ବାଣୀ ବିହାର ହଷ୍ଟେଲ ବନ୍ଦ , ୨୪ଘଣ୍ଟା ମଧ୍ୟରେ ଖାଲି କରିବାକୁ ନିର୍ଦ୍ଦେଶ
16/03/2020 at 2:42 PM

ଭୁବନେଶ୍ବର ୧୬।୦୩ : କରୋନା ସତର୍କତା ପାଇଁ ସୋମବାର ଠାରୁ ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୧୭ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପିଜି କାଉନସିଲ୍ ଅଧ୍ୟକ୍ଷା ।
ସ୍ଥିତି ଦେଖି ପରବର୍ତ୍ତୀ ପର୍ଯ୍ୟାୟରେ ହଷ୍ଟେଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ସେହିଭଳି ଯେଉଁ ବିଭାଗ ଗୁଡିକର ମିଡ୍ ସେମିଷ୍ଟର ପରୀକ୍ଷା ରହିଛି । ସେଗୁଡିକୁ ନେଇ ମାର୍ଚ୍ଚ ୩୧ ତାରିଖ ପରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଓ ମେସ୍ ଗୁଡିକୁ ବନ୍ଦ କରିବା ନେଇ ରେସିଡେଂଟସ କମିଟି ବୈଠକରେ ନିଷ୍ପତି ପରେ ଏପରି ଘୋଷଣା ହୋଇଛି ।
Related Posts
ଫୁସ୍ଫୁସ୍କୁ କରୋନାରୁ ରକ୍ଷା କରୁଛି ଧୂମପାନ !
23 January 2021