ପାକିସ୍ତାନରେ ବୌଦ୍ଧ କୀର୍ତ୍ତିରାଜିର ଭଙ୍ଗାରୁଜା: ଭାରତର ତୀବ୍ର ବିରୋଧ ଓ ଚେତାବନୀ, 'ପିଓକେରୁ ହଟିଯାଅ'

Published By : Prameya-News7 Bureau | June 03, 2020 IST

ନୂଆଦିଲ୍ଲୀ ୦୩।୦୬: ପାକିସ୍ତାନ ଅଧିକୃତ ଜାମ୍ମୁ-କାଶ୍ମୀରର ଗିଲଗିଟ୍‌ ବାଲିଷ୍ଟାନରେ ଥିବା ଅମୂଲ୍ୟ ଭାରତୀୟ ବୌଦ୍ଧ କିର୍ତ୍ତୀରାଜିର ଭଙ୍ଗାରୁଜା ଏବଂ ଧ୍ଵଂସ କରିବା ନେଇ ଉପରେ ଭାରତ କଡା ଆପତ୍ତି ପ୍ରକାଶ କରିଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନରେ ଏହି ସବୁ ଐତିହ୍ୟସ୍ଥଳୀର ସଂରକ୍ଷଣ ସୁନିଶ୍ଚିତ କରିବା ଏବଂ ବୈଧାନିକ ଭାବେ ଭାରତୀୟ କ୍ଷେତ୍ରରୁ କବ୍‌ଜା ହଟାଇବାକୁ କହିଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଆମେ ପାକିସ୍ତାନର ଅବୈଧ ଓ ବଳପୂର୍ବକ କବଜା କରାଯାଇଥିବା ଭାରତୀୟ କ୍ଷେତ୍ରରେ ଥିବା ଗିଲଗିଟ୍  ବାଲିଷ୍ଟାନରେ ଅମୂଲ୍ୟ ଭାରତୀୟ ବୌଦ୍ଧରାଜି ଓ  ଐତିହ୍ୟସ୍ଥଳୀର ଭଙ୍ଗାରୁଜା ଖବର ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରୁଛୁ। ଏନେଇ ପାକିସ୍ତାନ ସରକାରଙ୍କୁ ମଧ୍ୟ ପତ୍ର ଦେଇଛୁ।

ବୈଦେଶିକ ମନ୍ତ୍ରଣାଳୟ କହିଛି, ଗିଲଗିଟ୍ ବାଲିଷ୍ଟାନରେ ଧାର୍ମିକ, ସାଂସ୍କୃତିକ  ଅଧିକାରକୁ ନିର୍ମମ ଭାବେ ହତ୍ୟା କରାଯାଉଛି। ଏହି ପରି କାର୍ଯ୍ୟ ବହୁତ ନିନ୍ଦନୀୟ। ଏହି ପରି ଉଗ୍ର ଗତିବିଧି ପ୍ରାଚୀନ ସଭ୍ୟତା ଓ ସାଂସ୍କୃତିକ ସ୍ଥଳକୁ ନଷ୍ଟ କରୁଛି ଯାହା ଅତ୍ୟନ୍ତ ନିନ୍ଦନୀୟ। ଆମେ ଏହି ଅମୂଲ୍ୟ କିର୍ତ୍ତୀରାଜିର ସୁରକ୍ଷା ଏବାଂ ସଂରକ୍ଷିତ ପାଇଁ ବିଶେଷଜ୍ଞ ଟିମ୍‌କୁ ପଠାଇବାକୁ ଦାବି କରୁଛୁ।

ବୈଦେଶିକ ମନ୍ତ୍ରଣାଳୟ ଜୋର ଦେଇ କହିଛି ଯେ, ପାକିସ୍ତାନ ପିଓକେରୁ ନିଜର ଅବୈଧ କବଜା ହଟାଇ ନେବା ଉଚିତ୍। ଆମେ ପୁଣି ଥରେ ପାକିସ୍ତାନକୁ କହୁଛୁ ଯେ, ଏହି କ୍ଷେତ୍ରରୁ ସେ ନିଜର ବେଆଇନ କବ୍‌ଜା ହଟାଇ ଦେଉ। ଲୋକଙ୍କ ରାଜନୈତିକ, ଆର୍ଥିକ ଓ ସାଂସ୍କୃତିକ ଅଧିକାରକୁ ଆଉ କ୍ଷୁର୍ଣ୍ଣ ନକରୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.