Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଗୁଳିରେ ଗୁଞ୍ଜି ଉଠିଲା ଉପତ୍ୟକା, କାଶ୍ମୀରରେ ଗୋଟିଏ ଘଣ୍ଟାରେ ତିନି ଆତଙ୍କୀ ହମଲା

5/10/2021 at 10:10 PM

ଶ୍ରୀନଗର ୦୫।୧୦: ଗୁଳିରେ ପ୍ରକମ୍ପିକ ହୋଇ ଉଠିଲା କାଶ୍ମୀର ଉପତ୍ୟକା। ଜାମ୍ମୁ-କାଶ୍ମୀରରେ ଗତ ଏକ ଘଣ୍ଟାରେ ଆତଙ୍କବାଦୀ ତିନି ତିନିଟା ଆତଙ୍କୀ ଘଟଣା ଘଟାଇଛନ୍ତି। ପ୍ରଥମ ଆକ୍ରମଣ ଜଣାଶୁଣା ଫାର୍ମାସୀ ବ୍ୟବସାୟୀଙ୍କ ଉପରେ ହୋଇଛି। ଏହା ପରେ ଶ୍ରୀନଗରର ମଦିନ ସାହିବରେ ଷ୍ଟ୍ରିଟ୍ ହକରଙ୍କ ଉପରେ ଗୁଳି ମାଡ କରିଛନ୍ତି ଏବଂ ପରେ ବାନ୍ଦିପୁରା ଜିଲ୍ଲାରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ପୋଲିସ ଅନୁଯାୟୀ, ଆତଙ୍କବାଦୀ ଯେଉଁ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରିଛନ୍ତି ତାଙ୍କ ପରିଚୟ ନାୟଦଖାଇ ନିବାସୀ ମହମ୍ମଦ ଶଫି ଲୋନ ଭାବେ  ହୋଇଛି। ସୁରକ୍ଷାବଳ ଅଞ୍ଚଳକୁ ଘେରାବନ୍ଦୀ କରି ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାସି ଚଳାଇଛନ୍ତି। ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଘଟଣାସ୍ଥଳରେ ପୋଲିସ ବଳ ମୁତୟନ କରାଯାଇଛି।

ଏହି ଘଟଣାର କିଛି ମିନିଟ୍ ପୂର୍ବରୁ ଆତଙ୍କବାଦୀ ଶ୍ରୀନଗରର ଇକବାଲ ପାର୍ଟିରେ ଏକ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଜଣେ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ୬୮ ବର୍ଷୀୟ ବିନ୍ଦୁରୁ ଦୋକାନରେ ଗ୍ରାହକଙ୍କୁ ଔଷଧ ଦେଉଥିବା ବେଳେ ଆତଙ୍କୀ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।  ଘଟଣା ପରେ ସବୁ ଆତଙ୍କୀ ଫେରାର ହୋଇ ଯାଇଛନ୍ତି।

ପୋଲିସ ଅନୁଯାୟୀ, ଆତଙ୍କବାଦୀ ଯେଉଁ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରିଛନ୍ତି ତାଙ୍କ ପରିଚୟ ନାୟଦଖାଇ ନିବାସୀ ମହମ୍ମଦ ଶଫି ଲୋନ ଭାବେ  ହୋଇଛି। ସୁରକ୍ଷାବଳ ଅଞ୍ଚଳକୁ ଘେରାବନ୍ଦୀ କରି ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାସି ଚଳାଇଛନ୍ତି। ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଘଟଣାସ୍ଥଳରେ ପୋଲିସ ବଳ ମୁତୟନ କରାଯାଇଛି।

   Related Posts