ମଦ ବ୍ୟବସାୟୀଙ୍କୁ ଥାନାରୁ ମୁକୁଳାଇବା ବିଜେପି ନେତାଙ୍କୁ ପଡିଲା ଭାରି, ହରାଇଲେ ପଦ

Published By : Prameya-News7 Bureau | April 28, 2020 IST

ବାରଣାସୀ ୨୮।୦୪: ମଦ ବ୍ୟବସାୟୀଙ୍କୁ ଥାନାରୁ ମୁକଳାଇବା ବିଜେପି ନେତାଙ୍କୁ ଭାରି ପଡିଛି। ମଦ ଚୋରାଚାଲାଣ ଘଟଣାକୁ ନେଇ ଅଡୁଆରେ  ପଡିବା ପରେ ବିଜେପି ରାଜ୍ୟ ହାଇକମାଣ୍ଡ ବାରଣାସୀ ଜିଲ୍ଲା ବିଜେପି ମହା ସଚିବ ଉମେଶ ଦତ୍ତ ପାଠକଙ୍କୁ ପଦରୁ ହଟାଇଛନ୍ତି। ଆରୋପ ହୋଇଛି ଯେ, ପାଠକ ମଦ ଚୋରା ବ୍ୟବସାୟୀ ସଞ୍ଜୟ ଗୁପ୍ତାଙ୍କୁ ମୁକ୍ତ କରିବାକୁ ଚୌବେପୁର ଥାନା ପହଞ୍ଚିଥିଲେ। ଦ୍ଵିତୀୟ ଆରୋପ ଏହା ଯେ, ତାଙ୍କ ସୁପାରିଶ କ୍ରମେ ସଞ୍ଜୟ ଗୁପ୍ତାଙ୍କୁ BJYMର ଦାୟିତ୍ଵ ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, BJYMର ତତ୍କାଳୀନ ଜିଲା ସଭାପତି ସଞ୍ଜୟ ଗୁପ୍ତା, ତାଙ୍କ ଭାଇ ସନ୍ତୋଷ ଗୁପ୍ତା ଓ ଅନ୍ୟ ଦୁଇ ଜଣଙ୍କ ଉପରେ ବଡ ପରିମାଣରେ ମଦର ଚୋରା ଚାଲାଣ କରୁଥିବା ଆରୋପ ଲାଗିଥିଲା। ଏହା ପରେ ପୋଲିସ ସଞ୍ଜୟ ଗୁପ୍ତା, ତାଙ୍କ ଭାଇ ସନ୍ତୋଷ ଗୁପ୍ତାଙ୍କୁ ଥାନାରେ ଅଟକ ରଖିଥିଲା। ସଞ୍ଜୟ ଗୁପ୍ତାଙ୍କୁ ମୁକୁଳାଇବା ଲାଗି ଉମେଶ ପାଠକ ନିଜେ ଚୌବେପୁର ଥାନା ପହଞ୍ଚି ଯାଇଥିଲେ। ପୋଲିସ୍ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ। ଏପରିକି ମଦ ବ୍ୟବସାୟୀ ସଞ୍ଜୟ ଗୁପ୍ତାଙ୍କ ଗିରଫଦାରୀ ହେବାକୁ ଦେଇନଥିଲେ।

ବିଜେପି ଜିଲ୍ଲା ସଭାପତି ଅଭିଯୋଗ ଆଧାରରେ ମହା ସଚିବ ଉମେଶ ଦତ୍ତ ପାଠକଙ୍କୁ ତାଙ୍କ ପଦରୁ ବିଦା କରିଛନ୍ତି। ପାଠକଙ୍କ ବିରୋଧରେ ସାଙ୍ଗଠନିକ ସ୍ତରରେ ଯାଞ୍ଚ ଆରମ୍ଭ ହୋଇ ଯାଇଛି। ଅନ୍ୟପଟେ ଉମେଶ ପାଠକ  ନିଜ ବିରୋଧରେ ଲାଗିଥିବା ଆରୋକୁ ଭିତ୍ତିହୀନ କହିଛନ୍ତି। ତାଙ୍କୁ କିଛି ଲୋକ ବଦନାମ କରିବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି। ସେ କାରକୁ ଛଡାଇବା ପାଇଁ ଯାଇଥିଲେ। ତାଙ୍କୁ ମଦର ଚୋରା ଚାଲାଣ ବିଷୟରେ କୌଣସି ସୂଚନା ନଥିଲା ବୋଲି ପାଠକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.