ଭଞ୍ଜନଗର ୦୪/୬ : ଗାଙ୍ଗପୁର ଥାନା ମରେଇପାଟ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଡ଼ାଲା ଅଟୋ । ଜଣେ ମୃତ, ୧୪ ଜଣ ସାମାନ୍ୟ ଆହତ । ମୃତ ମହିଳା ଜଣକ ହେଲେ ଢ଼ିମିରିପଲ୍ଲୀ ଗ୍ରାମର ରେଣୁ ନାୟକ । ଗୁରୁବାର ସକାଳୁ ଢ଼ିମିରିପଲ୍ଲୀ ଗ୍ରାମର ୧୫ ଜଣ ଶ୍ରମିକ ଅଟୋରେ ବସି ରତ୍ନପୁର ଗ୍ରାମକୁ ପୋଖରୀ ଖୋଳା କାମ କରିବାକୁ ଯିବା ସମୟରେ ଅଟୋଟି ଭାରସାମ୍ୟ ହରାଇ ମାରାଇପାଟ ଠାରେ ଓଲଟି ପଡିଥିଲା ।
ଗୁରୁତର ଶ୍ରମିକ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣକ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କ ଚିକିତ୍ସା ଚାଲିଛି । ଅନ୍ୟପଟେ ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଟୋକୁ ଜବତ କରି ତଦନ୍ତ ଚଳାଇଛି ।