ଘାଟିରେ ଓଲଟିଲା ଭ୍ୟାନ୍, କରୋନା ଆକ୍ରାନ୍ତଙ୍କୁ ମେଡିକାଲରେ ଛାଡି ଫେରୁଥିବା ବେଳେ ଦୁର୍ଘଟଣା

Published By : Prameya-News7 Bureau | June 14, 2020 IST

ମୋହନା ୧୪।୬: ଘାଟିରେ ଓଲଟିଲା ଭ୍ୟାନ୍‌ । କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ମେଡିକାଲରେ ଛାଡି ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି । ଡ୍ରାଇଭର ଗୁରୁତର ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":285860,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ମୋହନା ଥାନା ନାରିଙ୍ଗି ଘାଟିରେ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । ଡ୍ରାଇଭର ଜଣଙ୍କ ଜିରାଙ୍ଗ ଗାଁର ବିକାଶ ଶବର ବୋଲି ଜଣାପଡିଛି । ଶନିବାର ରାତିରେ ଭ୍ୟାନ୍‌ଟି ଚାନ୍ଦିପୁଟରୁ ୨ ଜଣ  କରୋନା ଆକ୍ରାନ୍ତଙ୍କୁ ପାରଳାଖେମୁଣ୍ଡି କୋଭିଡ୍ ମେଡିକାଲରେ ଛାଡି ମୋହନା ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।

{"id":285861,"sizeSlug":"large"}

ରାତି ପ୍ରାୟ ୨ଟା ସମୟରେ ଭାରସାମ୍ୟ ହରାଇ ଭ୍ୟାନ୍‌ଟି ନାରିଙ୍ଗି ଘାଟି ରାସ୍ତାର ଡାହାଣ ପଟକୁ ଓଲଟି ପଡିଥିଲା । ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ପ୍ରଥମେ ମୋହନା ମେଡ଼ିକାଳରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସେଠାରୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.