ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍ ସହ ଧକ୍କା ଲାଗି ଜଳିଗଲା ଭ୍ୟାନ, ୨ ଶିଶୁଙ୍କ ସମେତ ୭ ମୃତ

Published By : Prameya-News7 Bureau | February 16, 2020 IST

ଉନ୍ନାଓ ୧୬।୨:  ଉତ୍ତରପ୍ରଦେଶ ଉନ୍ନାଓରେ ରବିବାର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି। ନସିରପୁର ଗାଁ ନିକଟରେ ଟ୍ରକ୍ ସହ ଧକ୍କା ଲାଗି ଏକ ଯାତ୍ରୀବାହୀ ଭ୍ୟାନ ଜଳିଯାଇଛି। ଭ୍ୟାନରେ ଡ୍ରାଇଭର ସମେତ ଦୁଇଜଣ ଶିଶୁ, ୨ଜଣ ଯୁବକ ଓ ୨ ମହିଳାଙ୍କୁ ମିଶାଇ ମୋଟ ୭ଜଣ ଥିଲେ। 

{"id":225300,"width":586,"height":416,"sizeSlug":"large"}

ଦମକଳ ବିଭାଗ କର୍ମଚାରୀମାନେ ଦୁର୍ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିବା ବେଳେକୁ ସବୁ ପୋଡି ପାଉଁଶ ହୋଇ ସାରିଥିଲା। ଭ୍ୟାନର ଟାୟାର ଫାଟିବାରୁ ସନ୍ତୁଳନ ହରାଇ ଟ୍ରକ୍ ସହ ଧକ୍କା ଲାଗି ଜଳିଯାଇଛି। ତେବେ ଭ୍ୟାନରେ ଭିଷଣ ବିସ୍ଫୋରଣ ହେବା ଯୋଗୁ ଜଳନ୍ତା ଭ୍ୟାନରୁ ଲୋକେ କାହାରିକୁ ଉଦ୍ଧାର କରିବାକୁ ସାହାସ କରିପାରିନଥିଲେ। ଭ୍ୟାନରୁ ନିଆଁ ଟ୍ରକ୍‌କୁ ବ୍ୟାପୀଯାଇଥିଲା। ଫଳରେ ଟ୍ରକର ଡ୍ରାଇଭର ଓ ହେଲପର ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।

{"id":225301,"width":581,"height":368,"sizeSlug":"large"}

ସମ୍ଭବତଃ ଭ୍ୟାନଟି ଏଲପିଜି ସିଲିଣ୍ଡରରେ ଚାଲୁଥିଲା। ଏଣୁ ଦୁର୍ଘଟଣାରେ ଗ୍ୟାସ୍ ରେ ନିଆଁ ଲାଗି ବିସ୍ଫୋରଣ ହୋଇଥିବା ଆଶଙ୍କା କରାଯାଉଛି। ତେବେ ମୃତ ଯାତ୍ରୀମାନେ କେଉଁଠାରୁ ଆସୁଥିଲେ ଓ କେଉଁ ଆଡେ ଯାଉଥିଲେ ତାର ସୂଚନା ମିଳିପାରି ନାହିଁ। ପୋଲିସ ଶବ ଜବତ କରି ସେଗୁଡିକର ଚିହ୍ନଟ ଲାଗି ଉଦ୍ୟମ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.