ଆସନ୍ତା ମାସରୁ ଦିଲ୍ଲୀ-କଟ୍ରା ରୁଟରେ ଗଢ଼ିବ ଭାରତର ଦ୍ରୁତଗାମୀ ଟ୍ରେନ ‘ବନ୍ଦେ ଭାରତ ଏକ୍ସପ୍ରେସ: କମିବ ବୈଷ୍ନୋଦେବୀ ଯାତ୍ରା ସମୟ

Published By : Prameya-News7 Bureau | July 23, 2019 IST

 ନୂଆଦିଲ୍ଲୀ୨୩|୭: ମାତା ବୈଷ୍ନୋଦେବୀ ଦେବୀଙ୍କ ଦର୍ଶନ ପାଇଁ କଟ୍ରା ଯାଉଥିବା ଶ୍ରଦ୍ଧାଳୁ ଓ ଜମ୍ମୁ-କାଶ୍ମୀର ବୁଲିବାକୁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଦିଲ୍ଲୀ-କଟ୍ରା ରୁଟରେ ଗଢ଼ିବ ଦ୍ରୁତଗାମୀ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ। ଭାରତରେ ଦ୍ରୁତଗତିରେ ଗଢ଼ୁଥିବା ଏହି ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସକୁ ଦିଲ୍ଲୀ-କଟ୍ରା ରୁଟରେ ଟ୍ରାଏଲ କରାଯାଇଛି।

{"id":136581,"width":579,"height":434}

 ସୂଚନାନୁଯାୟୀ, ସୋମବାର ସକାଳ ୬ ଘଣ୍ଟିକା ସମୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରାଏଲ ରନ ପାଇଁ ଦିଲ୍ଲୀ ଷ୍ଟେସନ ଛାଡ଼ିଥିଲା। ଏହି ଦ୍ରୁତଗାମୀ ଟ୍ରେନ ଦିନ ୨ଟାରେ କଟ୍ରା ଷ୍ଟେସନରେ ପହଞ୍ଚିବାପରେ ଦିନ ୩ଟାରେ ପୁଣି ସେଠାରୁ ଦିଲ୍ଲୀ ବାହାରିଥିଲା । ରାତି ୧୧ଟାରେ ଟ୍ରନ ଦିଲ୍ଲୀରେ ପହଞ୍ଚିଥିଲା ।  ଏହା ମଧ୍ୟରେ ସକାଳ ୯ଟା ୧୯ ମିନିଟ୍ ରେ ଲୁଧିଆନ ଷ୍ଟେସନରେ ପହଞ୍ଚିଥିଲା। ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଲୁଧିଆନ ଷ୍ଟେସନରେ ୭ ମିନିଟ ରହିବା ପରେ ୯ଟା ୨୬ ମିନିଟ୍ ରେ ଷ୍ଟେସନ ଛାଡ଼ିଥିଲା ବିଭାଗୀୟ ଅଧିକାରୀଙ୍କ କହିବାନୁଯାୟୀ, ଦିନ ୨ଟାରେ ଟ୍ରେନଟି କଟ୍ରା ଷ୍ଟେସନ ପହଞ୍ଚିବା ପରେ ଏକଘଣ୍ଟା ପରେ ଅର୍ଥାତ ଦିନ ୩ଟାରେ କୁଟ୍ରା ଷ୍ଟେସନ ଛାଡ଼ିଥିଲା।

{"id":136582}

ସଫଳତାର ସହ ଟ୍ରାଏଲ ଶେଷ ହେବା ପରେ ଆସନ୍ତା ମାସରେ ଦିଲ୍ଲୀ-କଟ୍ରା ରୁଟରେ ଏହି ଦ୍ରୁତଗାମୀ ଟ୍ରେନ ଗଢ଼ିବ। ତେବେ ତା ପୂର୍ବରୁ ବିଭାଗୀୟ ଉଚ୍ଚ ଅଧିକାରୀ ଏହି ରୁଟର ଟ୍ରାକ ଯାଂଚ କରି ସାର୍ଟିଫିକେଟ ପ୍ରଦାନ କରିବେ । ଏଥିସହ ଯାତ୍ରୀ ଭଡା ମଧ୍ୟ ନିର୍ଦ୍ଧାରଣ ହେବ। ସୂଚନାଯୋଗ୍ୟ ଯେ, ଏଥିପୂର୍ବରୁ ଦିଲ୍ଲୀ-ବାରଣାସୀ ମଧ୍ୟରେ ଏହି ଟ୍ରେନ ଚଲାଚଳ କରିସାରିଛି । ମୋଦି୨.୦ର ଏହା ବୈଷ୍ନୋଦେବୀ ଭକ୍ତଙ୍କ ପାଇଁ ବଡ ଉପହାର ବୋଲି କୁହାଯାଉଛି ।

