ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ରରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ : ସଫଳ ହେଉଛି ବାରାଣାସୀ ମଡେଲ୍

Published By : Prameya-News7 Bureau | May 14, 2021 IST

ବାରାଣାସୀ ୧୪/୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀରେ ଧିରେ ଧୀରେ କରୋନା ସ୍ଥିତି ସୁଧୁରିବାରେ ଲାଗିଛି । ଗତ ମାସରେ କ୍ଷତିଗ୍ରସ୍ତ ହୋଇଥିବା ବାରାଣାସୀ ବର୍ତ୍ତମାନ ଏହି ମହାମାରୀରୁ ସୁସ୍ଥ ହେଉଥିବା ନଜର ଆସୁଛି । ଏଠାରେ ଦୈନନ୍ଦିନ ମାମଲା ବହୁ ପରିମାଣରେ ହ୍ରାସ ପାଇଛି । କୁହାଯାଉଛି ଯେ, କରୋନା ନିୟନ୍ତ୍ରଣ ପାଇଁ ବାରାଣାସୀ ମଡେଲ୍ ଏବେ ସମସ୍ତଙ୍କ ପାଇଁ ଉଦାହରଣ ଭାବରେ ଛିଡା ହେବାକୁ ଯାଉଛି ।

କିଛି ଦିନ ପୂର୍ବରୁ ବାରାଣାସୀର ଡାକ୍ତରଖାନାରେ ଶୁଣିବାକୁ ମିଳୁଥିଲା ରୋଗୀ ତଥା ସଂପର୍କୀୟଙ୍କ କାନ୍ଦଣା । ଏପରିକି ଶ୍ମଶାନ ଘାଟରେ ବି ଅନବରତ ଜଳୁଥିଲା ଚିତା । କିନ୍ତୁ ୨୦, ୨୫ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ କରୋନା ବିରୋଧରେ ଯୁଦ୍ଧରେ ବିଜୟର ନିକଟତର ହୋଇଛି । ପ୍ରଭୁ ଶଙ୍କର ମଦାହେବଙ୍କ ଆଶିର୍ବାଦ ଥିବା ଏହି ସହରରେ ଦୈନନ୍ଦିନ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣକୁ ଆସୁଛି । ଯଦିଓ ବାରାଣାସୀ ମହାମାରୀ ଯୁଦ୍ଧରେ ବିଜୟୀ ବୋଲି ବର୍ତ୍ତମାନ କହିହେବନି ତଥାପି ଦ୍ୱିତୀୟ ଲହର ବାରାଣାସୀରେ ଶିଖର ଛୁଇଁସାରିଛି ବୋଲି କୁହାଯାଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.