ ଜଡ଼ିତ ଅଛି। ୨୦୦୯ ମସିହାରେ ବରିନ୍ଦର ମିଷ୍ଟର ଇଣ୍ଡିଆ ପୁରସ୍କାର ଜିତିଥିଲେ। ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ସେ ଦ୍ବିତୀୟ ସ୍ଥାନରେ ଥିଲେ। ଦୁନିଆର ପ୍ରଥମ ଶାକାହାରୀ ଓ ଇଣ୍ଟରନ୍ୟାସନାଲ ଅଫ୍‌ ବଡି ବିଲିଡିଂରେ ପ୍ରଫେସନ କାର୍ଡ ହାସଲ କରିଥିବା ପ୍ରଥମ ଭାରତୀୟ ବଡି ବିଲଡର୍‌ ବୋଲି ତାଙ୍କୁ କୁହାଯାଏ।  ରୋର ଫିଲ୍ମରୁ ସେ ଅଭିନୟ ଜଗତରେ ଏଣ୍ଟ୍ରି କରିଥିବା କଥା ବରିନ୍ଦର କହିଥିଲେ।

{"id":184703,"sizeSlug":"large"}

ବରିନ୍ଦର ଅଭିନୟଙ୍କୁ ଭଲ ପାଆନ୍ତି। କିନ୍ତୁ ସେ ଫିଟ୍‌ନେସ ପ୍ରତି ଅଧିକ ଧ୍ୟାନ ଦିଅନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଲୋକେ ଶାକାହାରୀ  ହୋଇ ମଧ୍ୟ ବଡି ବିଲିଡିଂ କରି ପାରିବେ। ଶାକାହାରୀ ମଣିଷ ଅଧିକ ସୁସ୍ଥ ରହିଥାଆନ୍ତି ବୋଲି ବରିନ୍ଦର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.