ଟ୍ରିବ୍ୟୁନାଲରେ ବଂଶଧାରା ଜଳ ବିବାଦ ମାମଲାର ଶୁଣାଣି ; ଏପ୍ରିଲ ୨, ୩ ଓ ୪ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି

Published By : Prameya-News7 Bureau | March 06, 2019 IST

ନୂଆଦିଲ୍ଲୀ ୬|୩ : ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲରେ ଶୁଣାଣି ଶେଷ । ବଂଶଧାରା ଟ୍ରିବୁନାଲର ଅଧକ୍ଷ ତଥା ବିଚାରପତି ଡକ୍ଟର. ମୁକୁନ୍ଦ କମ ଶର୍ମା ମାମାଲର ଶୁଣାଣି କରିଛନ୍ତି । ଆଜି ଓଡିଶା ପକ୍ଷରୁ ଟ୍ରିବୁନାଲଙ୍କ ଆଗରେ ଅନେକ ପ୍ରସଙ୍ଗ ରଖାଯାଇଛି । ସେଉଁଥିରେ ୭ଟି ପ୍ରସଙ୍ଗକୁ ମୁଖ୍ୟତଃ ଗୁରୁତ୍ବ ଦିଆଯାଇଛି । ନେରେଡି ଏବଂ କାଟ୍ରାଗଡା ପ୍ରକଳ୍ପର ସର୍ଭେ ପାଇଁ ଦାବି କରିଥିଲା ଓଡିଶା । ସିଡବ୍ଲୁସି କେନ୍ଦ୍ରୀୟ ଜଳ ଆୟୋଗର ବିନା ଅନୁମତିରେ ଏହି ଦୁଇ ପ୍ରକଳ୍ପ ହୋଇଥିବା ଓଡିଶା ଦାବି କରିଛି । ଓଡିଶା ପ୍ରକଳ୍ପ ଉପରେ ୭ଟି ପଏଣ୍ଟରେ ଓଡିଶା ବିରୋଧ କରି ଟ୍ରିବୁନାଲ ଆଗରେ ନିଜ ପକ୍ଷ ରଖିଛି । ଏପ୍ରିଲ ୨,୩ ଓ ୪ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ । ୨ ତାରିଖରେ କେନ୍ଦ୍ର ସରକାର ଏବଂ ୩ ଓ ୪ ତାରିଖରେ ଆନ୍ଧ୍ର ସରକାର ନିଜର ଯୁକ୍ତି ଉପସ୍ଥାପନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.