ନରସିଂହପୁର ଥାନାରେ ଭଙ୍ଗାରୁଜା ଘଟଣା : ବିଜେପି ନେତାଙ୍କ ସମେତ ୩ ଗିରଫ

Published By : Prameya-News7 Bureau | October 23, 2021 IST

ଆଠଗଡ ୨୩।୧୦: ନରସିଂହପୁର ବଡମ୍ବା ରତାପାଟ ଗାଁର ୩ ଜଣ ବିଜେପି କର୍ମୀଙ୍କୁ ରାତି ଅଧିଆ ଉଠାଇ ଆଣିବା ଘଟଣାରେ ଶୁକ୍ରବାର ନରସିଂହପୁର ଥାନା ଆଗରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାସହ ଥାନା ପରିସରରେ ବିଜେପି କର୍ମୀ ଧସେଇ ପଶିବା ସହ ଭଙ୍ଗାରୁଜା କରିଥିଲେ । ଫଳରେ ନରସିଂହପୁର ପୋଲିସ ପକ୍ଷରୁ ଲାଠିଚାଳନା କରାଯାଇଥିଲା ।

ଏହି ଘଟଣାରେ ନରସିଂହପୁର ପୋଲିସର ୪ ଜଣ ଓ ବିଜେପି କର୍ମୀ ୩ ଜଣ ଆହତ ହୋଇଥିବା ବେଳେ ଜଣେ ହୋମଗାର୍ଡ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିଲେ । ଏହି ଘଟଣାରେ ବିଜେପି ନେତା ବିଜୟ କୁମାର ଦଳବେହେରାଙ୍କ ସହ ତାଙ୍କ ଭାଇ ଓ ଜଣେ ସମର୍ଥକକୁ ଗିରଫ କରି କୋର୍ଟ ଚାଲାଣ କରିଛି ନରସିଂହପୁର ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.