ଚାନ୍ଦବାଲି-ଭଦ୍ରକ ମୁଖ୍ୟରାସ୍ତାରେ ଓଲଟିଲା କଣ୍ଟେନର, ଡ୍ରାଇଭର ଓ ହେଲପର ଗୁରୁତର

Published By : Prameya-News7 Bureau | July 04, 2021 IST

ଚାନ୍ଦବାଲି ୪/୭ : ଚାନ୍ଦବାଲି ଏନଏସି କଲେଜ ଛକ ନିକଟରେ କଣ୍ଟେନର ଗାଡି ଦୁଘଟଣା ଗ୍ରସ୍ତ । ଚାଳକ ଓ ହେଲ୍ପର ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । କଲେଜ ଛକ ନିକଟରେ ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତା ନିକଟରେ ଥିବା ଏକ ପୋଖରୀ ମଧ୍ୟ୍ୟକୁ ଓଲଟି ପଡିଥିଲା । ବିଳମ୍ୱିତ ରାତିରେ ଚାଳକଙ୍କ ଆଖି ଲାଗିଯାଇ ଥିବାରୁ ଚାଳକ ଭାରସ୍ୟମ ହରାଇ ବସିଥିଲେ । ଏନେଇ ଗାଡିଟି ପୋଖରୀ ମଧ୍ୟକୁ  ଓଲଟି ପଡିଥିଲା l ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ସହ ଚାଳକ ଓ ହେଲ୍ପରଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.