ଡାକ୍ତରଖାନାରେ ଲକ୍ଷ ଲକ୍ଷ ଟଙ୍କାର ଚିକିତ୍ସା ଯନ୍ତ୍ରପାତି, ହେଲେ ସ୍ୱାସ୍ଥ୍ୟ ବିଭାଗର ଆନ୍ତରିକତା ଅଭାବରୁ ରୋଗୀଙ୍କ କାମରେ ଆସୁନି

Published By : Prameya-News7 Bureau | October 19, 2019 IST

ଲମତାପୁଟ ୧୯।୧୦ - ରାଜ୍ୟରେ କେଉଁଠି ଡାକ୍ତର ଅଭାବ ତ କେଉଁଠି ଯନ୍ତ୍ରାଂଶ ଅଭାବରୁ ରେ।ଗୀ ହିନସ୍ତା ହେଉଛନ୍ତି । କିନ୍ତୁ ଲମତାପୁଟ ବ୍ଲକ ଗେ।ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଓଲଟା ଚିତ୍ର । ରକ୍ଷଣାବେକ୍ଷଣା ଅଭାବରୁ ଖତ ଖାଉଛି ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି । ଲେ।କଙ୍କ କାମରେ ଆସୁନି ରକ୍ତ ପରୀକ୍ଷା ପାଇଁ ଆସିଥିବା ମେସିନ୍ ।

{"id":171870,"width":579,"height":324}

 ରେ।ଗୀଙ୍କୁ ଉନ୍ନତମାନର ଚିକିତ୍ସା ଯେ।ଗାଇଦେବାକୁ କେ।ଟି କେ।ଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଦୁଃଖର ବିଷୟ ରେ।ଗୀଙ୍କ କାମରେ ଲାଗୁନି ଅତ୍ୟାଧୁନିକ ମେସିନ୍ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛିଲମତାପୁଟ ବ୍ଲକ ଗେ।ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ । ବର୍ଷ ତଳେ ଡାକ୍ତରଖାନାକୁ ଆସିଥିଲା ରକ୍ତ ପରୀକ୍ଷା ମେସିନ୍ । କିନ୍ତୁ ସ୍ବାସ୍ଥ୍ୟ ବିଭାଗର ଆନ୍ତରିକତା ଅଭାବ ଯେ।ଗୁଁ ଏଯାଏ କାମରେ ଆସୁନି ମେସିନ୍ । ଫଳରେ ବାଧ୍ୟ ହେ।ଇ ଜୟପୁର ନଚେତ୍ ଘରେ।ଇ ଡାକ୍ତରଖାନାରେକୁ ଯାଉଛନ୍ତି ରେ।ଗୀ । ସେହିଭଳି ଦାନ୍ତ ପରୀକ୍ଷା ପାଇଁ ବାହାର ଡାକ୍ତରଖାନାକୁ ଯିବାକୁ ପଡୁଛି । ସମସ୍ୟା ନେଇ ଅନେକ ଥର ଅଭିଯେ।ଗ ପରେ ବି ଦୃଷ୍ଟି ଦିଆଯାଉନଥିବା ଅଭିଯେ।ଗ ହେ।ଇଛି ।

{"id":171871,"width":587,"height":329}

ଏ ତ ଥିଲା ଲେ।କଙ୍କ ଅଭିଯେ।ଗ । ଉଦ୍‌ବେଗର ବିଷୟ ହେଲା ଡାକ୍ତରଖାନାରେ ମେସିନ୍ ଥିବା ବିଷୟରେ ଜାଣି ନାହାନ୍ତି ଡାକ୍ତର । ଯେଉଁସବୁ ମେସିନ ଅଛି ତାର ବ୍ୟବହାର ପାଇଁ ପ୍ରଶିକ୍ଷିତ କର୍ମଚାରୀ ଅଭାବର ଆଳ ଦେଖଇଛନ୍ତି ।

{"id":171872,"width":586,"height":328}

ରେ।ଗୀଙ୍କୁ ଉନ୍ନତମାନର ଚିକିତ୍ସା ଯେ।ଗାଇବାକୁ ଲକ୍ଷାଧିକ ଟଙ୍କାର ମେସିନ୍ ଆସୁଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ଯେ।ଗୁଁ ରେ।ଗୀଙ୍କ କାମରେ ଆସୁନି ମେସିନ୍ । ତେବେ ଏଥି ପାଇଁ ଯିଏ ବି ଦାୟୀ ତାଙ୍କ ବିରେ।ଧେର ଦୃଢ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ନଚେତ୍ ବର୍ଷ ବର୍ଷ ଧରି ଉନ୍ନତମାନର ଚିକିତ୍ସାରୁ ବଞ୍ଚିତ ହେବେ ରେ।ଗୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.