ବିଦେଶରୁ ଫେରିବେ ଭାରତୀୟ : ବନ୍ଦେ ଭାରତ ମିଶନ ଓ ସେତୁ ସମୁଦ୍ର ଅଭିଯାନ ଆରମ୍ଭ

Published By : Prameya-News7 Bureau | May 07, 2020 IST

ନୂଆଦିଲ୍ଲୀ ୦୭/୦୫ : କରୋନା ଭାଇରସ ସଂକ୍ରମଣ ରୋକିବାଲାଗି ଲକଡାଉନ ଯୋଗୁ ବିଦେଶରେ ଫସିଛନ୍ତି ଅନେକ ଭାରତୀୟ। ବିଦେଶର ଫସି ରହିଥିବା ଭାରତୀୟଙ୍କୁ ସ୍ବଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର ଆଜିଠୁ ଆରମ୍ଭ କରିଛନ୍ତି  ବନ୍ଦେ ଭାରତ ମିଶନ ଓ  ସେତୁ ସମୁଦ୍ର ଅଭିଯାନ। ଏହି ଅଭିଯାନ ଆଜିଠୁ ସାତ ଦିନ ପର୍ଯ୍ୟନ୍ତ ଚାଲିବ। ଅଭିଯାନରେ ପ୍ରଥମ ଦିନରେ  ୧୦ଟି ଦେଶରେ ଫସି ରହିଥିବା ମୋଟ ୨୩୦୦ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।

କରୋନା ଲକଡାଉନ ଯୋଗୁ ୧୨ଟି ଦେଶରେ ଫସି ରହିଥିବା ୧୪ହଜାର ୮ଶହ ଭାରତୀୟଙ୍କୁ ଅଣାଯିବା ପାଇଁ ଆଜିଠୁ ଆରମ୍ଭ ହୋଇଛି ବନ୍ଦେ ଭାରତ ମିଶନ। ପ୍ରଥମ ଦିନରେ ଉପସାଗରୀୟ ଦେଶରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯିବ। ଯୋଜନା ଅନୁଯାୟୀ କୋଚିରୁ ଆବୁଧାବିକୁ ଉଡିଛି ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ। ଏୟାର ଇଣ୍ଡିଆର ବିମାନଯୋଗେ  ୟୁଏଇର ଆବୁଧାବିରୁ ୨୦୦,ଦୁବାଇରୁ ୨୦୦,ସାଉଦି ଆରବର ରିୟାଦରୁ ୨୦୦ ଏବଂ କ୍ବାତାରର ଦୋହାରୁ ୨୦୦ ଲୋକଙ୍କୁ ଉଦ୍ଧାର କରାଯିବ।ଏମାନଙ୍କୁ କେରଳର କୋଚି କିମ୍ବା କୋଜେକୋଡେ ଅଣାଯିବ। ଲଣ୍ଡନରୁ ୨୫୦ ଜଣ ଭାରତୀୟଙ୍କୁ ନେଇ ବିମାନ ମୁମ୍ବାଇ ପହଞ୍ଚିବ। ସିଙ୍ଗାପୁରରୁ ସେ ୨୫୦ ଜଣ ଭାରତୀୟଙ୍କୁ ନେଇ ବିମାନ ମଧ୍ୟ ମୁମ୍ବାଇ ପହଞ୍ଚିବ। ମାଲେସିଆ ଓ କ୍ବାଲାଲାମ୍ପୁରରୁ ସ୍ବତନ୍ତ୍ର ବିବାନ ଫସି ରହିଥିବା୨୫୦  ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିବ।

{"id":266252,"sizeSlug":"large"}

ଏପଟେ ବିଦେଶରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ନୌସେନା ଆରମ୍ଭ କରିଛି ସମୁଦ୍ର ସେତୁ ଅଭିଯାନ। ଏହି ଅଭିଯାନରେ ଭାରତୀୟ ନୌସେନାର ଜାହାଜ INS ଜଲାଶ୍ବ ମାଲଦ୍ବୀପର ମାଲେ ବନ୍ଦରରେ ପ୍ରବେଶ କରିଛି। କାଲି ମାଲଦ୍ବୀପରେ ଫସିଥିବା ଭାରତୀୟଙ୍କୁ ନେଇ ଯାତ୍ରା ଆରମ୍ଭ କରିବ ଆଇଏନଏସ ଜଲାଶ୍ବ। ଜାହାଜରେ କେଉଁମାନଙ୍କୁ ଭାରତକୁ ପଠାଯିବ ମାଲଦ୍ବୀପ ସରକାର ସେନେଇ ଏକ ତାଲିକା ପ୍ରସ୍ତୁତ କରୁଛନ୍ତି। ମେଡିକାଲ ଚେକଅପ ପରେ ସେମାନଙ୍କୁ ଜାହାଜରେ ଯିବା ପାଇଁ ଅନୁମତି ଦିଆଯିବ।

ଦେଶରେ ଦ୍ରୁତ ଗତିରେ ବଢ଼ି ଚାଲିଛି କାରୋନା ଗ୍ରାଫ୍। ଗତ ୨୪ ଘଣ୍ଟାରେ ୩୫୯୧ ନୂଆ କୋରନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ  ସଂଖ୍ୟା ୫୦ ହଜାର ଡେଇଁଛି। ଗତ ୨୪ ଘଣ୍ଟାରେ ୮୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ କରୋନା ମହାମାରୀରେ ଦେଶରେ ମୃତ୍ୟୁ ସଂଖ୍ୟା ୧୭ଶହ ୮୩କୁ ବୃଦ୍ଧି ପାଇଛି। ଏବେ ସାରା ଦେଶରେ ୩୫ ହଜାର ୯୦୨ ଆକ୍ଟିଭ୍ କେସ୍ ରହିଛି । ସେହିପରି ଗତ ୨୪ ଘଣ୍ଟାରେ ୧୦୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ଦେଶରେ ଏଯାଏ ଆରୋଗ୍ୟ ଲାଭ କରିଥିବା ସଂଖ୍ୟା ୧୫ ହଜାର ୨୬୬କୁ ବୃଦ୍ଧି ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.