{"id":136583}

ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚାଲିବା ଦ୍ବାର ଯାତ୍ରା ସମୟ ୪ ଘଣ୍ଟା କମ୍ ହୋଇଯିବ। ମାତ୍ର ୮ଘଣ୍ଟାରେ ଯାତ୍ରା ସମ୍ପୂର୍ଣ୍ଣ ହେବ ବୋଲି ରେଳବିଭାଗର ଅଧିକାରୀମାନେ କହିଛନ୍ତି। ପୂର୍ବରୁ ଦିଲ୍ଲୀରୁ କଟ୍ରା ପହଞ୍ଚିବା ପାଇଁ ୧୨ ଘମ୍ଟା ସମୟ ଲାଗୁଥିଲା । ଟ୍ରେନଟି ସପ୍ତାହରେ ତିନି ଦିନ ସୋମବାର, ଗୁରୁବାର ଓ ଶନିବାର ଦିଲ୍ଲୀ-କଟ୍ରା ମଧ୍ୟରେ ଚାଲିବ। ଏହି ଦ୍ରୁତଗାମୀ ଟ୍ରେନଟି ସକାଳ ୬ଟାରେ ଦିଲ୍ଲୀ ଷ୍ଟେସନ ଛାଡିବ। କଟ୍ରା ଷ୍ଟେସନରେ ଦିନ ୨ଟାରେ ସମୟରେ ପହଞ୍ଚିବ। ସେହିଭଲି କଟ୍ରା ଷ୍ଟେସନରୁ ଦିନ ୩ଟାରେ ବାହାରି ସହ ରାତି ୧୧ଟାରେ ଦିଲ୍ଲୀ ଷ୍ଟେସନରେ ପହଞ୍ଚିବ। ଏହି ସମୁଦାୟ ଯାତ୍ରା ସମୟରେ ମାତ୍ର ୩ଟି ଷ୍ଟେସନରେ ଟ୍ରେନଟି ୨ମିନିଟ ଲେଖାଏଁ ଅଟକିବ ।

{"id":136584}

 

 ବନ୍ଦେ ଭାରତ ଏକ୍ସପ୍ରେସ ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ) ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରିଛି। ଜମ୍ମୁ-କାଶ୍ମୀର କଟ୍ରାରେ ମାତା ବୈଷ୍ଣୋଦେବୀଙ୍କ ମନ୍ଦିର। ତେଣୁ ପଥର ଫିଙ୍ଗାଳିଙ୍କୁ ନଜରରେ ରଖି ଟ୍ରେନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ମଜବୁତ କାଚ ଲଗାଯାଇଛି।ଏଥିସହ ପଥରରୁ କାଚ ଝରକାକୁ ସୁରକ୍ଷା ଦେବାଲାଗି ମଜବୁତ ଝରକା ଫ୍ରେମ୍ ମଧ୍ୟ ତିଆରି କରାଯାଇଛି।

{"id":136585}

ଏହି ଟ୍ରେନରେ ବଡ଼ ପ୍ୟାଣ୍ଟ୍ରି ରହିଛି। ଯାହାଫଳରେ ଟ୍ରେନଟି ଦୂରଯାତ୍ରା କରିବା ସମୟରେ  ଯାତ୍ରୀମାନଙ୍କୁ ଦୁଇଥର ଖାଦ୍ୟ ଖାଇପାରିବେ। ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଟି ସମ୍ପୂର୍ଣ୍ଣ ଏସି ହେବାସହ ଚେୟାରକାର ମଧ୍ୟ ରହିଛି। ଏଥିରେ ୧୬ଟି କୋଚ୍ ରହିଛି। ଏହାମଧ୍ୟରୁ ଦୁଇଟି ଏକଜୁକ୍ୟୁଟିଭ୍ ଚେୟାରକାର ରହିବା ସହ ଅନ୍ୟଗୁଡ଼ିକ ଜେନେରାଲ ଚେୟାରକାର ରହିଛି।

{"id":136586,"width":590,"height":327}

ବନ୍ଦେ ଭାରତ ଏକ୍ସପ୍ରେସର ଶେଷ କୋଚଟି ଦିବ୍ୟଙ୍ଗ ପାଇଁ ରହିଛି। ଟ୍ରେନର ପ୍ରଥମ କୋଚରୁ ଶେଷ କୋଚ ପର୍ଯ୍ୟନ୍ତ ଯିବା ପାଇଁ ଭିତରେ ଡୋର ପ୍ରସ୍ତୁତ କରାଯାଇଛି। ଟ୍ରେନର ଡୋରଗୁଡିକ ଅଟୋମେଟିକ ଓ ସେନ୍ସରଯୁକ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.