Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ପୁଣି ଆରମ୍ଭ ହେବ ବନ୍ଦେ ଭାରତ ଏକ୍ସପ୍ରେସ: ନବରାତ୍ରି କରିପାରିବେ ବୈଷ୍ଣୋ ଦେବୀ ଯାତ୍ରା, ଏତିକି ରହିଛି ଭଡା

10/10/2020 at 2:07 PM

ନୂଆଦିଲ୍ଲୀ ୧୦/୧୦: କରୋନା କାଳରେ ଆରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ବନ୍ଦ ହେବାପରେ ନୂଆଦିଲ୍ଲୀ-କଟରା ବନ୍ଦେ ଭାରତ ଏକ୍ସପ୍ରେସ ଅକ୍ଟୋବର ୧୫ ତାରିଖରୁ ପୁଣି ଆରମ୍ଭ ହେବାକୁ ଯାଉଛି। ନବରାତ୍ରି ପୂର୍ବରୁ ଏହି ଟ୍ରେନ ଚଳାଚଳ ଆରମ୍ଭ ହେବାରୁ ଶ୍ରଦ୍ଧାଳୁଙ୍କ ପାଇଁ ମାତା ବୈଷ୍ଣୋ ଦେବୀ ଯାତ୍ରା ସହଜ ହୋଇଯିବ। ଏହି ଟ୍ରେନ ମଙ୍ଗଳବାର ଛାଡି ସପ୍ତାହକୁ ୬ ଦିନ ଚାଲିବ। ମାତ୍ର ୮ ଘଣ୍ଟାରେ ଯାତ୍ରୀ ନୂଆଦିଲ୍ଲୀରୁ କଟରା ପହଞ୍ଚି ପାରିବେ। ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଯାତ୍ରୀ ଆଜିଠାରୁ ଟିକେଟ ବୁକିଂ କରିପାରିବେ।

ଟ୍ରେନ ନୂଆଦିଲ୍ଲୀରୁ ସକାଳ ୬ଟାରୁ ଯାତ୍ରା ଆରମ୍ଭ କରିବ ଓ ୮.୧୦ ରେ ଅମ୍ବଲାରେ ପହଞ୍ଚିବ। ୯.୧୯ରେ ଟ୍ରେନ ଲୁଧିଆନା ଓ ଅପରାହ୍ନ ୧୨ଟା ୩୮ ମିନିଟରେ ଜାମ୍ମୁରେ ୨ ମିନିଟ ରହିବା ପରେ ୨ଟା ରେ ମାତା ବୈଷ୍ଣୋ ଦେବୀ କଟରାରେ ପହଞ୍ଚିବ। କଟରାରୁ ଫେରୁଥିବା ଯାତ୍ରୀଙ୍କୁ ନେଇ ଟ୍ରେନ ପୁଣି ଅପରାହ୍ନ ୩ଟାରେ ଫେରିବ। ଅପରାହ୍ନ ୪ଟା ୧୩ରେ ଜାମ୍ମୁ, ସନ୍ଧ୍ୟା ସାଢେ ୭ଟାରେ ଲୁଧିଆନା ଓ ରାତି ୮ଟା ୪୮ରେ ଅମ୍ବଲାରେ ପହଞ୍ଚିବ। ନୂଆଦିଲ୍ଲୀରେ ଟ୍ରେନ ରାତି ୧୧ଟା ରେ ପହଞ୍ଚିବ।

ଘଣ୍ଟା ପ୍ରତି ୧୬୦ କିମି ବେଗରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ଅତ୍ୟାଧୁନିକ ସୁବିଧା ରହିଛି। ଟ୍ରେନରେ ୨ଟି ଡ୍ରାଇଭର କାର, ୨ଟି ଏକଜିକ୍ୟୁଟିଭ ଚେୟାର କାର ଓ ୧୨ ଚେୟାର କାର ସହ ୧୬ କୋଚ ରହିଛି। ନୂଆଦିଲ୍ଲୀରୁ କଟରା ଯିବାବେଳେ ଟ୍ରେନ ନମ୍ବର ୨୨୪୩୯ ଓ କଟରାରୁ ନୂଆଦିଲ୍ଲୀ ଆସିବାବେଳେ ଟ୍ରେନ ନମ୍ବର ୨୨୪୪୦ ରହିବ।

ନୂଆଦିଲ୍ଲୀରୁ କଟରା ପାଇଁ ଏସି ଚେୟାର କାର ପାଇଁ ଭଡା ୧୬୩୦ ଟଙ୍କା ଓ ଏକଜିକ୍ୟୁଟିଭ କାର ଚେୟାରରେ ଯାତ୍ରା ପାଇଁ ଭଡା ୩ ହଜାର ୧୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ନୂଆଦିଲ୍ଲୀରୁ ଜାମ୍ମୁ ତବି ପାଇଁ ଏସି ଚେୟାର କାର ଭଡା ୧୩୦୦ ଟଙ୍କା ଓ ଲୁଧିଆନା ଯାଏଁ ଭଡା ୯୦୫ ଟଙ୍କା ରହିଛି। ଅମ୍ବଲା ଯାଏଁ ଭଡା ୭୨୫ ଟଙ୍କା ରହିଛି। 

କଟରାରୁ ନୂଆଦିଲ୍ଲୀ ପାଇଁ ଏସି ଚେୟାର କାର ଭଡା ୧୫୭୦ ଟଙ୍କା ଓ ଏକଜିକ୍ୟୁଟିଭ ଚେୟାର କାର ପାଇଁ ଭଡା ୨୯୬୫ ଟଙ୍କା, ଜାମ୍ମୁ ତବିରୁ ନୂଆଦିଲ୍ଲୀ ପାଇଁ ଏସି ଚେୟାର କାର ଭଡା ୧୪୬୫ ଟଙ୍କା ଓ ଏକଜିକ୍ୟୁଟିଭ କ୍ଲାସ ପାଇଁ ଭଡା ୨୭୫୫ ଟଙ୍କା ରହିଛି।

   Related Posts