ମୁସଲମାନ ଯୁବତୀଙ୍କ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଅଗାଢ ଭକ୍ତି : ଭୂମିପୂଜନ ପୂର୍ବରୁ ହାତରେ କଲେ ଶ୍ରୀରାମଙ୍କ ଟାଟୁ

Published By : Prameya-News7 Bureau | August 01, 2020 IST

ବାରାଣାସୀ ୦୧/୦୮ : ଅଯୋଧ୍ୟାରେ ଅଗଷ୍ଟ ୫ ତାରିଖରେ ବହୁ ପ୍ରତିକ୍ଷିତ ରାମ ମନ୍ଦିର ଭୂମିପୂଜନ ଅନୁଷ୍ଠିତ ହେବ | ଏଥିପାଇଁ ସାରା ଦେଶର ଖୁସି ଲହର ଦେଖିବାକୁ ମିଳିଛି | ବହୁ ବର୍ଷ ପରେ ଦେଶବାସୀଙ୍କ ରାମ ମନ୍ଦିର ସ୍ବପ୍ନ ପୁରା ହେବାକୁ ଯାଉଛି | ଧର୍ମ ନଗରୀ ବାରାଣାସୀରେ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ଭିନ୍ନ ଭିନ୍ନ ତରିକାରେ ଏହି ଦିନକୁ ଯୋଗଦାନ କରିବାରେ ଲାଗିଛନ୍ତି | ଜଣେ ରାମ ଭକ୍ତ ମୁସଲମାନ ଯୁବତୀ ଗଙ୍ଗା ଯମୁନା ସଭ୍ୟତାର ଉଦାହରଣ ଦେଇଛନ୍ତି | ଯୁବତୀ ଜଣକ ଏକତାର ମିସାଲ ପ୍ରଦାନ କରିଛନ୍ତି | ସେ ନିଜ ହାତରେ ଶ୍ରୀରାମଙ୍କ ପରମାନେଣ୍ଟ ଟାଟୁ କରିଛନ୍ତି |

ବାରାଣାସୀରେ ରାମ ଭକ୍ତି ଚରମ ସୀମାରେ ରହିଛି | ଏହାର ଜ୍ୱଳନ୍ତ ଉଦାହରଣ ମୁସଲମାନ ଯୁବତୀ | ଶିଗରା ସ୍ଥିତ ଏକ ଟାଟୁ ପାର୍ଲରରେ ଯୁବତୀ ଜଣକ ନିଜ ହାତରେ ଶ୍ରୀରାମଙ୍କ ଟାଟୁ କରିଛନ୍ତି | ଯୁବତୀ ଜଣକ ହେଲେ ଇକ୍ରା ଖାନ୍ | ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସକ | ଇକ୍ରା ଖାନ୍ କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ହେବା ତାଙ୍କର ସ୍ବପ୍ନ ଥିଲା | ଏଥିପାଇଁ ସେ ବହୁ ଦିନରୁ ଅପେକ୍ଷା କରିଥିଲେ | ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଏକତା ସ୍ଥାପନା କରିବା ପାଇଁ ଲୋକଙ୍କୁ ସନ୍ଦେଶ ଦେବା ପାଇଁ ସେ ଏହି ସ୍ଥାୟୀ ଟାଟୁ କରିଛନ୍ତି |

{"id":308504,"sizeSlug":"large"}

ଇକ୍ରା ଖାନଙ୍କ ଜୋସ ଦେଖି ଦୋକାନୀ ମଧ୍ୟ ରାମ ଭକ୍ତିରେ ନିଜର ଯୋଗଦାନ ଦେଇ ଯେଉଁମାନେ ଶ୍ରୀରାମଙ୍କ ଟାଟୁ କରିବେ ତାଙ୍କ ପାଇଁ ଫ୍ରିରେ ଟାଟୁ କାଇବାକୁ ନିଷ୍ପତ୍ତି ନେଇଛନ୍ତି | ଦୋକାନୀ ଅଶୋକ ଗୋଗିୟା କହିଛନ୍ତି ଯେ, ଧର୍ମ ଉପରେ ବିଶ୍ୱାସ କରୁଥିବା ଲୋକଙ୍କ ପାଇଁ ଏହା ସବୁଠାରୁ ବଡ ଉପହାର | ସେଥିପାଇଁ ସେ ମଧ୍ୟ ନିଜର ଭକ୍ତି ସମର୍ପିତ କରିଛନ୍ତି ବୋଲି କହିଛନ୍ତି | ଯେଉଁମାନେ ଶ୍ରୀରାମଙ୍କ ନାଁରେ ଟାଟୁ କରିବେ ସେମାନଙ୍କ ପାଇଁ ଅଗଷ୍ଟ ୫ ତାରିଖ ଯାଏଁ ଫ୍ରିରେ ଟାଟୁ କରାଯିବ ବୋଲି ସେ କହିଛନ୍ତି |

ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତିର ଏହା ନିଆରା ଦୃଶ୍ୟ | ବହୁ ଦିନର ସଂଘର୍ଷ ପରେ ରାମ ଜନ୍ମଭୂମି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି | ଏହିଭଳି ସମୟରେ ମୁସଲମାନ ଯୁବତୀଙ୍କ ଯୋଗଦାନ, ଶ୍ରଦ୍ଧା ଓ ଭକ୍ତି ସମାଜ ପାଇଁ ଭାଇଚାରାର ଏକ ବଡ ସନ୍ଦେଶ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.