ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ଵୀରାଜଙ୍କ ବୟାନରେ ସନ୍ଥ ସମାଜ କ୍ଷୁବ୍ଧ, କାଶୀ ବିଶ୍ଵନାଥ ମନ୍ଦିରରେ ପ୍ରବେଶ ଉପରେ ଲଗାଇଲେ ରୋକ୍

Published By : Prameya-News7 Bureau | May 15, 2020 IST

ମୁମ୍ବାଇ ୧୫।୦୫: କରୋନା ସଙ୍କଟ ସମୟରେ ସରକାର ଧାର୍ମିକ ଟ୍ରଷ୍ଟରେ ରଖାଯାଇଥିବା ସୁନା ଗହଣା ନେବା କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ଵୀରାଜ ଚୌହାନଙ୍କ ବୟାନକୁ ନେଇ ହଙ୍ଗାମା ଆରମ୍ଭ ହୋଇ ଯାଇଛି। ଧର୍ମଗୁରୁ ଚୌହାନଙ୍କ ଏହି ମନ୍ତବ୍ୟକୁ ନେଇ କ୍ଷୁବ୍ଧ।

ଏହା ମଧ୍ୟରେ ଦ୍ଵାଦଶ ଜ୍ୟୋର୍ତିଲିଙ୍ଗ ମଧ୍ୟରେ ସର୍ବୋପରି ଶ୍ରୀ କାଶୀ ବିଶ୍ଵନାଥ ମନ୍ଦିରର ମହନ୍ତ ପରିବାର କଡା ନିଷ୍ପତ୍ତି ନେଇଛନ୍ତି। ମହନ୍ତ ପରିବାର ପୃଥ୍ଵୀରାଜ  ଚହ୍ଵାନ ଓ ତାଙ୍କ ପରିବାରର ସଦସ୍ୟଙ୍କ କାଶୀ ବିଶ୍ଵନାଥ ମନ୍ଦିରରେ ପ୍ରବେଶ ଉପରେ ରୋକ୍ ଲଗାଇଛନ୍ତି। ଏହା ସହିତ ଦେଶର ଅନ୍ୟ ଜ୍ୟୋର୍ତିଲିଙ୍ଗର ପୂଜାରୀଙ୍କୁ ଏମିତି କରିବାକୁ ଅନୁରୋଧ କରିଛନ୍ତି। ଏପରିକି କାଶୀ ବିଶ୍ଵନାଥ ମନ୍ଦିରର ପୂର୍ବତନ ମହନ୍ତ ପୃଥ୍ଵୀରାଜ ଚହ୍ଵାନଙ୍କୁ ମାନସିକ ବିକାରଗସ୍ତ ବ୍ୟକ୍ତି ବୋଲି କହିଛନ୍ତି।

{"id":270587,"sizeSlug":"large"}

କରୋନା ସଙ୍କଟରେ ସରକାରଙ୍କୁ ଧାର୍ମିକ ଟ୍ରଷ୍ଟରୁ ସୁନା ନେବା ଉଚିତ୍ ଚହ୍ଵାଣଙ୍କ ଏହି ବୟାନ ଉପରେ ବଡ ବଡ ମନ୍ଦିରର ମହନ୍ତ ଓ ପୂଜାରୀ  ଧର୍ମ ଉପରେ ଏହା ଆଘାତ ବୋଲି କହିଛନ୍ତି। ବାରଣାସୀ ସ୍ଥିତ କାଶୀ ବିଶ୍ଵନାଥ ମନ୍ଦିରର ପୂର୍ବତନ ମହନ୍ତ ଡ. କୁଳପତି ତିଓ୍ଵାରୀ କହିଛନ୍ତି, ପୃଥ୍ଵୀରାଜଙ୍କ ବକ୍ତବ୍ୟ ଶୁଣି ମୁଁ ହତପ୍ରଭ। ଏହା କଂଗ୍ରେସର ସରକାର ଥିଲା, ଯେବେ କାଶୀ ବିଶ୍ଵନାଥ ମନ୍ଦିରରେ ଚୋରି କରାଇ ଏହାର ଅଧିଗ୍ରହଣ କରାଇ ନେଇଥିଲେ।

ତିଓ୍ଵାରୀ କହିଛନ୍ତି ୧୯୮୩ରେ କାଶୀ ବିଶ୍ଵନାଥ ମନ୍ଦିରରେ ହୋଇଥିବା ଚୋରିରେ କଂଗ୍ରେସର ମୁଖ୍ୟ ଭୂମିକା ରହିଛି। ପୃଥ୍ଵୀରାଜ ଚୌହାନ ଅବସାଦ ଗ୍ରସ୍ତ, ସେ ମାନସିକ ସନ୍ତୁଳନ ହରାଇ ସାରିଛନ୍ତି କିମ୍ବା ମାନସିକ ବିକାରଗ୍ରସ୍ତ ହୋଇ ସାରିଛନ୍ତି। ମନ୍ଦିରରେ ଭକ୍ତଙ୍କ ଦ୍ଵାରା ଚଢାଯାଇଥିବା ଦାନ, ପୁଣ୍ୟ ଓ ଫଳ ସରକାର ନିଅନ୍ତି ନାହିଁ।

{"id":270588,"sizeSlug":"large"}

କୁଳପତି ତିଓ୍ଵାରୀ କହିଛନ୍ତି, ପୃଥ୍ଵୀରାଜ ଚୌହାନ କେବଳ ମନ୍ଦିର କଥା କାହିଁକି କହୁଛନ୍ତି।  କଣ ସେ ଚର୍ଚ୍ଚ, ଗୁରୁଦ୍ଵାର ଓ ମସଜିଦ୍ ଉପରେ କହି ପାରିବେ ? କାହିଁକି ସେ ଭୋଟ୍ ବ୍ୟାଙ୍କ ରାଜନୀତି କରୁଛନ୍ତି ଏବଂ ବିଜେପି ସରକାରକୁ ବଦନାମ କରିବାରେ ଜୁଟିଛନ୍ତି। ଏହାକୁ ମୁଁ ଘୋର ନିନ୍ଦା କରୁଛି। ଏହି ପରି ବ୍ୟକ୍ତି କ୍ଷମତା ଖାଇ ସାରିଛନ୍ତି ଏବଂ ପୁଣି ଥରେ କ୍ଷମତା ପାଇବା ପାଇଁ ମନ୍ଦିର, ଦେବତା ଏବଂ ଭଗବାନଙ୍କୁ ନଷ୍ଟ କରିବାକୁ ବସିଛନ୍ତି। ବିବାଦ ସୃଷ୍ଟି କରିବା ହେଉଛି କଂଗ୍ରେସର ନୀତି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.